www.samajalive.in
Friday, December 5, 2025
20.1 C
Bhubaneswar

ପୂର୍ବତଟ ରେଳପଥ ପାଇବ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ପୁରସ୍କାର

ଭୁବନେଶ୍ବର : ଭାରତୀୟ ରେଳବାଇର ସମସ୍ତ ଜୋନ୍ ମଧ୍ୟରେ ସବୁ ପ୍ରକାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍ଡ-୨୦୨୦ ପୁରସ୍କାର ଗ୍ରହଣ କରିବ। ପୂର୍ବତଟ ରେଳପଥ ତୃତୀୟ ଥର ପାଇଁ ଏହି ସମ୍ମାନରେ ସମ୍ମାନିତ ହେବାକୁ ଯାଉଛି। ପୂର୍ବରୁ ଆର୍ଥିକ ବର୍ଷ ୨୦୦୮-୦୯ ଏବଂ ୨୦୧୫-୧୬ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପାଇଥିଲା। ସେହିପରି ଚଳିତ ବର୍ଷ ପଣ୍ୟ ପରିବହନ, ଲେଖା ଓ ଆର୍ଥିକ ପରିଚାଳନା ଏବଂ ବିକ୍ରୟ ପରିଚାଳନା ପାଇଁ ମଧ୍ୟ ପୂର୍ବତଟ ରେଳପଥ ପୁରସ୍କୃତ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ସ୍ମରଣୀୟ ପାଇଁ ପ୍ରତିଷ୍ଠିତ ଏହି ପୁରସ୍କାର ପ୍ରତିବର୍ଷ ଜୋନାଲ ରେଳବାଇକୁ ଦିଆଯାଏ। ଯାହାର ପ୍ରଦର୍ଶନ ଅନ୍ୟ ସମସ୍ତ ଜୋନାଲ ରେଳବାଇ ମଧ୍ୟରେ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ପୂର୍ବତଟ ରେଳବାଇକୁ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ପୁରସ୍କୃତ କରିବେ। ରାଜସ୍ୱ ଏବଂ ରୋଜଗାର, ସାମଗ୍ରୀ ଟ୍ରାଫିକ୍, ଟ୍ରେନର ସମୟାନୁବର୍ତ୍ତିତା, ଯାତ୍ରୀବାହୀ ଯାତାୟାତ, ଟ୍ରେନ୍ ଦୁର୍ଘଟଣା, ମରାମତି କର୍ମଶାଳା କ୍ଷମତାର ଉପଯୋଗ, କୋଚ୍ ପ୍ରଦର୍ଶନ, ଶକ୍ତି ବ୍ୟବହାର, ରେଳଷ୍ଟକ୍ ବ୍ୟବହାର, ଅପରେଟିଂ ଅନୁପାତ, ମାନବ ଶକ୍ତିରେ ଅର୍ଥନୀତି, ସିଗନାଲ୍, ଟେଲିକମ୍ ଉପକରଣର କାର୍ଯ୍ୟ, ଟ୍ରାକ୍ ନବୀକରଣର ଅଗ୍ରଗତି, ଷ୍ଟକ୍ ବ୍ୟବହାର, ଟ୍ରାକ୍ ମେସିନର କାର୍ଯ୍ୟଦକ୍ଷତା ଏବଂ ଟିକେଟ୍ ଯାଞ୍ଚ କାର୍ଯ୍ୟ ସଠିକ୍ ସମୟରେ କରି ପାରିଛି। ରୋଜଗାର ଏବଂ ସ୍କ୍ରାପ୍ ନିଷ୍କାସନ ଆଧାରରେ ଏହି ପୁରସ୍କାର ମନୋୟନର ମାନଦଣ୍ଡ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଜଣାପଡିଛି।

Hot this week

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

Related Articles

Popular Categories