www.samajalive.in
Sunday, December 14, 2025
15.1 C
Bhubaneswar

ହାତରେ ଲେଖି ସ୍ମାର୍ଟ ହୁଅନ୍ତୁ

ଏକବିଂଶ ଶତାବ୍ଦୀ ସ୍ମାର୍ଟ ଯୁଗ ଭାବେ ଜଣାଯାଉଛି। ଘରେ ରହନ୍ତୁ କିମ୍ବା ବାହାରକୁ ଯାଆନ୍ତୁ, ସବୁ ସ୍ଥାନରେ ଇଣ୍ଟରନେଟ୍‌ ୱାଇଫାଇର ସୁବିଧା ମିଳିବା ଏବେ ସାଧାରଣ କଥା ହୋଇଗଲାଣି। ଗାଁଗହଳିରେ ମଧ୍ୟ ଲୋକେ ଏବେ ସ୍ମାର୍ଟଫୋନ୍, ଟାବଲେଟ୍ ଓ ଲ୍ୟାପଟପ୍‌ର ବ୍ୟବହାର କରୁଥିବାର ଦେଖାଯାଉଛି। ୪୫%ରୁ ଅଧିକ ଲୋକଙ୍କ ମତରେ ସ୍ମାଟଫୋନ୍‌ ଉପଯୋଗରେ ସେମାନଙ୍କ ଅଧିକାଂଶ କାମ ଶୀଘ୍ର ଶେଷ ହେଉଛି। କିଛି ବର୍ଷ ତଳେ ଦୂର ସହରରେ ଥିବା ବନ୍ଧୁଙ୍କୁ ଟଙ୍କା ପଠାଇବାକୁ ବ୍ୟାଙ୍କ୍‌ରେ ଧାଡ଼ି ଦେବାକୁ ପଡ଼ୁଥିଲା। ଏବେ କିନ୍ତୁ ଦୃଶ୍ୟ ଭିନ୍ନ। ଲୋକେ ଘରେ ବସି ଅନ୍-ଲାଇନ୍‌ରେ ଟଙ୍କା କିଛି ମିନିଟ୍‌ରେ ଦେଶବିଦେଶରେ ଥିବା ନିଜ ନିକଟତମ ଲୋକଙ୍କୁ ପଠାଇପାରୁଛନ୍ତି। ସମସ୍ତେ ଇଣ୍ଟରନେଟ୍ ଉପରେ ଆବଶ୍ୟକତା ଠାରୁ ଅଧିକ ନିର୍ଭରଶୀଳ ହୋଇଗଲେଣି କହିଲେ ଚଳେ। ପିଲା ହୁଅନ୍ତୁ କିମ୍ବା ଯୁବପିଢ଼ି ଅବା ବୟସ୍କ ଲୋକ, ସମସ୍ତେ ଏବେ ସ୍ମାର୍ଟଯୁଗର ମାୟାରେ ବାୟା। ନିକଟରେ ହୋଇଥିବା ଏକ ସର୍ବେକ୍ଷଣ ଅନୁସାରେ, ସମଗ୍ର ବିଶ୍ବ​‌େ​‌ର କରୋନା ମହାମାରୀ ପ୍ରକୋପ କାରଣରୁ ଅନ୍-ଲାଇନ୍ ପାଠପଢ଼ାର ଗୁରୁତ୍ବ ବଢ଼ିଛି। ଭ୍ୟାକ୍ସିନ୍ ବାହାରିବା ପରେ ହିଁ ବିଦ୍ୟାଳୟ, ମହାବିଦ୍ୟାଳୟରେ ପୂର୍ବବତ୍ ସାଧାରଣ ଅବସ୍ଥା ଜାରି ରହିବ। ଅନ୍‌ଲାଇନ୍ ପାଠପଢ଼ା କାରଣରୁ ଛାତ୍ରଛାତ୍ରୀ ଲ୍ୟାପଟପ୍‌ ନଚେତ୍ ସ୍ମାର୍ଟଫୋନ୍/ଟାବଲେଟ୍‌ରେ ପାଠ ପଢ଼ୁଛନ୍ତି। ସେମାନଙ୍କ ହାତ କି-ବୋର୍ଡ ଉପରେ ହିଁ କାମ କରୁଛି। ଖାତାରେ କଲମ କିମ୍ବା ପେନସିିିଲରେ ଲେଖିବାର ପୂର୍ବ ପ୍ରୟୋଜନ ନଥିବାର ଦେଖାଯାଉଛି। ନରୱେର ଗବେଷକଦଳଙ୍କ ମତରେ ପିଲାମାନେ ହାତରେ ଲେଖିଲେ ହିଁ ସ୍ମାର୍ଟ ହୋଇଥାନ୍ତି। ଏବେ କିନ୍ତୁ ସେଇ ନିୟମ ମଧ୍ୟ ଲୋପ ହୋଇଯିବ ବୋଲି ଆଶଙ୍କା ଦେଖାଗଲାଣି।
-ପିଲାମାନେ ହାତରେ ଲେଖିଲେ ସେମାନଙ୍କ ଏକାଗ୍ରତା ବଢ଼ିଥାଏ। ଏହା ସହ ଅକ୍ଷର ମଧ୍ୟ ସୁନ୍ଦର ହୋଇଥାଏ।
-ସବୁଠୁ ମୁଖ୍ୟ କଥା, ହାତରେ ନିୟମିତ ଲେଖୁଥିବା ପିଲାଙ୍କ ସ୍ମୃତିଶକ୍ତି ମଧ୍ୟ ଲ୍ୟାପଟପ୍ ଚଳାଉଥିବା ଛାତ୍ରଛାତ୍ରୀଙ୍କ ଠାରୁ ଭଲ। ଆମେ ଅଭିଭାବକମାନେ ହିଁ ସଚେତନ ତଥା ସତର୍କ ହେବା ସବୁଠୁ ମୁଖ୍ୟ ଆବଶ୍ୟକତା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories