www.samajalive.in
Monday, December 8, 2025
17.1 C
Bhubaneswar

ଭୂବନାନନ୍ଦଙ୍କ ବିୟୋଗ ଶିକ୍ଷାଜଗତ ପାଇଁ ଅପୂରଣୀୟ କ୍ଷତି

ଆଠଗଡ : ବିଶିଷ୍ଟ ଶିକ୍ଷାବିତ୍‍, ସାହିତ୍ୟିକ ଏବଂ ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ପୂର୍ବତନ ପ୍ରଧାନଶିକ୍ଷକ ଭୂବନାନନ୍ଦ ପଟ୍ଟନାୟକଙ୍କ ବିୟୋଗ ଆଠଗଡ ଶିକ୍ଷାଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ମତବ୍ୟକ୍ତ କରିଛନ୍ତି। ଗଣେଶ ଚତୁର୍ଥୀରେ ଶନିବାର ଅପରାହ୍ନରେ ଶ୍ରୀ ପଟ୍ଟନାୟକଙ୍କର ପରଲୋକ ଖବର ଶୁଣିବା ପରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ଟେଲିଫୋନ ଯୋଗେ ତାଙ୍କ ବଡପୁଅଙ୍କ ସହ କଥାହେବା ଅବସରରେ ନିଜର ଶୋକ ବ୍ୟକ୍ତ କରିବା ସହ ସ୍ୱର୍ଗତ ଅମର ଆତ୍ମାର ସଦଗତି କାମନା କରିଥିଲେ। ଭୂବନାନନ୍ଦ ବାବୁଙ୍କର ପରଲୋକ ଖବର ପ୍ରଚାରିତ ହେବା କ୍ଷଣି ଆଠଗଡର ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇବା ସହ ବହୁ ବିଶିଷ୍ଟ ବ୍ୟକ୍ତି ଏବଂ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତା ତାଙ୍କ ମହିଳା କଲେଜ ରାସ୍ତାସ୍ଥିତ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଆଠଗଡ ଡଃ ରାଧାନାଥ ରଥ ସ୍ମୃତିକମିଟିର ସେ ସଂପାଦକ ଥିଲେ। ଏହା ସହିତ ଆଠଗଡ ସାହିତ୍ୟ ସମାଜର ପ୍ରତିଷ୍ଠାତା ସଂପାଦକ ଭାବେ ଦୀର୍ଘ ବର୍ଷ ଦାୟିତ୍ୱ ନିର୍ବାହ କରିଥିଲେ। ଏଥିସହିତ ବହୁ ସଙ୍ଗଠନ ସହିତ ସେ ସକ୍ରିୟ ଭାବେ ଜଡିତ ଥିଲେ।

ରାଧାନଥ ରଥ ସ୍ମୃତି କମିଟିର ସଭାପତି ତଥା ସମାଜର ପୂର୍ବତନ ସଂପାଦକ ମନୋରମା ମହାପାତ୍ର ଓ ବିଶିଷ୍ଟ ଜଗନ୍ନାଥ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ ଶ୍ରୀ ପଟ୍ଟନାୟକ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିବା ସହ ତାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ସ୍ୱର୍ଗତ ପଟ୍ଟନାୟକଙ୍କ ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପତ୍ନୀ, ସାନଭାଇ ସଚ୍ଚିଦାନନ୍ଦ ପଟ୍ଟନାୟକ, ବଡପୁଅ ଆଇନଜୀବୀ ଅଶୋକ କୁମାର ପଟ୍ଟନାୟକ, ୨ୟ ପୁତ୍ର ଗ୍ରନ୍ଥାଗରିକ ଆଲୋକ ପଟ୍ଟନାୟକ, ୩ୟ ପୁତ୍ର ଆଇନଜୀବୀ ମନୋଜ ପଟ୍ଟନାୟକ, ୪ର୍ଥ ପୁତ୍ର ସରୋଜ ପଟ୍ଟନାୟକ, ଏକମାତ୍ର ଝିଅ ଶିକ୍ଷୟିତ୍ରୀ ସଂଘମିତ୍ରା ପଟ୍ଟନାୟକ, ଜ୍ୱାଇଁ ତଥା ଓଡିଶା ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ ବିଶ୍ୱଜିତ୍‍ ଦାସଙ୍କ ସମେତ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories