www.samajalive.in
Tuesday, December 9, 2025
16.1 C
Bhubaneswar

ଭୋଜନ ଥାଳିରେ ରୁଟିର ବିଶେଷତ୍ବ

ଭାରତୀୟ ଭୋଜନ ତାଲିକାରେ ରୁଟିର ଭୂମିକା ଗୁରୁତ୍ବପୂର୍ଣ୍ଣ । ରୁଟି ପାଇଁ କୌଣସି ସ୍ବତନ୍ତ୍ର ବ୍ୟଞ୍ଜନର ଆବଶ୍ୟକତା ପଡିନଥାଏ । ଭଜା, ଡାଲି, ତରକାରୀ, ଚିକେନ୍ ଓ ମଟନ ସହ ରୁଟିକୁ ଖିଆଯାଇପାରେ । ରୁଟିରେ ଭିଟାମିନ୍ସ, ମିନେରାଲ୍ସ, କ୍ୟାଲସିୟମ, ଫସଫୋରସ, ମ୍ୟାଗ୍ନେଶିୟମ ଏବଂ ପୋଟାସିୟମ ଭଳି ପୋଷାକ ତତ୍ତ୍ବ ଭରପୁର ମାତ୍ରାରେ ରହିଥାଏ । ବିନା ତେଲରେ ରୁଟି ପ୍ରସ୍ତୁତ ହେଉଥିବାରୁ ଏହା ସ୍ବାସ୍ଥ୍ୟପ୍ରଦ ଅଟେ । ତେବେ ଆସନ୍ତୁ ଜାଣିବା ପ୍ରତିଦିନ ଖାଦ୍ୟରେ ରୁଟି ସାମିଲ କଲେ ଶରୀରକୁ କି ଲାଭ ମିଳେ ।

– ଏକ ମଧ୍ୟମ ଧରଣର ଗହମ ଅଟାରେ ପ୍ରସ୍ତୁତ ରୁଟିରେ ୭୧ କ୍ୟାଲୋରୀ ଥାଏ ।

- Advertisement -

– ରୁଟି ଖାଇବା ଦ୍ବାରା ଶରୀରକୁ ଭରପୁର ମାତ୍ରାରେ ଶକ୍ତି ମିଳିଥାଏ ।

– ରୁଟିରେ ଥିବା କାର୍ବୋହାଇଡ୍ରେଡ୍ ଶରୀରକୁ ଶକ୍ତି ପ୍ରଦାନ କରିବା ସହ ଶୀଘ୍ର ଭୋକ କରାଇ ନ ଥାଏ ।

– ରୁଟି ଖାଇବା ଦ୍ବାରା ମସ୍ତିଷ୍କ ସୁସ୍ଥ ରହିବା ସହ ମୁଡ୍ ମଧ୍ୟ ଠିକ୍ ରହିଥାଏ ।

– ରୁଟିରେ ଭରପୁର ମାତ୍ରାରେ ନ୍ୟୁଟ୍ରିଏଣ୍ଟ ଥାଏ । ଏହା ସହ ରୁଟିରେ ପ୍ରଚୁର ମାତ୍ରରେ ଭିଟାମିନ ବି ଏବଂ ଇ ରହିଥାଏ ।

– କପର, ଜିଙ୍କ, ଆୟୋଡିନ୍, ପୋଟାସିୟମ ଏବଂ କ୍ୟାଲସିୟମ ଭଳି ଅନେକ ପୋଷକ ତତ୍ତ୍ବ ରୁଟିରୁ ମିଳିଥାଏ ।

– ରୁଟିରେ ଫାଇବର ରହିଥାଏ, ଯାହା ସହଜରେ ହଜମ ହେବାରେ ସାହାଯ୍ୟ କରେ ।

– ଭାତ ତୁଳନାରେ ରୁଟିରେ କମ୍ ମାତ୍ରା କ୍ୟାଲୋରୀ ରହିଥାଏ ।

– ତ୍ବଚା ପାଇଁ ରୁଟି ଉତ୍ତମ । କାରଣ ଏଥିରେ ଥିବା ଜିଙ୍କ ଏବଂ ଅନ୍ୟ ମିନେରାଲ୍ସ ତ୍ବଚା ପାଇଁ ଲାଭଦାୟକ ହୋଇଥାଏ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories