ଗୋପ : ଦୈନିକ ଖବର କାଗଜ ‘ସମାଜ’ର ବରିଷ୍ଠ ସ।ମ୍ବାଦିକ ଗୋପ ବ୍ଲକର ପ୍ରତିନିଧି ତୀର୍ଥବାସୀ ରଥ (ଦେବ ଭାଇନା)ଙ୍କର ଭୁବେନେଶ୍ୱର ସ୍ଥିତ ବାସ ଭବନରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା । ସେ ସମାଜ ଅନୁଷ୍ଠାନରେ ଦୀର୍ଘ ୨୫ବର୍ଷ ଧରି କାର୍ଯ୍ୟ କରିଆସୁଥିଲେ । ଗତବର୍ଷ ସେ ବ୍ରେନ ଟିଉମର ରୋଗରେ ପୀଡିତ ହୋଇ ଭୁବନେଶ୍ୱର ସ୍ଥିତ ଆମ୍ରରି ହସ୍ପିଟାଲରେ ଅସ୍ତ୍ରୋପଚାର କରାଯାଇଥିଲା ପରେ ସେ ସୁସ୍ଥ ହେଇଥିଲେ ଗତ କିଛିଦନ ତଳେ ତାଙ୍କ ମାଅ। ଇନ୍ଦୁମତି ରଥଙ୍କ ଦେହାନ୍ତ ପରେ ଦୁଃଖରେ ମର୍ମାହତ ହୋଇ ଅସୁସ୍ଥ ହୋଇପଡିଥିଲେ । ପରେ ସେ ତାଙ୍କ ଭୁବେନେଶ୍ୱର ସ୍ଥିତ ବାସ ଭବନରେ ଚିକିତ୍ସିତ ହେଉଥିବା ବେଳେ ମଙ୍ଗଳବାର ସକାଳେ ତାଙ୍କର ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ଖବର ପ୍ରଚ।ରିତ ହେବାପରେ ଗୋପ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ତାଙ୍କର ଶେଷ ଦର୍ଶନ ପାଇଁ ଭୁବନେଶ୍ୱର ବାସଭବନରେ ଲୋକସେବକ ମଣ୍ଡଳର ଉପାଧ୍ୟକ୍ଷ ତଥା ସମାଜର ପ୍ରକାଶକ ଓ ମୁଦ୍ରାକାର ନିରଞ୍ଜନ ରଥଙ୍କ ସମେତ ଲୋକସେବକ ମଣ୍ଡଳର ସମ୍ପାଦକ ତଥା ସମାଜର ମୁଖ୍ୟ ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରଭାସ ଚନ୍ଦ୍ର ଆଚାର୍ଯ୍ୟ, ଭୁବନେଶ୍ୱର ସମାଜ କାର୍ଯ୍ୟାଳୟର ଶାଖା ପରିଚାଳକ ଭରତ ଦାସଙ୍କ ସମେତ ସମାଜର କର୍ମଚାରୀ ମାନେ ପହଞ୍ଚି ଶେଷ ଦର୍ଶନ କରିଛନ୍ତି । ତାଙ୍କ ମୃତ୍ୟୁରେ ବିଦ୍ୟାଳୟ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ , ପୂର୍ବତନ ବିଧାୟକ ସୁରେନ୍ଦ୍ର ସେଠୀ,ଗୋପ ପ୍ରେସକ୍ଲବ,ଶିକ୍ଷକ ସମନ୍ୱୟ ସମିତି,କୋଣାର୍କ ପ୍ରେସକ୍ଳବ ସମେତ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଶୋକ ବ୍ୟକ୍ତ କରାଯାଇଛି ।
‘ସମାଜ’ର ବରିଷ୍ଠ ସାମ୍ବାଦିକ ଗୋପ ପ୍ରତିନିଧି ତୀର୍ଥବାସୀ ରଥଙ୍କ ପରଲୋକ
Popular Categories



