www.samajalive.in
Monday, December 8, 2025
17.1 C
Bhubaneswar

ପେଟ୍ରୋଲ ପମ୍ପ ବିସ୍ଫୋରଣକୁ ଏକ ସପ୍ତାହ : ଦଶାହ ପାଇଁ ପୁଲିସକୁ ମା’ ମାଗିଲେ ଖଣ୍ଡେ ଅସ୍ଥି

ଭୁବନେଶ୍ୱର : ରାଜଭବନ ପେଟ୍ରୋଲ ପମ୍ପ ଏଲ୍‍ପିଜି ଟାଙ୍କି ବିସ୍ଫୋରଣ ସ୍ଥଳରୁ ନିଖୋଜ ସୀମାଞ୍ଚଳ ପରିଡ଼ାଙ୍କ ପରିବାର ଲୋକଙ୍କୁ  ଗୁରୁବାର ଡିଏନ୍‍ଏ ଟେଷ୍ଟ ପାଇଁ ରାଜଧାନୀକୁ ଡକାଯାଇଥିଲା। ଘଟଣାସ୍ଥଳରୁ ସଂଗୃହୀତ ମାଂସ ଟୁକୁଡ଼ା ସୀମାଞ୍ଚଳଙ୍କର ହୋଇଥିବା ନେଇ ସନ୍ଦେହ କରାଯାଉଥିବାରୁ ଏନେଇ ତାଙ୍କ ପରିବାର ଲୋକଙ୍କ ରକ୍ତ ନମୁନା ସଂଗ୍ରହ  ଲାଗି ସେମାନଙ୍କୁ ଅଣାଯାଇଥିଲା। ସେମାନଙ୍କ ରକ୍ତ ନମୁନାକୁ ଡିଏନ୍‍ଏ ଲାବୋରେଟୋରିକୁ ପଠାଯିବ। ଡିଏନ୍‍ଏ ମ୍ୟାଚିଂ ରିପୋର୍ଟ ହସ୍ତଗତ ପରେ ପ୍ରକୃତରେ ତାହା ସୀମାଞ୍ଚଳଙ୍କ ଶରୀରର ଅଂଶବିଶେଷ ବୋଲି ସ୍ପଷ୍ଟ ହୋଇଯିବା ନେଇ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।
ଅନ୍ୟପକ୍ଷରେ ଏହି ଦେହାବଶେଷ ସୀମାଞ୍ଚଳଙ୍କର ବୋଲି ତାଙ୍କ ପରିବାର ଲୋକେ ମାନସିକସ୍ତରରେ ଧରି ନେଇଥିଲେ। ତେଣୁ ସେମାନେ ସୀମାଞ୍ଚଳଙ୍କ କୁଶ ପୁତ୍ତଳିକା ଦାହ ସଂସ୍କାର କରି ଦେଇଛନ୍ତି। ସୀମାଞ୍ଚଳଙ୍କ ବାପା ମା’ଙ୍କର ରକ୍ତ ନମୁନା ସଂଗ୍ରହ ଲାଗି କ୍ୟାପିଟାଲ ଥାନା ପୁଲିସ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନେଇଥିଲା।
ସୀମାଞ୍ଚଳଙ୍କ ବୃଦ୍ଧ ମା’ ପୁଲିସକୁ ଦଶାହ କର୍ମ ପାଇଁ ଖଣ୍ଡେ ଅସ୍ଥି  ମାଗିଥିଲେ। ଏଭଳି ଘଟଣା ଏକ ଶୋକାକୁଳ ପରିବେଶ ସୃଷ୍ଟି କରିଥିଲା। ପୁଲିସ ଯଦିଓ ତାଙ୍କୁ ଦେଇ ନ ଥିଲା ତଥାପି ନିରାଶ କରି ନ ଥିଲା। ଘଟଣାସ୍ଥଳରୁ ପୁଲିସକୁ କୁକୁର ଅସ୍ଥି ମିଳିଥିବାରୁ କେଉଁ ଅସ୍ଥି ତାଙ୍କର ବୋଲି ପୁଲିସ ଦ୍ୱନ୍ଦ୍ୱରେ ରହିଥିବା ନେଇ କହିଥିଲା। ଏହା ସୀମାଞ୍ଚଳଙ୍କର ମୃତଦେହର ଅଂଶବିଶେଷ ବୋଲି ପ୍ରମାଣିତ ହେବା ପରେ ପରିବାର ଲୋକଙ୍କୁ ଦେହାବଶେଷ ହସ୍ତାନ୍ତର କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories