www.samajalive.in
Monday, December 8, 2025
27.1 C
Bhubaneswar

ରିଲିଜ୍‍ ହେଲା ସଲମାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭାରତ’ର ଟ୍ରେଲର

ମୁମ୍ବଇ : ସଲମାନ ଖାନ୍‍ଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଭାରତ’ର ଟ୍ରେଲର ସୋମବାର ରିଲିଜ୍‍ ହୋଇଛି। ଚଳଚ୍ଚିତ୍ରରେ ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‍, ଦିଶା ପଟାନୀ, ତବୁ ଓ ସୁନୀଲ ଗ୍ରୋଭର ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି। ୩ ମିନିଟ୍‍ ୧୧ ସେକେଣ୍ଡର ଏହି ଟ୍ରେଲର ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କ ଡାଏଲଗରୁ ଆରମ୍ଭ ହୋଇଛି। ସମ୍ପୂର୍ଣ୍ଣ ଟ୍ରେଲରରେ ସଲମାନଙ୍କୁ ହିଁ ପ୍ରାଥମିକତା ଦିଆଯାଇଛି। ସଲମାନଙ୍କ ବ୍ୟତୀତ କ୍ୟାଟ୍ରିନା କୈଫ୍‍, ଦିଶା ପଟାନୀ, ସୁନୀଲ ଗ୍ରୋଭର ଓ ଜ୍ୟାକି ଶ୍ରଫଙ୍କ ଝଲକ୍‍ ମଧ୍ୟ ଦେଖିବାକୁ ମିଳିଛି। ଚଳଚ୍ଚିତ୍ରରେ ସଲମାନ ଭାରତ ଭୂମିକାରେ ଅବତୀର୍ଣ୍ଣ। ଯାହାର ସମ୍ପୂର୍ଣ୍ଣ ଜୀବନ ଖୁବ୍‍ ରଙ୍ଗୀନ ରହିଛି। ଚଳଚ୍ଚିତ୍ରରେ ଭାରତ ଜୀବନର ୭୧ ବର୍ଷର ଯାତ୍ରାକୁ ଦର୍ଶାଯାଇଛି। ଟ୍ରେଲରରେ ସଲମାନଙ୍କ ଅନେକ ରୂପ ଦେଖିବାକୁ ମିଳିଛି। ଅଲୀ ଅବାସ୍‍ ଜଫରଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଜୁନ୍‍ ୫ ତାରିଖ ଇଦ୍‍ ଅବସରରେ ମୁକ୍ତିଲାଭ କରିବ। ଏହା କୋରିୟାନ୍‍ ଚଳଚ୍ଚିତ୍ର ‘ଓଡ଼୍‍ ଟୁ ମାଇଁ ଫାଦର୍‍’ର ହିନ୍ଦୀ ରିମେକ୍‍। ଚଳଚ୍ଚିତ୍ରର ଟିଜର ଓ ପୋଷ୍ଟର ପୂର୍ବରୁ ରିଲିଜ୍‍ ହୋଇଯାଇଛି, ଯାହାକୁ ଦର୍ଶକ ସମାଜିକ ଗଣମାଧ୍ୟମରେ ଖୁବ୍‍ ପସନ୍ଦ କରିବା ସହ ବହୁତ ଭଲ ପ୍ରତିକ୍ରିୟା ମଧ୍ୟ ଦେଇଥିଲେ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories