www.samajalive.in
Thursday, December 11, 2025
27.1 C
Bhubaneswar

ଆଉ ଫିଙ୍ଗିବେ ନାହିଁ ଆଳୁ ଚୋପା : କ୍ୟାନସର,ହୃଦୟ ଜନିତ ସମସ୍ୟାରୁ ଦୂରେଇ ରଖେ..

ଆଳୁକୁ ପରିବାର ରାଜା ବୋଲି କୁହାଯାଏ। କାରଣ ଅଧିକାଂଶ ବ୍ୟଞ୍ଜନ ହେଉ କିମ୍ବା ଅନ୍ୟାନ୍ୟ ଖାଦ୍ୟ ଜିନିଷ ପ୍ରସ୍ତୁତିରେ ଏହାର ବ୍ୟବହାର କରାଯାଏ। ଅନେକଙ୍କୁ ଆଳୁ ଖାଇବା ମଧ୍ୟ ବେଶ ପସନ୍ଦ। ଆଳୁକୁ ବ୍ୟବହାର କରି ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ଖାଦ୍ୟ ମଧ୍ୟ ପ୍ରସ୍ତୁତ କରାଯାଏ। ଚଟ୍‌‌ପଟ୍‌‌। ଖାଦ୍ୟ ମଧ୍ୟରେ ଆଳୁ ଚାଟ୍‌‌, ଟିକ୍କି, ପକୁଡି ଆଦି ରହିଛି। ତେବେ ସାଧାରଣତଃ ଆଳୁକୁ ପ୍ରସ୍ତୁତ କରିବା ପୂର୍ବରୁ ଏହାର ଚୋପାକୁ କାଢି ଫିଙ୍ଗି ଦେଇଥାଆନ୍ତି। ମାତ୍ର ଆଳୁ ଚୋପାର ଚମତ୍କାରୀ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଜାଣିଲେ ଆଉ ଫିଙ୍ଗିବେ ନାହିଁ। ଜାଣନ୍ତୁ..
ଆଳୁ ଚୋପା ହୃଦୟକୁ ସୁସ୍ଥ ରଖିବାରେ ବେଶ ସହାୟକ ହୋଇଥାଏ। ହୃଦୟ ଜନିତ ଅନେକ ସମସ୍ୟାକୁ ମଧ୍ୟ ଦୂର କରିଥାଏ। ଆଳୁରେ ପୋଟାସିୟମ, ମେଗ୍ନେସିୟମ ଓ କ୍ୟାଲସିୟମ ରହିଛି। ଏହା ଉଚ୍ଚ ରକ୍ତଚାପକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ଆଳୁ ଚୋପା ଖାଇବା ଦ୍ୱାରା ହୃଦୟ ସୁସ୍ଥ ରହିଥାଏ।
ଆଳୁ ଚୋପାରେ ଫାଇଟୋକେମିକଲ୍ସ ଭରପୁର ମାତ୍ରାରେ ରହିଛି। ଏହା ଏକ ଶକ୍ତିଶାଳୀ ଆଣ୍ଟି-ଅକ୍ସିଡାଣ୍ଟ। ଏଥିରେ ଏକ ପ୍ରକାର ଏସିଡ ମଧ୍ୟ ଥାଏ। ଯାହା କର୍କଟ ହେବାର ସମ୍ଭାବନାକୁ କମ୍‌‌ କରିଥାଏ। କର୍କଟ ରୋଗରୁ ରକ୍ଷା ମଧ୍ୟ କରିଥାଏ।
ଆଳୁ ଚୋପାରେ କ୍ୟାଲସିୟମ ସହ ଅନେକ ମିନେରାଲ୍ସ ରହିଛି। ଏହା ହାଡକୁ ସୁସ୍ଥ ରଖିବା ସହ ମଜଭୂତ କରିଥାଏ।

 

Hot this week

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

ବସ୍‌-ବାଇକ୍ ଧକ୍କା : ଦୁଇ ଛାତ୍ର ମୃତ

ପଦ୍ମପୁର: ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ପାଲୁପାଇ ନିକଟରେ ବସ୍- ବାଇକ୍...

Related Articles

Popular Categories