www.samajalive.in
Tuesday, December 9, 2025
16.1 C
Bhubaneswar

ଏକକ ସଂହିତା ପ୍ରଣୟନ କଲେ ସମ୍ବିଧାନ, ଗଣତନ୍ତ୍ର ଓ ଦେଶର ପ୍ରଗତି ସମ୍ଭବ

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ରାଜନୀତି ବିଜ୍ଞାନ ବିଭାଗ ପକ୍ଷରୁ ପିଜି କାଉନସିଲ ସମ୍ମିଳନୀ କକ୍ଷରେ ଏକ ସ୍ବତନ୍ତ୍ର ବକ୍ତୃତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହିକାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଭାରତର ପୂର୍ବତନ ରାଷ୍ଟ୍ରପତି କେ.ଆର୍.ନାରାୟଣଙ୍କ ଓଏସଡି ସତ୍ୟ ନାରାୟଣ ସାହୁ ଯୋଗଦେଇ ଶୀର୍ଷକ ସମ୍ବିଧାନ ପ୍ରଣୟନ ଏବଂ ଏକକ ଆଇନ ସଂହିତା ଉପରେ ଆଲୋକପାତ କରିଥିଲେ। ଭାରତରେ ଏକକ ଆଇନ ସଂହିତା ଆରମ୍ଭ ଓ ବର୍ତ୍ତମାନରେ ଏକକ ଆଇନ ସଂହିତା ପ୍ରଣୟନ ନେଇ ଭାରତର ବିଭିନ୍ନ ବର୍ଗ, ଧର୍ମ, ଜାତିର ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ସେମାନଙ୍କ ମତାମତକୁ ନେଇ ଏକକ ସଂହିତା ପ୍ରଣୟନ କଲେ ସମ୍ବିଧାନ, ଗଣତନ୍ତ୍ର ଓ ଦେଶର ପ୍ରଗତି ସମ୍ଭବ। ଯଦି ଲୋକଙ୍କ ମତାମତକୁ ନ ଗ୍ରହଣ କରି ଏକକ ସଂହିତା ପ୍ରଣୟନ କଲେ ଦେଶରେ ଅଶାନ୍ତି ବିଶୃଙ୍ଖଳା ଏଡାଇ ଦିଆ ଯାଇପାରିବ ନାହିଁ ବୋଲି କହିଥିଲେ।

କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ଯୋଗ ଦେଇ ନାରୀ ମାନଙ୍କ ଅଧିକାର କୁ ସୁରକ୍ଷା ନିମନ୍ତେ ଏକକ ସଂହିତା କିଭଳି ଭାବରେ ସହାୟକ ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ। ଏଭଳି କାର୍ଯ୍ୟକ୍ରମକୁ ଉଚ୍ଚ ପ୍ରଶଂସା କରିବା ସହ ଏହା ଦ୍ବାରା ସାମ୍ବିଧାନିକ ଆଇନ ଉପରେ ଅଧିକ ଜ୍ଞାନ ଆହରଣ କରିହେବ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ପିଜି କାଉନସିଲ ଅଧ୍ୟକ୍ଷ ପ୍ରଫେସର ସୁଶାନ୍ତ କୁମାର ବରାଳ ଯୋଗ ଦେଇ ଥିଲେ। କାର୍ଯ୍ୟକ୍ରମର ସଂଯୋଜକ ତଥା ବିଭାଗର ମୁଖ୍ୟ ଡ଼ଃ ରାଜେଶ ସେଠ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାରଦା ପ୍ରସନ୍ନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କlର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ଅଧ୍ୟାପକ ଅଧ୍ୟାପିକା ବହୁ ସଂଖ୍ୟକ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories