ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ହଳଦିଆପଦର ନୂତନ ବସଷ୍ଟାଣ୍ଡ ପଛପଟେ ଥିବା ରେଳ ଧାରଣାରୁ ଜନୈକ ଯୁବକଙ୍କ ମୃତ ଦେହ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ଜବତ ପରେ ତଦନ୍ତ ଆରମ୍ଭ କରିଛି।
ବ୍ରହ୍ମପୁର ଜିଆରପି ପକ୍ଷରୁ ସୂଚନା ଦିଆଯାଇଛି ଯେ ମୃତ ଯୁବକ ଜଣଙ୍କ ନାମ ରମେଶ ସାହୁ । ହଳଦିଆପଦର ସ୍ଥିତି ଇସ୍କନ ମନ୍ଦିର ସମ୍ମୁଖରେ ଗତ କିଛି ଦିନ ହେବ ରମେଶ ଚାହା ଦୋକାନ କରିଥିଲେ। କରୋନା କଟକଣା ଯୋଗୁଁ ଦୋକାନ ବନ୍ଦ କରି ସାଇକେଲରେ ବିଭିନ୍ନ ସାମଗ୍ରୀ ବିକ୍ରି କରୁଥିଲେ। ଲକଡାଉନ ସମୟରେ ବ୍ୟବସାୟ ଠିକ୍ ଭାବରେ ଚାଲୁନଥିବାରୁ ରୋଜଗାର ମଧ୍ୟ କମ୍ ହେଉଥିଲା। ଫଳରେ ପରିବାର ପ୍ରତିପୋଷଣରେ ଅସୁବିଧା ସୃଷ୍ଟି ହୋଇଥିଲା। ଏଥିପାଇଁ ପରିବାରରେ ଅସନ୍ତୋଷ ଲାଗି ରହିଥିଲା। ଗତ କାଲି ରାତିରେ ରମେଶ କୋୖଣସି କାରଣରୁ ଚାଲି ଯାଇଥିବା ବେଳେ ଆଜି ସକାଳେ ତାଙ୍କର ମୃତ ଦେହ ରେଳଧାରଣାରୁ ଉଦ୍ଧାର କରାଯାଇଥିଲା।
ଗୋପାଳପୁର ହଳଦିଆ ପଦର ରେଳଧାରଣାରୁ ଯୁବକଙ୍କ ମୃତ ଦେହ ଉଦ୍ଧାର, ମୃତଦେହ ଜବତ ପରେ ପୁଲିସର ତଦନ୍ତ ଆରମ୍ଭ
Popular Categories



