www.samajalive.in
Monday, December 8, 2025
20.1 C
Bhubaneswar

ଶ୍ରୀଲଙ୍କାରେ ଜରୁରୀକାଳିନ ପରିସ୍ଥିତି ଘୋଷଣା

ନୂଆଦିଲ୍ଲୀ : ପବିତ୍ର ଇଷ୍ଟର ପର୍ବ ଅବସରରେ ଶ୍ରୀଲଙ୍କାରେ ଆତ୍ମଘାତୀ ବିସ୍ଫୋରଣରେ ୨୯୦ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦୦ରୁ ଉର୍ଦ୍ଧ୍ବ ଲୋକ ଆହତ ହୋଇଥିଲେ । ମୃତକ ମଧ୍ୟରେ ବିଦେଶୀ ନଗରିକ ସମେତ ୬ ଜଣ ଭାରତୀୟ ନାଗରିକ ରହିଛନ୍ତି । ଇତି ମଧ୍ୟରେ ଶ୍ରୀଲଙ୍କା ରାଷ୍ଟ୍ରପତି ମିନ୍ତ୍ରିପାଲ ସିରିସେନା ଦେଶରେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି । ସୋମବାର ମଧ୍ୟରାତ୍ରିରୁ ଏହା ଲାଗୁ ହେବ । ଇଷ୍ଟର ଦିନ ହୋଇଥିବା ଏହି ବିସ୍ଫୋରଣ ପଛରେ ‘ନ୍ୟାସନାଲ ତୋହିଦ ଜମାତ’ ସଙ୍ଗଠନର ହାତ ଥିବାର ଆଶଙ୍କା କରାଯାଉଛି ବୋଲି ଶ୍ରୀଲଙ୍କାର ସ୍ବାସ୍ଥ୍ୟମନ୍ତ୍ରୀ ରଜିତା ସେନାରତ୍ନ କହିଛନ୍ତି । ସମସ୍ତ ଆତ୍ମଘାତୀ ଆତଙ୍କବାଦୀ ଶ୍ରୀଲଙ୍କା ନାଗରିକ ବୋଲି ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ, ଏକ ଦଶକ ପରେ ଶ୍ରୀଲଙ୍କାରେ ଏଭଳି ବିସ୍ଫୋରଣ ହୋଇଛି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୁଲିସ ୨୪ ଜଣଙ୍କୁ ଗିରଫ କରିଛି । ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦୀ ସଙ୍ଗଠନ ଏହି ବିସ୍ଫୋରଣ ପାଇଁ ନିଜକୁ ଦାୟୀ କରିନାହାନ୍ତି । କିନ୍ତୁ ଇସ୍ଲାମିକ ସମୂହ ତୋହିଦ ଜମାତ ଏହି ବିସ୍ଫୋରଣ ଘଟାଇଥିବା ଆଶଙ୍କା କରାଯାଉଛି । ଶ୍ରୀଲଙ୍କା ସରକାର କଲୋମ୍ବରେ ରାତି ୮ଟାରୁ ସକାଳ ୪ଟା ପର୍ଯ୍ୟନ୍ତ କଫ୍ୟୁ ଜାରି କରିଛନ୍ତି । ସାମାଜିକ ଗଣମାଧ୍ୟମ ଉପରେ କଟକଣା ଲାଗୁ କରାଯାଇଛି ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories