www.samajalive.in
Monday, December 8, 2025
20.1 C
Bhubaneswar

ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ କଷ୍ଟମ୍ସ ବିଭାଗ ଭୁବନେଶ୍ବର ଜୋନ ପକ୍ଷରୁ ଦୁର୍ନୀତି ସଚେତନତା ସପ୍ତାହ ପାଳିତ

ଭୁବନେଶ୍ବର: ଜିଏସଟି, କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ଓ କଷ୍ଟମ୍ସ ବିଭାଗର ମୁଖ୍ୟ କମିଶନରଙ୍କ କାର୍ଯ୍ୟାଳୟର ଭୁବନେଶ୍ବର ଜୋନ ପକ୍ଷରୁ ‘ଦୁର୍ନୀତି ନିବାରଣ’ ସପ୍ତାହ ପାଳିତ ହୋଇଯାଇଛି। ‘ଦୁର୍ନୀତିକୁ ନା କୁହ, ରାଷ୍ଟ୍ର ପାଇଁ ପ୍ରତିବଦ୍ଧତା ଲକ୍ଷ୍ୟ ନେଇ ‘ଦୁର୍ନୀତିକୁ ବିରୋଧ କରନ୍ତୁ; ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗୀକୃତ ହୁଅନ୍ତୁ’ ଶୀର୍ଷକ ଭିଜିଲାନ୍ସ ସଚେତନତା ସପ୍ତାହ କେନ୍ଦ୍ରୀୟ ରାଜସ୍ବ ଭବନରେ ଉଦଘାଟିତ ହୋଇଛି। ମୁଖ୍ୟ କମିଶନର ସତ୍ୟେନ୍ଦ୍ର ସିଂଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜୋନର ସମସ୍ତ ଅଧିକାରୀ ଯୋଗଦେଇଥିଲେ। ଏହି ଅବସରରେ ଜିଏସ୍ଟି ମୁଖ୍ୟ କମିଶନର ଭି.ଏନ୍ ଥେଟେ ଭାରତର ରାଷ୍ଟ୍ରପତି ଏବଂ କମିଶନର ପ୍ରକାଶ ଚନ୍ଦ୍ର ନାୟକ ଉପରାଷ୍ଟ୍ରପତିଙ୍କ ବାର୍ତ୍ତା ପ୍ରଦାନ କରିଥିଲେ।

କେନ୍ଦ୍ରୀୟ ଭିଜିଲାନ୍ସ କମିଶନ ଏବଂ ଅର୍ଥ ମନ୍ତ୍ରଣାଳୟର ଆଦେଶ ଅନୁଯାୟୀ, ସମସ୍ତ ଟିକସଦାତା, ଭିଭିଆଇପି, ମନ୍ତ୍ରୀ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କଠାରୁ ପ୍ରାପ୍ତ ଅଭିଯୋଗଗୁଡିକ ଯାଞ୍ଚ କରାଯିବ ଏବଂ ତାହାର ଶୀଘ୍ର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ଏହାସହିତ ଜୋନର ୱେବସାଇଟ୍ ମଧ୍ୟ ସୁବିଧା ଯୋଗାଇବା ପାଇଁ ସରଳୀକୃତ ହୋଇଛି। ଅଭିଯୋଗର ସମାଧାନ ଏବଂ ଟିକସ ପ୍ରଶାସନ ସହ ଜଡିତ ଦୁର୍ନୀତି ମାମଲାର ରିପୋର୍ଟ ପ୍ରସ୍ତୁତ ଏବଂ ଅଭିଯୋଗଗୁଡ଼ିକର ତ୍ବରିତ ସମାଧାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

- Advertisement -

ଅକ୍ଟୋବର ୩୦ରୁ ନଭେମ୍ବର ୫ ପର୍ଯ୍ୟନ୍ତ ଦୁର୍ନୀତି ସଚେତନତା ସପ୍ତାହ ପାଳିତ ହେଉଛି। ଏହି ପରିପ୍ରେକ୍ଷୀରେ ଅଧିକାରୀମାନଙ୍କ ସମେତ ଛାତ୍ରଛାତ୍ରୀ ଓ କରଦାତାଙ୍କ ମଧ୍ୟରେ ରାଷ୍ଟ୍ରର ଅଖଣ୍ଡତା ପ୍ରତିବଦ୍ଧତା ପାଇଁ କୁଇଜ୍, ରଙ୍ଗୋଲି, ପ୍ରବନ୍ଧ ଲେଖା, ଚିତ୍ର, ବିତର୍କ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏକ ଦୁର୍ନୀତିମୁକ୍ତ, ଆତ୍ମନିର୍ଭରଶୀଳ ଏବଂ ବିକଶିତ ଭାରତକୁ ପ୍ରୋତ୍ସାହିତ କରିବା ପାଇଁ ଜୋନର ସମସ୍ତ ଅଧିକାରୀ ମଧ୍ୟ ଅନଲାଇନରେ ସାଧୁତା ଓ ଅଖଣ୍ଡତାର ଶପଥପାଠ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories