www.samajalive.in
Tuesday, December 9, 2025
16.1 C
Bhubaneswar

ସରକାରୀ ଯୋଜନା କାହାପାଇଁ ? ମୃତ ଦିନମଜୁରୀଆ ସ୍ୱାମୀଙ୍କୁ ସଜାଇଦେଲେ ସରକାରୀ କର୍ମଚାରୀ !

ବେଗୁନିଆ: ଅସହାୟ ବିଧବା ମହିଳାଙ୍କୁ ମିଳୁନି ସରାକାରୀ ସହାୟତା । ସ୍ୱାମୀଙ୍କ ୩ ବର୍ଷ ମୃତ୍ୟୁ ପରେ ବି ନାହିଁ ହରିଶ୍ଚନ୍ଦ୍ର ଯୋଜନାର ଟଙ୍କା । ଏପରି ଏକ ଅଭିଯୋଗ ଆସିଛି ବେଗୁନିଆ ବ୍ଲକ ଅନ୍ତର୍ଗତ ବାଘମାରୀ ଗ୍ରାମରୁ । ବିଧବା ବୃଦ୍ଧା ନୀଳମଣି ପଣ୍ଡାଙ୍କୁ ସରକାରୀ ସହୟତା କହିଲେ କେବଳ ମିଳୁଛି ଭତ୍ତା ଓ ଖାଦ୍ୟ ସୁରକ୍ଷା ଯୋଜନାରେ ୫ କେଜି ଚାଉଳ ମିଳୁଛି । ଯାହାକୁ ନେଇ ଚଳିବାକୁ ବୃଦ୍ଧା ଜଣଙ୍କୁ ଚଳିବାରେ ବହୁ କଷ୍ଟକର ହେଉଛି । ଅନ୍ତଦୟ ଯୋଜନାରେ ୩୫କେଜି ଚାଉଳ ପାଇବା ପାଇଁ ପଂଚାୟତ ଠାରୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ନିବେଦନ କରିଥିଲେ ମଧ୍ୟ କେହି ତାଙ୍କ ଅଭିଯୋଗ ଉପରେ ଗୁରୁତ୍ୱ ଦେଉ ନାହାନ୍ତି କି କର୍ଣ୍ଣପାତ କରୁନାହାନ୍ତି ।ସ୍ୱାମୀ ମରିବାର ୩ ବର୍ଷ ପରେ ମଧ୍ୟ ସେ ଆଜି ପର‌୍ୟ୍ୟନ୍ତ ହରିଶ୍ଚନ୍ଦ୍ର ଯୋଜନାରେ ତାଙ୍କ ସ୍ୱାମୀଙ୍କ ସତ୍କାର ପାଇଁ ମିଳିବାକୁ ଥିବା ୨ ହଜାର ଟଙ୍କା ଆଜି ପର‌୍ୟ୍ୟନ୍ତ ପାଇ ପାରିନାହାନ୍ତି । ସବୁଠାରୁ ବଡ଼ କଥା ହେଉଛି ସରକାରଙ୍କର କାଳିଆ ଯୋଜନାରେ ଆଗରୁ ଟଙ୍କା ପାଇଥିବାବେଳେ ତାଙ୍କ ସ୍ୱାମୀଙ୍କ ମୃତ୍ୟୁ ପରେ ଆଉ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସୁନାହିଁ ।

ମୃତ ଦିନମଜୁରିଆ ସ୍ୱାମୀଙ୍କୁ ଚାକିରିଆ ଦର୍ଶାଇ କାଳିଆ ଯୋଜନାରୁ ବାଦ ଦିଆଯାଇଥିବା ଅଭିଯୋଗ ହୋଇଛି । ସେଥିପାଇଁ ସେ ୧୩.୯.୨୧ ରିଖରେ ଗୁହାରି ଆବେଦନ ସ୍ଥିତି ରିପୋର୍ଟ ଦେଖିବା ପରେ ପ୍ରଶାସନ ତାଙ୍କ ମୃତ ସ୍ୱାମୀଙ୍କୁ ସରକାରୀ ଚାକିରିଆ ଦର୍ଶାଇ ତାଙ୍କୁ କାଳିଆ ଯୋଜନାରୁ ବାଦ ଦେଇଥିବାର ଜଣାପଡିଛି । ସେ ଅନ୍ତଦୟ ଯୋଜନାରେ ୩୫ କେଜି ଚାଉଳ ପାଇବା ପାଇଁ ପ୍ରଶାସନ ନିକଟକୁ ବାରମ୍ବାର ଧାଇଁ ଧାଇଁ ନିରାଶ ହେବା ପରେ ଗତ ୫.୧.୨୦ ରିଖରେ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ ମୁଖ୍ୟ ଶାସନ ସଚିବଙ୍କୁ ତଦନ୍ତ କରି କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିର୍ଦେଶ ହୋଇଥିଲା । ମୁଖ୍ୟ ଶାସନ ସଚିବ ଏନେଇ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଥିଲେ । ତେବେ ଆଜି ପର‌୍ୟ୍ୟନ୍ତ ତାଙ୍କ ଦୁଃଖ କୌଣସି ଅଧିକାରୀ ଶୁଣିନଥିବା ସେ ଅଭିଯୋଗ କରିଛନ୍ତି । ତାଙ୍କ ପ୍ରତି ପ୍ରଶାସନ ଏତେ ନିଷ୍ଠୁର ଏବଂ ନିର୍ଦୟ କାହିଁକି ତାହା ଜନସାଧାରଣ ବୁଝି ପାରୁନାହାନ୍ତି ।ଅର୍ଦ୍ଧାହାରରେ ରହୁଥିବା ନିଳମଣୀଙ୍କର ଖାଦ୍ୟାଭାବ ଯୋଗୁଁ ଯଦି କେତେବେଳେ କିଛି ଅଘଟଣ ଘଟେ ତାହେଲେ ସେଥିପ୍ରତି ପ୍ରଶାସନ ଦାୟୀ ରହିବ ବୋଲି ଗ୍ରାମବାସୀ ମାନେ କହିଛନ୍ତି ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories