www.samajalive.in
Tuesday, December 9, 2025
16.1 C
Bhubaneswar

ଇତିହାସ ରଚିଲେ ଭାବନା

ନୂଆଦିଲ୍ଲୀ: ଭାରତର ପ୍ରଥମ ମହିଳା ପାଇଲଟ ଭାବେ ଯୁଦ୍ଧବିମାନ ଉଡ଼ାଇବାରେ ଯୋଗ୍ୟତା ହାସଲ କରି ଇତିହାସ ରଚିଛନ୍ତି ଫ୍ଲାଇଟ ଲେଫ୍ଟନାଣ୍ଟ ଭାବନା କାନ୍ତ। ସେ ପ୍ରଥମ ଥର ପାଇଁ ୨୦୧୮ ମାର୍ଚ୍ଚରେ ଏକୁଟିଆ ଏମ୍‌ଆଇଜି-୨୧ ବାଇସନ୍‌ ଯୁଦ୍ଧବିମାନ ଉଡ଼ାଇଥିଲେ। ଇତିମଧ୍ୟରେ ସେ ଯୁଦ୍ଧ ସମୟରେ ବିମାନ ଉଡ଼ାଇବା ତାଲିମ ଶେଷ କରିଛନ୍ତି। ବୁଧବାର ସେ ଏ ବାବଦ ସ୍ବୀକୃତି ଲାଭ କରିଛନ୍ତି। ଦିନବେଳା ଯୁଦ୍ଧରେ ସେ ଏଣିକି ସାମିଲ ହୋଇପାରିବେ। ଭାବନା ସମ୍ପ୍ରତି ରାଜସ୍ଥାନର ବିକାନେରସ୍ଥିତ ନଲ୍‌ ବିମାନ ଘାଟିଠାରେ କାର୍ଯ୍ୟରତ ଅଛନ୍ତି। ରାତ୍ରିକାଳୀନ ଯୁଦ୍ଧବିମାନ ଉଡ଼ାଇବା ତାଲିମ ଗ୍ରହଣ ପରେ ସେ ରାତି ଯୁଦ୍ଧ ଅଭିଯାନରେ ମଧ୍ୟ ସାମିଲ ହୋଇପାରିବେ ବୋଲି ବାୟୁସେନା ପକ୍ଷରୁ କୁହାଯାଇଛି। ନିଜର ନିଷ୍ଠା ବଳରେ ଭାବନା ଏହି କୃତିତ୍ବର ଅଧିକାରୀ ହୋଇଥିବା କହିଛନ୍ତି ବାୟୁସେନା ଅଧିକାରୀ ଅନୁପମ ବାନାର୍ଜୀ। ସୂଚନାଯୋଗ୍ୟ ଯେ ୨୦୧୬ ଜୁଲାଇରେ ଭାବନାଙ୍କ ସହିତ ଅବନି ଚତୁର୍ବେଦୀ ଓ ମୋହନା ସିଂହ ପ୍ରଥମ ମହିଳା ଭାବେ ‘ଫ୍ଲାଇଂ ଅଫିସର’ ଭାବେ ବାୟୁସେନାରେ ସାମିଲ ହୋଇଥିଲେ। ବର୍ଷକରୁ କମ୍‌ ସମୟ ମଧ୍ୟରେ ୨୦୧୭ ନଭେମ୍ବରରେ ସେ ପରୀକ୍ଷାମୂଳକ ଭାବେ ଯୁଦ୍ଧବିମାନ ଉଡ଼ାଇବାକୁ ସକ୍ଷମ ହୋଇଥିଲେ। ଏବେ ବାୟୁସେନା ପକ୍ଷରୁ ଦ୍ବିତୀୟ ଦଫାରେ ତିନି ଜଣ ମହିଳାଙ୍କୁ ଏଥିପାଇଁ ବଛାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories