ଖପ୍ରାଖୋଲ : ଖପ୍ରାଖୋଲ ବ୍ଲକ ଭେଲୁଆଁଖୋଲ ପ୍ରାଥମିକ ବିଦ୍ୟାଲୟ ପରିସରରେ ବିଶ୍ୱ ପରିବେଶ ଦିବସ ଅବସରରେ ଜଙ୍ଗଲ ବିଭାଗ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି। କରୋନା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖି କେବଳ ୩ଟି ବୃକ୍ଷ ରୋପଣ କରାଯାଇଥିଲା। ଏହି ଅବସରରେ ବନପାଳ ଗୁଣନିଧି ପରିଡା, ଓାର୍ଡମେମ୍ବର ସାଗର ବରିହା, ବିଦ୍ୟାଲୟର ଶିକ୍ଷୟିତ୍ରୀ ସୁଷମା ମଞ୍ଜରୀ ପାତ୍ର, ସମାଜସେବୀ ବଂଶୀଧର ସେଠ୍ , ସଦାଶିବ ସରାଫ୍, ଅଭୟ ତ୍ରିପାଠି, ବନରକ୍ଷୀ ଡିଲେଶ୍ୱର ହୋତା, ସୁନ୍ଦର କାଲସାଏ ପ୍ରମୁଖ ଉପସ୍ଥିତ ଥିଲେ।



