www.samajalive.in
Wednesday, December 10, 2025
14.1 C
Bhubaneswar

ଜେନାପଡା ପଂଚାୟତରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଆଠଗଡ: ଆଠଗଡ ଵିଜୁ ଜନତା ଦଳ ପକ୍ଷରୁ ମଙ୍ଗଳବାର ଜେନାପଦା ପଞ୍ଚାୟତରେ ଜନସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରାକୁ ଆଠଗଡ ବ୍ଲକ ବିଜେଡି ସଭାପତି ରବୀନ୍ଦ୍ରନାଥ ରାଉତ ଉଦଘାଟନ କରି ବିଜେଡି ଦଳ ଗଠନ ପରଠାରୁ ବିଗତ ୨୫ ବର୍ଷ ଧରି ଓଡ଼ିଶାର ବିକାଶ ଏବଂ ଗରିବଙ୍କ କଲ୍ୟାଣ ପାଇଁ ସମର୍ପିତ ହୋଇ କାମକରି ସାଢେ ଚାରିକୋଟି ଓଡିଆଙ୍କ ହୃଦୟରେ ସ୍ଵତନ୍ତ୍ର ସ୍ଥାନ ଅଧିକାର କରିପାରିଛି ବୋଲି ମତପ୍ରକାଶ କରିଥିଲେ। ଏଥିରେ ମୁଖ୍ୟଅତିଥି ଭାବେ ଭାରତ ସର୍ବୋଚ୍ଚ ନ୍ୟାୟଳୟର ଅଧିବକ୍ତା ତଥା ଯୁବନେତା ଆଦିତ୍ୟ ପ୍ରତାପ ସ୍ୱାଇଁ ଯୋଗ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆଠଗଡ ବିଜୁ ମହିଳା ସଭାନେତ୍ରୀ ତଥା ୧ ନମ୍ବର ଜୋନ୍ ଜ଼ିଲ୍ଲା ପରିଷଦ ସଭ୍ୟା ଶାନ୍ତିଲତା ବେହେରା, କଟକ ଜ଼ିଲ୍ଲା ପରିଷଦର ପୂର୍ବତନ ଉପାଧ୍ୟକ୍ଷ ସୁନୀଲ କୁମାର ପରିଡା, ଜେନାପଦା ସରପଞ୍ଚ ରଶ୍ମିତା ଦେବତା, ସମିତି ସଭ୍ୟ ମେନକା ସେଠୀ, ଜେନାପଡା ଯୁବ ବିଜେଡି ସଭାପତି ରତି ରଞ୍ଜନ ପଟ୍ଟନାୟକ, ପକାଶ ଶତପଥୀ, ଛାତ୍ର ନେତା ଶୁଭେନ୍ଦୁ ବେଉରା, ରଶ୍ମି ରଞ୍ଜନ ପାଣି, ପ୍ରକାଶ ରାଉତ, ନାରୀନେତ୍ରୀ ସର୍ମିଷ୍ଠା ପଟ୍ଟନାୟକ, ରୀନାରାଣୀ ଦାସ, ଦମୟନ୍ତୀ ରଣାଙ୍କ ସମେତ ଜେନାପଦା ପଞ୍ଚାୟତର ପାଖାପାଖି ଏକ ହଜାରରୁ ଉର୍ଦ୍ଧ୍ଵ ଦଳୀୟ କର୍ମୀ ଯୋଗ ଦେଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories