www.samajalive.in
Monday, December 8, 2025
14.1 C
Bhubaneswar

ପୂର୍ବତଟ ରେଳପଥ ପାଇବ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ପୁରସ୍କାର

ଭୁବନେଶ୍ବର : ଭାରତୀୟ ରେଳବାଇର ସମସ୍ତ ଜୋନ୍ ମଧ୍ୟରେ ସବୁ ପ୍ରକାର କାର୍ଯ୍ୟ ସମ୍ପାଦନ କ୍ଷେତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ପୂର୍ବତଟ ରେଳପଥ ୨୦୧୯-୨୦ ଆର୍ଥିକ ବର୍ଷ ନିମନ୍ତେ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତ ଶ୍ରେଷ୍ଠ ଜୋନାଲ ରେଲୱେ ସିଲ୍ଡ-୨୦୨୦ ପୁରସ୍କାର ଗ୍ରହଣ କରିବ। ପୂର୍ବତଟ ରେଳପଥ ତୃତୀୟ ଥର ପାଇଁ ଏହି ସମ୍ମାନରେ ସମ୍ମାନିତ ହେବାକୁ ଯାଉଛି। ପୂର୍ବରୁ ଆର୍ଥିକ ବର୍ଷ ୨୦୦୮-୦୯ ଏବଂ ୨୦୧୫-୧୬ରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଏହି ପୁରସ୍କାର ପାଇଥିଲା। ସେହିପରି ଚଳିତ ବର୍ଷ ପଣ୍ୟ ପରିବହନ, ଲେଖା ଓ ଆର୍ଥିକ ପରିଚାଳନା ଏବଂ ବିକ୍ରୟ ପରିଚାଳନା ପାଇଁ ମଧ୍ୟ ପୂର୍ବତଟ ରେଳପଥ ପୁରସ୍କୃତ ହେବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ବର୍ଗତ ପଣ୍ଡିତ ଗୋବିନ୍ଦ ବଲ୍ଲଭ ପନ୍ତଙ୍କ ସ୍ମରଣୀୟ ପାଇଁ ପ୍ରତିଷ୍ଠିତ ଏହି ପୁରସ୍କାର ପ୍ରତିବର୍ଷ ଜୋନାଲ ରେଳବାଇକୁ ଦିଆଯାଏ। ଯାହାର ପ୍ରଦର୍ଶନ ଅନ୍ୟ ସମସ୍ତ ଜୋନାଲ ରେଳବାଇ ମଧ୍ୟରେ ସର୍ବୋତ୍ତମ ବୋଲି ବିବେଚନା କରାଯାଏ। ରେଳ ମନ୍ତ୍ରୀ ପୀୟୂଷ ଗୋଏଲ ପୂର୍ବତଟ ରେଳବାଇକୁ ଜାତୀୟ ରେଳବାଇ ପୁରସ୍କାର ବିତରଣ ଉତ୍ସବରେ ପୁରସ୍କୃତ କରିବେ। ରାଜସ୍ୱ ଏବଂ ରୋଜଗାର, ସାମଗ୍ରୀ ଟ୍ରାଫିକ୍, ଟ୍ରେନର ସମୟାନୁବର୍ତ୍ତିତା, ଯାତ୍ରୀବାହୀ ଯାତାୟାତ, ଟ୍ରେନ୍ ଦୁର୍ଘଟଣା, ମରାମତି କର୍ମଶାଳା କ୍ଷମତାର ଉପଯୋଗ, କୋଚ୍ ପ୍ରଦର୍ଶନ, ଶକ୍ତି ବ୍ୟବହାର, ରେଳଷ୍ଟକ୍ ବ୍ୟବହାର, ଅପରେଟିଂ ଅନୁପାତ, ମାନବ ଶକ୍ତିରେ ଅର୍ଥନୀତି, ସିଗନାଲ୍, ଟେଲିକମ୍ ଉପକରଣର କାର୍ଯ୍ୟ, ଟ୍ରାକ୍ ନବୀକରଣର ଅଗ୍ରଗତି, ଷ୍ଟକ୍ ବ୍ୟବହାର, ଟ୍ରାକ୍ ମେସିନର କାର୍ଯ୍ୟଦକ୍ଷତା ଏବଂ ଟିକେଟ୍ ଯାଞ୍ଚ କାର୍ଯ୍ୟ ସଠିକ୍ ସମୟରେ କରି ପାରିଛି। ରୋଜଗାର ଏବଂ ସ୍କ୍ରାପ୍ ନିଷ୍କାସନ ଆଧାରରେ ଏହି ପୁରସ୍କାର ମନୋୟନର ମାନଦଣ୍ଡ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଜଣାପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories