www.samajalive.in
Monday, December 8, 2025
27.1 C
Bhubaneswar

ଚୁଟିକାଟିବା ବଢ଼ାଇଲା କରୋନା ଚିନ୍ତା : ଗୋଟିଏ ଗାଁର ୬ ସଂକ୍ରମିତ

ଭୋପାଳ : କରୋନା ସଂକ୍ରମଣ ରୋକିବାକୁ ଦେଶରେ ଲକଡାଉନ କରାଯାଇଛି। କେବଳ ଅତ୍ୟାବଶ୍ୟକ ସାମଗ୍ରୀକୁ ଛାଡି ଅନ୍ୟ କିଛି କାରବାର ନକରିବାକୁ କୁହାଯାଇଛି। କେବଳ ଘରେ ରହିବାକୁ ପରାମର୍ଶ ଦିଆଯାଇଛି। ମାତ୍ର କିଛି ଲୋକଙ୍କ ବେପରୁଆ ମନୋଭାବ ସଂକ୍ରମଣ ରୋକିବା ବଦଳରେ ବଢ଼ାଉଛି। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଖରଗୋନ ଜିଲାର ବଡଗାଁ ଅଞ୍ଚଳରେ। ଜିଲାର ଜଣେ ବାରିକଙ୍କ ପାଖରେ ଚୁଟି କାଟିବା ଓ ଖିଅର ହେବା ଯୋଗୁ ୬ ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସୂଚନା ଅନୁଯାୟୀ ବାରିକ ଜଣଙ୍କ ଚୁଟି କାଟିବା ଓ ଖିଅର ହେବା ପାଇଁ ଗୋଟିଏ କପଡା ବ୍ୟବହାର କରିଥିଲା। ଯାହା କରୋନା ସଂକ୍ରମିତ ଥିଲା। ଫଳରେ ୬ ଜଣଙ୍କୁ କରୋନା ସଂକ୍ରମିତ ହୋଇଥିଲା। ଏହି ଖବର ଜଣାପଡିବା ପରେ ଗାଁରେ ଚାଞ୍ଚଲ୍ୟ ଖେଳିଯାଇଛି। ପ୍ରଶାସନ ପକ୍ଷରୁ ସଂକ୍ରମିତଙ୍କୁ ହସ୍ପିଟାଲରେ ଭର୍ତି କରାଯାଇଥିବା ବେଳେ ସେମାନଙ୍କ ସଂସ୍ପର୍ଷରେ ଆସିଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଉଛି। ପୁରା ଗାଁକୁ ସିଲ କରାଯାଇ ବିଶୋଧନ ଚାଲିଥିବା ବେଳେ ଲୋକଙ୍କ ବେପରୁଆ ମନୋଭାବକୁ ନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories