www.samajalive.in
Thursday, December 11, 2025
27.1 C
Bhubaneswar

ଆସିଲା ‘ବଡ଼େ ମିଆଁ ଛୋଟେ ମିଆଁ’ ଟିଜର୍‌; ଅକ୍ଷୟ-ଟାଇଗରଙ୍କ ଜବରଦସ୍ତ ଆକ୍ସନ ଦେଖି ଦର୍ଶକ ଉତ୍ସାହିତ

ମୁମ୍ବଇ: ଅଲୀ ଅବାସ ଜଫରଙ୍କ ନିର୍ଦେଶନାରେ ନିର୍ମିତ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍‌ ଅଭିନୀତ ଚଳଚ୍ଚିତ୍ର ‘ବଡ଼େ ମିଆଁ ଛୋଟେ ମିଆଁ’ର ବହୁପ୍ରତୀକ୍ଷିତ ଟିଜର ବୁଧବାର ରିଲିଜ୍‌ ହୋଇଛି। ଟିଜରରୁ ଜଣାପଡ଼ୁଛି ଏଥିରେ ଅଲୀ ଅବାସ ଜଫର ସେ ସମସ୍ତ ଖୋରାକ ରଖିଛନ୍ତି, ଯାହା ଦର୍ଶକ ଚାହାଁନ୍ତି। ଜବରଦସ୍ତ ଆକ୍ସନ୍, ଡ୍ରାମା, ଭାବପ୍ରବଣତା ଏବଂ ଦେଶପ୍ରେମର ଏକ ଶକ୍ତିଶାଳୀ ତରଙ୍ଗ ​ଏସବୁର ଝଲକ୍‌ ‘ବଡ଼େ ମିଆଁ ଛୋଟେ ମିଆଁ’ର ଟିଜରରେ ଦେଖିବାକୁ ମିଳିଛି।

ନୂଆ ଫିଲ୍ମ ‘ବଡ଼େ ମିଆଁ ଛୋଟେ ମିଆଁ’ ୨୫ ବର୍ଷ ପୁରୁଣା ‘ବଡ଼େ ମିଆଁ ଛୋଟେ ମିଆଁ’ ଚଳଚ୍ଚିତ୍ରଠାରୁ ବହୁତ ଅଲଗା। ଅକ୍ଷୟ କୁମାର ଏବଂ ଟାଇଗର ଶ୍ରଫଙ୍କ ଅଭିନୀତ ଏହି ଆକ୍ସନ୍ ପ୍ୟାକ୍ ମନୋରଞ୍ଜକ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ସେହି ବ୍ୟକ୍ତି ବହନ କରିଛନ୍ତି,  ଯିଏ ‘ସୁଲତାନ୍’, ‘ଟାଇଗର ଜିନ୍ଦା ହୈ’ ଏବଂ ‘ଭାରତ’ ଭଳି ବ୍ଲକବଷ୍ଟର ଫିଲ୍ମ ଦେଇଛନ୍ତି। ଅଲୀ ଅବାସ ଜଫର ଏହି ଜାହାଜର କ୍ୟାପ୍ଟେନ ଭାବେ ସମ୍ପୂର୍ଣ୍ଣ ନ୍ୟାୟ କରୁଛନ୍ତି।

- Advertisement -

ଟିଜରରେ ଅକ୍ଷୟ ଓ ଟାଇଗର ତାଙ୍କ ଶତ୍ରୁ ପୃଥ୍ବୀରାଜ ସୁକୁମାରନଙ୍କ ସହ ଭୀଷଣ ଲଢେଇ କରୁଥିବା ଦେଖିବାକୁ ମିଳିଛି, ଯିଏ କି ଭାରତକୁ ନଷ୍ଟ କରିବାକୁ ଚାହୁଁଛି। ପୂଜା ଏଣ୍ଟରଟେନମେଣ୍ଟ ଓ ଏଏଜେଡ୍‌ ଫିଲ୍ମ୍‌ସ ଦ୍ବାରା ନିର୍ମିତ ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଏପ୍ରିଲ୍‌ ମାସ ଇଦ୍‌ ଅବସରରେ ମୁକ୍ତିଲାଭ କରିବ। ପ୍ରଥମେ ଏହା ଗତବର୍ଷ ଡିସେମ୍ବର ମାସରେ ରିଲିଜ୍‌ ହେବାର ଥିଲା। ଫିଲ୍ମର ଶୁଟିଂ ସ୍କଟ୍‌ଲାଣ୍ଡ, ଲଣ୍ଡନ, ଭାରତ ଏବଂ ୟୁଏଇରେ କରାଯାଇଛି।

Hot this week

୧୧ ମାଓବାଦୀଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ

ଭୁବନେଶ୍ବର: ରାଉରକେଲା ବାଙ୍କୋ ପଥର ଖଣିରୁ ୪ ହଜାର କିଲୋ ବିସ୍ଫୋରକ...

ଆରମ୍ଭ ହେଲା ଟ୍ରମ୍ପ ଗୋଲ୍ଡ କାର୍ଡ : ଆସନ୍ତୁ ଜାଣିବା କଣ ଏହା…

ନୂଆଦିଲ୍ଲୀ: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ନୂତନ ଭିସା କାର୍ଯ୍ୟକ୍ରମ...

ଆଇନଶୃଙ୍ଖଳା ବଜାୟ ରଖ: କେଭି

ମାଲକାନଗିରି : ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ବୈଠକ ଶେଷ ହୋଇଛି। ପର୍ଯ୍ୟାୟକ୍ରମେ ଦୁଇ...

ପାକିସ୍ତାନକୁ ଏଫ-୧୬ ଯୁଦ୍ଧ ବିମାନର ପ୍ରଯୁକ୍ତିବିଦ୍ୟା ବିକିବ ଆମେରିକା

ସମାଜ ଲାଇଭ ଡ଼େସ୍କ : ଯୁକ୍ତରାଷ୍ଟ୍ର ଆମେରିକା ପାକିସ୍ତାନକୁ ଏଫ-୧୬ ଯୁଦ୍ଧ...

ଥରୁଛି ସାରା ଓଡିଶା : ୧୦ ଡିଗ୍ରୀ ତଳେ ୧୬ ସହର

ଭୁବନେଶ୍ଵର : ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ୧୦ ଡିଗ୍ରୀ...

Related Articles

Popular Categories