www.samajalive.in
Sunday, December 7, 2025
26.1 C
Bhubaneswar

ବିପୁଳ ପରିମାଣର ଚୋରା ମଦ ସହ କାର୍‍ ଜବତ,୨ ଗିରଫ

ପାଟଣାଗଡ : କୋଭିଡ-୧୯ ଅବସରରେ ଚାଲିଥିବା ବିଭିନ୍ନ କଟକଣାର ସୁଯୋଗ ନେଇ ଦେଶୀ ଏବଂ ବିଦେଶୀ ଚୋରା ମଦ ବେପାରୀ ବେଶ୍‍ ସକ୍ରିୟ ହୋଇପଡିଥିବା ବେଳେ ଗୁରୁବାର ବିଳମ୍ବିତ ରାତିରେ ବିପୁଳ ପରିମାଣର ଚୋରା ବିଦେଶୀ ମଦ ସହ ୨ ଜଣ ବେପାରୀ ପାଟଣାଗଡ ପୁଲିସ ହାତରେ ଧରାପଡିଥିବା ଜଣାଯାଇଛି। ଏକ କାରରେ ସେମାନେ ଚାଲାଣ କରୁଥିବା ୩୫ ପେଟି ବିଦେଶୀ ମଦ(୩୯୯ ଲିଟର) ସହ କାରଟିକୁ ପୁଲିସ ଜବତ କରିଥିବା ସହ ୨ ଜଣ ଅଭିଯୁକ୍ତ ଛେଲିଆ ବେହେରା ଏବଂ ବିମଲେଶ ଯାଦବଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଉପଖଣ୍ଡ ପୁଲିସ ଅଧିକାରୀ ସୁରେଶ ଚନ୍ଦ୍ର ନାଏକ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି।
ପ୍ରକାଶ ଯେ, ଗତକାଲି ବିଳମ୍ବିତ ରାତିରେ ପେଟ୍ରୋଲିଂ କରୁଥିବା ବେଳେ ପାଟଣାଗଡ ଥାନାଧିକାରୀ ଏବଂ ସହଯୋଗୀ ସନ୍ଦେହଜନକ ଭାବରେ ଯାଉଥିବା ଏକ ମାରୁତି ୱାଗନର କାରକୁ ପାଟଣାଗଡ- ଘସିଏନ ରାସ୍ତାର ବରପଦର ପୋଲ ନିକଟରେ ଅଟକାଇଥିଲେ। ସେଥିରେ ବିଭିନ୍ନ ବ୍ରାଣ୍ଡର ୩୩ ପେଟି ମଦ ବୋଝେଇ ହୋଇ ଘସିଏନ ପଟକୁ ଯାଉଥିବା ଜାଣିବାକୁ ପାଇଥିଲେ। ଗାଡିଚାଳକ ତଥା ଗାଡିର ମାଲିକ ଆଗଲପୁର ଅଞ୍ଚଳ ଅନ୍ତର୍ଗତ ନଅଗାଁର ଛେଲିଆ ବେହେରା ଏବଂ ଝାଡଖଣ୍ଡ ରାଜ୍ୟର ମୂଳ ନିବାସୀ ତଥା ସ୍ଥାନୀୟ ଅଞ୍ଚଳରେ ରହି ମଦ ବେପାର ସହ ସଂପକ୍ତ ଥିବା ବିମଲେଶ ଯାଦବ ଉଭୟେ ବିଦେଶୀ ମଦ ଚାଲଣ ସଂପର୍କରେ ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ। ସେମାନଙ୍କୁ ଧରିଆଣି ପଚରା ଉଚୁରା କରାଯିବା ପରେ ସେହି ମଦ ବେଆଇନ ଭାବରେ ଚୋରା ଚାଲାଣ ହେଉଥିବା ପୁଲିସ ଜାଣିବାକୁ ପାଇବା ପରେ ଏ ସଂକ୍ରାନ୍ତରେ ପାଟଣାଗଡ ଥାନାରେ ଏକ ମାମଲା ରୁଜୁ କରି ଉଭୟଙ୍କୁ କୋର୍ଟ ଚାଲାଣ କରିଥିବା ଜଣାଯାଇଛି। ସେମାନଙ୍କ ନିକଟରୁ ୮ ହଜାର ୧୦୦ ଟଙ୍କା ମଧ୍ୟ ପୁଲିସ ଜବତ କରିଥବା ଜଣାଯାଇଛି। ତେବେ ଏହି ମଦ କେଉଁଠାରୁ କେଉଁଠିକି ଯାଉଥିଲା ସେ ସଂପର୍କରେ ପଚାରାଯିବାରୁ ତାହା ଅଧିକ ତଦନ୍ତ ପରେ ଜଣାପଡିବ ବୋଲି ଉପଖଣ୍ଡ ପୁଲିସ ଅଧିକାରୀ ଶ୍ରୀ ନାଏକ ସୂଚନା ଦେଇଛନ୍ତି। ଗାଡି ଏବଂ ମଦକୁ ପୁଲିସ ଜବତ କରିଥିବା ବେଳେ ଜବତ ମଦର ଆନୁମାନିକ ମୂଲ୍ୟ ହାରାହାରି ଦେଢ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି କୁହାଯାଇଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories