www.samajalive.in
Monday, December 8, 2025
27.1 C
Bhubaneswar

ଏଟିଏମ୍ ଭାଙ୍ଗି ଲୁଟ୍ ଉଦ୍ୟମ ବିଫଳ: ବ୍ୟବହୃତ ଯନ୍ତ୍ରାଂଶ ଛାଡି ପଳାଇଲେ ଲୁଟେରା

ଭଦ୍ରକ:  ବାସୁଦେବପୁର ସହରରେ ଥିବା ଏକାଧିକ ଏଟିଏମ୍‌ରୁ ଲୁଟ ଉଦ୍ୟମ କରି ବିଫଳ ହୋଇଛନ୍ତି ଲୁଟେରା। ସହରର ତାରିଣୀ ଛକ ନିକଟରେ ଥିବା ଏଚଡିଏଫସି ଓ ସିନେମା ହଲ ଛକ ନିକଟରେ ଥିବା ଏସବିଆଇ ବ୍ୟାଙ୍କ ଏଟିଏରୁ ଲୁଟେରା ମାନେ ଲୁଟ ଉଦ୍ୟମ କରିଥିବା ଦେଖିବାକୁ ମିଳିଛି। ଏଚ୍‌ଡିଏଫସି ବ୍ୟାଙ୍କ ଏଟିଏମ ର ଥିବା ସିସି ଟିଭି କ୍ୟାମେରା ରେ ରଙ୍ଗ ସ୍ପ୍ରେ କରିବା ପରେ ବସିଥିବା ସୁରକ୍ଷା କର୍ମୀଙ୍କୁ ବାନ୍ଧି ମାଡ ମାରିଛନ୍ତି। ହେଲେ ସାଇରନ ବାଜିବାରୁ ଦୁର୍ବୃତ୍ତ ମାନେ ଛାଡି ଚାଲିଯାଇଥିଲେ। ସେହିପରି ଏସବିଆଇ ଏଟିଏମରୁ ଚୋରି କରୁଥିବା ସମୟରେ ବାସୁଦେବପୁର ପୋଲିସ କୌଣସି ପ୍ରକାର ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଯାଇଥିଲେ। ଫଳରେ ଲୁଟେରାମାନେ ଲୁଟରେ ବ୍ୟବହୃତ ଯନ୍ତ୍ରାଂଶ ଛାଡି ଚମ୍ପଟ ମାରିଥିଲେ। ପୁଲିସ ଘଟଣାରେ ଅଧିକ ତଦନ୍ତ ଚଳାଇଛି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories