www.samajalive.in
Tuesday, December 9, 2025
17.1 C
Bhubaneswar

ଭଦ୍ରକର ପ୍ରସିଦ୍ଧ ମା’ଭଦ୍ରକାଳୀ

କାଳୀପୂଜା ପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇ ପଡ଼ିଛି। କେବଳ ରାଜ୍ୟ ନୁହେଁ ରାଜ୍ୟ ବାହାରେ ବଭିନ୍ନ ସ୍ଥାନରେ ମଧ୍ୟ ମା’କାଳୀଙ୍କ ପୂଜା ଖୁବ୍‍ ଆଡ଼ମ୍ବର ସହକାରେ ପାଳନ କରାଯାଏ। ଚଳିତ ବର୍ଷ ନଭେମ୍ବର ୬ ତାରିଖରୁ କାଳୀପୂଜା ଆରମ୍ଭ ହେଉଛି। ତେବେ ଓଡ଼ିଶାରେ ଭଦ୍ରକର କାଳୀପୂଜା ଖୁବ୍‍ ପ୍ରସିଦ୍ଧ। କାହିଁ କେତେ ବର୍ଷରୁ ଏଠାରେ କାଳୀପୂଜା ଖୁବ୍‍ ଧୁମ୍‍ଧାମ୍‍ ରେ ପାଳନ ହୋଇ ଆସୁଛି। ଏଠାରେ ମା’ଭଦ୍ରକାଳୀ ସ୍ୱୟଂ ବିରାଜିତ। ମା’ଙ୍କ ନାମ ଅନୁସାରେ ଏହି ସହର ଭଦ୍ରକ ନାମରେ ନାମିତ। ତେବେ ଚାଲନ୍ତୁ ଜାଣିବା ଭଦ୍ରକରେ ଅବସ୍ଥିତ ପ୍ରସିଦ୍ଧ ଦେବୀ ମା’ଭଦ୍ରକାଳୀଙ୍କ ମନ୍ଦିର ଓ ମା’ଙ୍କ ବିଷୟରେ –

ଭଦ୍ରକ ସହରଠାରୁ ପ୍ରାୟ ୮ କି.ମି. ଦୂରରେ ଆହରପଡ଼ା ଅଞ୍ଚଳ ନିକଟସ୍ଥ ଭଦ୍ରକାଳୀ ସାହିରେ ମା’ଭଦ୍ରକାଳୀଙ୍କ ମନ୍ଦିର ଅବସ୍ଥିତ। ଏଠାରେ ଥିବା ୪ ଫୁଟ୍‍ ଉଚ୍ଚତା ବିଶିଷ୍ଟ ମା’ଙ୍କ ମୂର୍ତ୍ତି ମୁଗୁନି ପଥରରେ ନିର୍ମିତ। ଏହି ମୂର୍ତ୍ତିରେ ମା’ ଚତୁର୍ଭୁଜା ଓ ଏକ ସିଂହ ଉପରେ ବସିଥିବାର ଦେଖିବାକୁ ମିଳେ। ଡ଼ାହାଣ ପାର୍ଶ୍ବର ଉପର ହସ୍ତରେ ଖଣ୍ଡା ଓ ବାମ ପାର୍ଶ୍ବର ଉପର ହସ୍ତରେ ଖର୍ପର ଧାରଣ କରିଛନ୍ତି। ଏଥିସହିତ ଡ଼ାହାଣ ପାର୍ଶ୍ବର ତଳ ହସ୍ତରେ ଏକ ଶିଶୁ(ଯାହାକୁ ଭକ୍ତମାନେ ବାଳଗୋପାଳ କୃଷ୍ଣ ବୋଲି ଗ୍ରହଣ କରନ୍ତି) ଓ ବାମ ପାର୍ଶ୍ବର ତଳ ହସ୍ତରେ ଏକ ମାଳା ଧାରଣ କରି ମା’ ଏଠାରେ ବିରାଜମାନ କରିଛନ୍ତି। ଦେବୀଙ୍କ ସମ୍ପୂର୍ଣ୍ଣ ମୂର୍ତ୍ତି ମୂଲ୍ୟବାନ ଗହଣାରେ ସୁସଜ୍ଜିତ। ମା’ଙ୍କ ଦୁଇ ପାର୍ଶ୍ବରେ ଜୟା ଓ ବିଜୟାଙ୍କ ମୂର୍ତ୍ତି ସ୍ଥାପିତ ହୋଇଛି। ତତ୍‍ସହିତ ହିନ୍ଦୁ ଧର୍ମର ଅନ୍ୟ ପାଞ୍ଚ ଦେବାଦେବୀ ଯଥା ଗଣେଶ, ବିଷ୍ଣୁ, ସୂର୍ଯ୍ୟ, ଶିବ ଓ ଦୁର୍ଗା ମଧ୍ୟ ଏଠାରେ ବିରାଜିତ। ବିଶେଷ କରି ବିଜୟା ଦଶମୀ ଓ ଦୀପାବଳୀ ସମୟରେ ଏଠାରେ ବହୁ ଭିଡ଼ ପରିଲକ୍ଷିତ ହୁଏ।

ଉପସ୍ଥାପନା – ପ୍ରତିଜ୍ଞା ମିଶ୍ର

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories