www.samajalive.in
Friday, December 12, 2025
19.1 C
Bhubaneswar

ଜାଣନ୍ତୁ ସ୍ୱସ୍ତିକ ଚିହ୍ନର ମହତ୍ତ୍ୱ

ବାସ୍ତୁଶାସ୍ତ୍ରରେ ମୁଖ୍ୟଦ୍ୱାର ୨ ପାଖର କାନ୍ଥରେ ସ୍ୱସ୍ତିକ ଚିହ୍ନ ଲଗାଇବାର ବିଷୟରେ ବର୍ଣ୍ଣନା କରାଯାଇଛି। ଏହାଦ୍ୱାରା ଘରକୁ ସକରାତ୍ମକ ଶକ୍ତି ପ୍ରବେଶ କରିଥାଏ। ଦ୍ୱାର ସହ ଜଡ଼ିତ ଯଦି କୌଣସି ବାସ୍ତୁ ସମସ୍ୟା ଥାଏ, ତେବେ ଏଥିରୁ ମଧ୍ୟ ମୁକ୍ତି ମିଳିଥାଏ। ଘରକୁ ସୁଖସମୃଦ୍ଧି ପ୍ରବେଶ କରିଥାଏ। ଜାଣନ୍ତୁ ସ୍ୱସ୍ତିକ ଚିହ୍ନ ବିଷୟରେ….
ଘରର ଅଗଣାର ସ୍ୱସ୍ତିକ କରିବା ଶୁଭଙ୍କର। ପିତୃପକ୍ଷରେ ଘରର ଅଗଣାରେ ଗୋବରରେ ସ୍ୱସ୍ତିକ କରିବା ଦ୍ୱାରା ପୂର୍ବପୁରୁଷଙ୍କ ଆଶୀର୍ବାଦ ମିଳିଥାଏ।ଏହାଦ୍ୱାରା ଘରେ ସର୍ବଦା ସୁଖଶାନ୍ତି ରହିଥାଏ। ସମସ୍ତ ନକରାତ୍ମକ ଶକ୍ତି ମଧ୍ୟ ଦୂର ହୋଇଥାଏ।
ଘରର ଠାକୁର ଘରେ ସ୍ୱସ୍ତିକ ଚିହ୍ନ କରି ଏହାଉପରେ ଦେବାଦେବୀଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଦ୍ୱାରା ଭଗବାନଙ୍କ ବିଶେଷ କୃପା ପ୍ରାପ୍ତି ହୋଇଥାଏ। ଶୁଭଫଳ ମଧ୍ୟ ମିଳିଥାଏ।
ଘରେ ଥିବା ଆଲମିରାରେ ସ୍ୱସ୍ତିକ ଚିହ୍ନ କରିବା ଦ୍ୱାରା ସର୍ବଦା ସୁଖସମୃଦ୍ଧି ବୃଦ୍ଧି ପାଇଥାଏ। ମା’ଲକ୍ଷ୍ମୀ ପ୍ରସନ୍ନ ରହିଥାଆନ୍ତି। ଘରେ ଧନର ଅଭାବ ହୋଇନଥାଏ। ଯେକୌଣସି ପୂଜାର୍ଚ୍ଚନା କରିବା ସମୟରେ ପ୍ରଥମେ ସ୍ୱସ୍ତିକ କରି ପୂଜା କରନ୍ତୁ , ଏହା ଖୁବ ଶୁଭ।
ଯେଉଁଲୋକେ ପ୍ରତିଦିନ ସକାଳେ ଉଠି ଘରର ସଫାସୁତୁରା କରି ସ୍ନାନ କରି
ମନରେ ବିଶ୍ୱାସ ରଖି ମା’ଲକ୍ଷ୍ମୀଙ୍କ ଆଗମନକୁ ମନରେ ରଖି ଏରୁଣ୍ଡି ବନ୍ଧର ପୂଜା କରନ୍ତି, ସେଠାରେ ମା’ଲକ୍ଷ୍ମୀ ସର୍ବଦା ବାସ କରନ୍ତି। ଏରୁଣ୍ଡି ବନ୍ଧର ୨ ପାଖରେ ସ୍ୱସ୍ତିକ ଚିହ୍ନ କରି ତାହା ଉପରେ ଚାଉଳ ରଖନ୍ତି, ଭଗବାନଙ୍କ ବିଶେଷ କୃପା ମିଳିଥାଏ।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories