www.samajalive.in
Sunday, December 7, 2025
15.1 C
Bhubaneswar

‘ଭୁଲ୍‍ ଭୁଲୈୟା-୨’: ଡାହାଣୀଙ୍କ ମଝିରେ କାର୍ତ୍ତିକ-କିୟାରା

ମୁୁମ୍ବଇ: କାର୍ତ୍ତିକ ଆର୍ଯ୍ୟନ୍‍ ଏବେ ନିଜ ଆଗାମୀ ଚଳଚ୍ଚିତ୍ର ‘ଭୁଲ୍‍ ଭୁଲୈୟା-୨’ର ଶୁଟିଂରେ ବ୍ୟସ୍ତ ଅଛନ୍ତି। ଜୟପୁରରେ ଏହାର ଶୁଟିଂ ଜାରି ରହିଛି। ପୂର୍ବରୁ ଶୁଟିଂ ସମୟର ଅନେକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‍ ହୋଇଥିଲା। ଏବେ କାର୍ତ୍ତିକ ଚଳଚ୍ଚିତ୍ର ସହ ଜଡ଼ିତ ଏକ ଫଟୋ ନିଜ ଇନ୍‍ଷ୍ଟାଗ୍ରାମ୍‍ରେ ଶେୟାର କରିଛନ୍ତି।

ଫଟୋରେ କାର୍ତ୍ତିକ ଓ ଅଭିନେତ୍ରୀ କିୟାରା ଆଡ଼ଭାଣୀ ପରସ୍ପରଙ୍କ ଭଲପାଇବାରେ ଡୁବି ରହିଥିବା ଦେଖିବାକୁ ମିଳିଛି। କାର୍ତ୍ତିକ ଫଟୋ ଶେୟାର କରି ଏକ ମଜାଳିଆ କ୍ୟାପ୍ସନ ମଧ୍ୟ ଲେଖିଛନ୍ତି। ସେ ଲେଖିଛନ୍ତି, ‘ପ୍ରେମରେ ଏତେ ଅନ୍ଧ ହୋଇ ଯାଅନି ଯେ, ଡାହାଣୀ ମଧ୍ୟ ନଜର ଆସିବନି’। ଫଟୋରେ ଉଭୟଙ୍କୁ ଡାହାଣୀମାନେ ଘେରି ରହିଥିବାରୁ କାର୍ତ୍ତିକ ଏଭଳି ମଜାଳିଆ କଥା ଲେଖିଛନ୍ତି।

- Advertisement -

ଉଲ୍ଲେଖଯୋଗ୍ୟ, ‘ଭୁଲ୍‍ ଭୁଲୈୟା-୨’ରେ କାର୍ତ୍ତିକ ଓ କିୟାରାଙ୍କ ବ୍ୟତୀତ ତବୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ୨୦୦୭ରେ ମୁକ୍ତିଲାଭ କରିଥିବା ଅକ୍ଷୟ କୁମାରଙ୍କ ଚଳଚ୍ଚିତ୍ର ‘ଭୁଲ୍‍ ଭୁଲୈୟା’ର ଏହା ହେଉଛି ରିମେକ୍‍। ଅନୀଜ ବାଜ୍‍ମୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ୩୧ ଜୁଲାଇରେ ପରଦାକୁ ଆସିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories