www.samajalive.in
Wednesday, December 10, 2025
26.1 C
Bhubaneswar

ଶୂନ୍ୟ ହେବ ମଣିବାବାଙ୍କ ରତ୍ନଭଣ୍ଡାର! ସ୍ୱର୍ଣ୍ଣାଳଙ୍କାର ଜିଲା କୋଷାଗାରାକୁ ନେବାପାଇଁ ଚାଲିଛି ମସୁଧା

ଆରଡି : କନିକା ରାଜାସାହେବଙ୍କ ଦ୍ୱାରା ନିର୍ମିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିର ରାଜ୍ୟର ଏକ ପ୍ରମୁଖ ଶୈବକ୍ଷେତ୍ର ଭାବେ ପ୍ରସିଦ୍ଧି ଲାଭ କରିଛି। ଏପରିକି ବାବା ଆଖଣ୍ଡଳମଣିଙ୍କ ନୀତିକାନ୍ତି ଓ ବେଶ ନିମନ୍ତେ ବ୍ୟବହୃତ ବିଭିନ୍ନ ଧାତୁରେ ନିର୍ମିତ ଅଳଙ୍କାର ଓ ଅନ୍ୟାନ ସାମଗ୍ରୀ ରହିବା ପାଇଁ ମନ୍ଦିର ପରିସରରେ ରହିଛି ରତ୍ନଭଣ୍ଡାର। ତାହାସହ ଦୈନଦିନ ମଣିବାବାଙ୍କ ଦର୍ଶନ ନିମନ୍ତେ ଆସୁଥିବା ଭକ୍ତମାନଙ୍କ ଦାନ ସଦୃଶ ସୁନା, ରୁପା ଓ ବିଭିନ୍ନ ଧାତୁର ସାମଗ୍ରୀମାନ ମଧ୍ୟ ଏହି ରତ୍ନଭଣ୍ଡାରରେ ରହିଥାଏ। ହେଲେ ମନ୍ଦିର ଓ ଭକ୍ତମାନଙ୍କ ସୁରକ୍ଷା ବ୍ୟବସ୍ଥାକୁ ନେଇ ବାରମ୍ବାର ପ୍ରଶାସନ ନିକଟରେ ସେବାୟତ ଓ ସ୍ଥାନୀୟ ଅଧିବାସୀ ଜଣାଉଥିଲେ ମଧ୍ୟ ମନ୍ଦିର ଓ ଭକ୍ତଙ୍କୁ ସୁରକ୍ଷା ଦେବା ବଦଳେ ସୁରକ୍ଷା ଆଳ ଦର୍ଶାଇ ମଣିବାବଙ୍କ ରତ୍ନବଣ୍ଡାର ଘରକୁ ଶୁନ୍ୟ କରି ଗଛିତ ଥିବା ସମସ୍ତ ସ୍ୱର୍ଣ୍ଣାଳାଙ୍କାରକୁ ଜିଲା କୋଷାଗାରାକୁ ନେଇଯିବା ପାଇଁ ମନ୍ଦିର ଓ ଜିଲା ପ୍ରଶାସନ ପକ୍ଷରୁ ଚାଲିଛି ମସୁଧା। ଯାହା ମନ୍ଦିରର ଶହଶହ ବର୍ଷର ପରମ୍ପରା ଭଙ୍ଗ ହେବ ବୋଲି ପୁରୁଖା ସେବାୟତମାନେ ପ୍ରକାଶ କରିଛନ୍ତି। ଯଦି ପ୍ରଶାସନ ରତ୍ନଭଣ୍ଡାରକୁ ଶୁନ୍ୟ କରେ ତାହାଲେ ସେବାୟତମାନେ ମଣିବାବାଙ୍କ ନୀତିକାନ୍ତି ବନ୍ଦ ରଖିବା ସହ ଉଚ୍ଚ ନ୍ୟାୟଳୟରେ ଦ୍ୱାରସ୍ଥ ହେବେ ବୋଲି ଚେତାବନୀ ଦେଇଛନ୍ତି।

