ଭୁବନେଶ୍ବର-ପୁରୀ ବସ ଚଳାଚଳ ବନ୍ଦ

0

ଭୁବନେଶ୍ବର/ପୁରୀ: ବସ ମାଲିକ ସଙ୍ଘ ମଧ୍ୟରେ ବିବାଦ ଯୋଗୁଁ ମଙ୍ଗଳବାର ଦିନ ଭୁବନେଶ୍ବର-ପୁରୀ ବସ ଚଳାଚଳ ବନ୍ଦ ରହିଛି। ବସ ଚଳାଚଳ ସମୟ ନିର୍ଘଣ୍ଟକୁ ନେଇ ଦୁଇ ସଂଘ ମଧ୍ୟରେ ବିବାଦ ହୋଇଥିଲା। ପୁରୀ ମାଲିକଙ୍କ ୧୨ଟି ବସକୁ ଭୁବନେଶ୍ୱରରେ ଅଟକ ରଖାଯାଇଥିବା ବେଳେ ଭୁବନେଶ୍ୱରର ୮ଟି ବସ୍ ୪ଦିନ ହେଲା ପୁରୀରେ ଅଟକି ରହିଛି। ପୁରୀ ମାଲିକଙ୍କ ବସ ଗୁଡିକୁ ଯଦି ଭୁବନେଶ୍ୱର ମାଲିକ ସଂଘ ସେଠାରେ ପୂରାଇ ନଦିଏ ତାହେଲେ ଭୁବନେଶ୍ୱର ମାଲିକଙ୍କ ବସ୍ ପୁରୀରେ ପ୍ରବେଶ କରିପାରିବ ନାହିଁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ବସ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ହଇରାଣ ହେଉଥିବାର ଦେଖିବାକୁ ମିଳିଛି।

Leave A Reply