ଭୁବନେଶ୍ବର :କରୋନା ସଂକ୍ରମଣକୁ ରୋକିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଲାଗୁ କରାଯାଇଥିବା ‘ଲକ୍ ଡାଉନ୍’ ପରଠାରୁ ଉଭୟ ଦେଶରେ ଏବଂ ରାଜ୍ୟରେ ତୈଳ ବିକ୍ରିରେ ଯଥେଷ୍ଟ ପରିମାଣରେ ହ୍ରାସ ଘଟିଛି । ଏହି ସମୟ ମଧ୍ୟରେ ଓଡ଼ିଶାରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ପ୍ରାୟ ୮୦% ହ୍ରାସ ଘଟିଛି ।
ସାଧାରଣତଃ ରାଜ୍ୟରେ ଦୈନିକ ୨୮୬୦ କିଲୋଲିଟର ପେଟ୍ରୋଲ, ୮୯୭୦ ଲିଟର ଡିଜେଲ ବିକ୍ରି କରାଯାଇଥାଏ । ତେବେ ‘ତାଲା ବନ୍ଦ’ ପରଠାରୁ ରାଜ୍ୟରେ ତେଲ ବିକ୍ରି ଯଥେଷ୍ଟ ପରିମାଣରେ ହ୍ରାସ ଘଟିଛି । ତେଲ ବିକ୍ରି ୮୦% କମିଛି ଓ ଏଥିଯୋଗୁ ଦୈନିକ ୧୧ କୋଟି ଟଙ୍କା ହିସାବରେ ରାଜ୍ୟରେ ଉଭୟ ପେଟ୍ରୋଲ ଏବଂ ଡିଜେଲ ବିକ୍ରିରେ ମାସକ ମଧ୍ୟରେ ପାଖାପାଖି ୩୩୦ କୋଟି ଟଙ୍କା ରାଜସ୍ବ ହରାଇଛନ୍ତି ବୋଲି ପେଟ୍ରୋଲିୟମ ସାମଗ୍ରୀ ବିକ୍ରେତା ସଂଘ ଉପସଭାପତି ସଞ୍ଜୟ ଲାଠ କହିଛନ୍ତି।ରାଜ୍ୟରେ ୧୬୦୦ରୁ ଅଧିକ ପେଟ୍ରୋଲ ପମ୍ପ ରହିଛି । ଏହି ପମ୍ପଗୁଡିକରେ ପ୍ରାୟ ୨୦,୦୦୦ରୁ ଅଧିକ କର୍ମଚାରୀ କାର୍ଯ୍ୟରତ । ଲକ୍ ଡାଉନ୍ରେ ଯାନବାହନ ଚଳାଚଳ ଢେର କମ୍ ରହିଥିବାଯୋଗୁ ପମ୍ପଗୁଡିକ ସାଧାରଣ ଦିନ ତୁଳନାରେ ୩୦ରୁ ୪୦ ପ୍ରତିଶତ କମ୍ କର୍ମଚାରୀଙ୍କୁ ନେଇ କାମ କରୁଛନ୍ତି । ଏହାଫଳରେ ୧୦,୦୦୦ରୁ ଅଧିକ କର୍ମଚାରୀ ବେକାର ହୋଇଯାଇଛନ୍ତି ।
ପେଟ୍ରୋଲ- ଡିଜେଲ ବିକ୍ରି ୮୦% ହ୍ରାସ, ରାଜ୍ୟ ସରକାରଙ୍କ କ୍ଷତି ୩୦୦ କୋଟି
Popular Categories