ଏପରିକି ମନ୍ଦିର ଓ ଜିଲା ପ୍ରଶାସନ ବାରମ୍ବାର ବେନିୟମ ଭାବେ କାହିଁକି ମଣିବାବାଙ୍କ ରତ୍ନଭଣ୍ଡାର ଘର ଖୋଲୁଛି ତାହା ସାଧାରଣରେ ନାନା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏପରି ଘଟଣା ୧୯୯୩ ମସିହାରେ ହୋଇଥିବାରୁ ମଣିବାବାଙ୍କ ରତ୍ନଭଣ୍ଡାରରେ ଗଛିତ ଥିବା ସ୍ୱଣ୍ଣାଳଙ୍କାରରୁ ପ୍ରାୟ ୧କିଲୋ ସ୍ୱର୍ଣ୍ଣାଳଙ୍କାର କମ ହେବା ସହ ସୁନା ପରି ଦିଶୁଥିବା ୧୩ଗୋଟି ବଲ ଦେଖିବାକୁ ମିଳିଥିଲା। ଯାହାକୁ ନେଇ ଥାନାରେ ମାମଲା ରୁଜୁ ହେବା ସହ ସେବାୟତମାନେ ଉଚ୍ଚ ନ୍ୟାୟଳଙ୍କ ଦ୍ୱାରସ୍ଥ ହୋଇଥିଲେ। ହେଲେ ଆଜି ପର୍ୟ୍ୟନ୍ତ ମଣିବାବଙ୍କୁ ନା ମିଳୁଛି ନ୍ୟାୟ ନା ଫେରୁଛି ହଡପ ହୋଇଥିବା ସୁନା ଅଳଙ୍କାର। ଏପରିକି ସେବେଠାରୁ ମଣିବାବଙ୍କୁ ସୁନା ପିନ୍ଧିବା ଉପରେ ରୋକ ଲଗାଇଛି ପ୍ରଶାସନ। ଅନ୍ୟପଟେ ମନ୍ଦିର ତଦାରଖ ନିମନ୍ତେ ଥିବା ଟ୍ରଷ୍ଟବୋର୍ଡର କାର୍ୟ୍ୟକାଳ ସରିଯାଇଥିବାରୁ ପ୍ରଶାସନର ସିଧାସଳଖ ଦୃଷ୍ଟି ପଡିଛି ବାବାଙ୍କ ରତ୍ନଭଣ୍ଡାର ଉପରେ , ଏପରିକି ସୁରକ୍ଷା ଆଳ ଦର୍ଶାଇ ସମସ୍ତ ସୁନା ଅଳଙ୍କାର ଜିଲା କୋଷାଗାରାକୁ ନେଇଯିବା ପାଇଁ ପ୍ରଶାସନ ମସୁଧା ଚଳାଇଥିବା ବେଳେ ଦେବୋତର ବିଭାଗ ନିକଟରେ ଏକ ଲିଖିତ ଅପିଲ ମଧ୍ୟ କରିସାରିଛି। ଯାହାକୁ ନେଇ ସେବାୟତଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ସେବାୟତମାନଙ୍କ କହିବା ଅନୁଯାୟୀ ପ୍ରଶାସନ ମଣିବାବାଙ୍କ ରତ୍ନଭଣ୍ଡାରକୁ ଯଦି ସୁରକ୍ଷା ଦେଇ ପାରୁନାହିଁ ତାହାଲେ ମଣିବାବଙ୍କ ମନ୍ଦିର ଓ ଆଗନ୍ତୁକ ଭକ୍ତ କେତେ ସୁରକ୍ଷିତ ? ଯାହା ମନ୍ଦିରର ଶହଶହ ବର୍ଷର ପରମ୍ପରାକୁ ପ୍ରଶାସନ ଭଙ୍ଗ କରିବାକୁ ଯାଉଛି ବୋଲି ସେବାୟତମାନେ ପ୍ରକାଶ କରିଛନ୍ତି।

- Advertisement -

ସୂଚନା ଅନୁଯାୟୀ ବାବା ଆଖଣ୍ଡଳମଣିଙ୍କୁ ଦର୍ଶନ ପାଇଁ ଦୈନଦିନ ରାଜ୍ୟ ଓ ରାଜ୍ୟ ବାହାରୁ ହଜାର-ହଜାର ଭକ୍ତଙ୍କ ଭିଡ ଲାଗେ ଆରଡିପୀଠରେ। ଅଗଣିତ ଭକ୍ତମାନେ ମଣିବାବାଙ୍କୁ ଦର୍ଶନ କରିବା ପରେ ବାବାଙ୍କ ଆସ୍ଥାନ ନିକଟରେ ଥିବା ରତ୍ନଭଣ୍ଡାରକୁ ସ୍ୱଣ୍ଣାଳଙ୍କାର ସହ ବହୁ ମୂଲ୍ୟବାନ ଧାତୁରେ ନିର୍ମିତ ଅଳଙ୍କାର ଓ ଟଙ୍କା ଦାନ କରିଥାନ୍ତି। ମଣିବାବାଙ୍କୁ ମିଳୁଥିବା ଦାନ ସାମଗ୍ରୀ ରକ୍ଷଣାବେକ୍ଷଣା ନିମନ୍ତେ ରାଜ୍ୟ ଦେବୋତ୍ତର ବିଭାଗ ପକ୍ଷରୁ ଏକ ପରିଚାଳନା କମିଟ ରହିଥିବା ବେଳେ ତଦାରଖ ନିମନ୍ତେ ପ୍ରତି ୨ବର୍ଷ ପାଇଁ ଟ୍ରଷ୍ଟବୋର୍ଡ ଗଠନ କରାଯାଇଥାଏ। ହେଲେ ଉକ୍ତ ଟ୍ରଷ୍ଟବୋର୍ଡ କାର୍ୟ୍ୟକାଳ ସରିଯାଇଥିବାରୁ ପ୍ରଶାସନ ମନଇଛା ମନ୍ଦିରରେ ସମସ୍ତ କାର୍ୟ୍ୟ କରୁଥିବା ସାଧାରଣରେ ଚର୍ଚ୍ଚା ଚାଲିଛି। ଏଥିପ୍ରତି ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେବା ସହିତ ମନ୍ଦିର ଓ ଆଗନ୍ତୁକ ଭକ୍ତମାନଙ୍କର ସୁରକ୍ଷା ନିମନ୍ତେ କଡା ସୁରକ୍ଷା ବ୍ୟବସ୍ଥା ପାଇଁ ପୁର୍ନବାର ସେବାୟତଙ୍କ ମହଲରେ ଦାବି ଜୋର ଧରିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories