www.samajalive.in
Tuesday, December 9, 2025
16.1 C
Bhubaneswar

‘ମିସ୍‌ ଇଂଲଣ୍ଡ’ ମୁକୁଟ ପିନ୍ଧିଲେ ଭାରତ ଜନ୍ମିତ ବ୍ରିଟିଶ ଡାକ୍ତର ଭାଷା ମୁଖାର୍ଜୀ

ଲଣ୍ଡନ: ପୁଣି ଜଣେ ଭାରତୀୟ ବିଦେଶରେ ନିଜର ଚମକ ଦେଖାଇଛନ୍ତି। ବ୍ରିଟେନରେ ଆୟୋଜିତ ସୁନ୍ଦରୀ ପ୍ରତିଯୋଗିତା ‘ମିସ୍‌ ଇଂଲଣ୍ଡ-୨୦୧୯’ ମୁକୁଟ ପିନ୍ଧି ସେ ଭାରତ ପାଇଁ ଗୌରବ ଆଣି ଦେଇଛନ୍ତି। ସେ ହେଉଛନ୍ତି ଡାକ୍ତର ଭାଷା ମୁଖାର୍ଜୀ। ଶୁକ୍ରବାର ସେ ଜୁନିଅର ଡାକ୍ତର ଭାବେ ନିଜର କ୍ୟାରିୟର ଆରମ୍ଭ କରିଛନ୍ତି। ଗୁରୁବାର ରାତିରେ ଅନୁଷ୍ଠିତ ଗ୍ରାଣ୍ଡ ଫିନାଲେରେ ସେ ଏହି ଟାଇଟଲ ହାସଲ କରିବା ପରେ ଡିସେମ୍ବରରେ ଅନୁଷ୍ଠିତ ହେବାକୁ ଥିବା ୬୯ତମ ମିସ୍‌ ୱାର୍ଲ୍ଡ ସୁନ୍ଦରୀ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗିତାର ଆୟୋଜନ ଏଥର ଲଣ୍ଡନରେ ହେବ।

୯ବର୍ଷ ବୟସରେ ଭାଷା ମୁଖାର୍ଜୀ ନିଜ ମା’ବାପାଙ୍କ ସହିତ ଲଣ୍ଡନ ଚାଲିଯାଇଥିଲେ। ବର୍ତ୍ତମାନ ତାଙ୍କ ବୟସ ୨୩ ବର୍ଷ। ଇଂଲଣ୍ଡର ପୂର୍ବ-ମଧ୍ୟ ଅଞ୍ଚଳରେ ଅବସ୍ଥିତ ଡରବୀରେ ରହୁଥିବା ଭାଷା ଗୁରୁବାର ରାତିରେ ଟାଇଟନ ହାସଲ କରିବାର କିଛି ଘଣ୍ଟା ପରେ ଶୁକ୍ରବାର ସେ ପିଲଗ୍ରିମ ହସ୍ପିଟାଲରେ ଡାକ୍ତର ଭାବେ ଚାକିରି ଜୀବନ ଆରମ୍ଭ କରିଛନ୍ତି। ମୁଁ ଦକ୍ଷିଣ-ଏସୀୟ ସମୁଦାୟ, ସଂଖ୍ୟାଲଘୁ ସମୁଦାୟ ଏବଂ ଡରବୀର ପ୍ରତିନିଧିତ୍ବ କରି ବହୁତ ଗର୍ବ ଅନୁଭବ କରୁଛି ବୋଲି ଟାଇଟଲ ଜିତିବା ପରେ ଭାଷା କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories