www.samajalive.in
Monday, December 8, 2025
17.1 C
Bhubaneswar

ସିମ୍‌‌ ବକ୍ସ ତନାଘନା ଲାଗି ଭୁବନେଶ୍ୱରରେ ଏନଆଇଏ

ସମାଜ ଡିଜିଟାଲ ଡେସ୍କ: ଭୁବନେଶ୍ୱରରେ ପହଞ୍ଚିଛନ୍ତି ଏନଆଇଏ ଟିମ୍‌‌। ସିମ୍‌‌ ବକ୍ସ ମାମଲାରେ ତଦନ୍ତ ପାଇଁ ଏନଆଇଏର ଜଣେ ଅଧିକାରୀ ପହଞ୍ଚିଛନ୍ତି। ଗିରଫ ହୋଇଥିବା ଅଭିଯୁକ୍ତ ରାଜୁ ମଣ୍ଡଳକୁ ଜେରା କରିବେ ଏନଆଇଏ ଅଧିକାରୀ। ଭୁବନେଶ୍ୱର ଓ କଟକରୁ ସିମ୍‌‌ ବକ୍ସ ଠାବ ହେବା ପରେ ଅଭିଯୁକ୍ତ ରାଜୁ ମଣ୍ଡଳକୁ ନେଇ ରାଞ୍ଚିରେ ପହଞ୍ଚିଥିଲା କମିଶନରେଟ ପୁଲିସ। ସ୍ଥାନୀୟ ପୁଲିସ ସହାୟତାରେ ସେଠାରେ ଏକ ଘରେ ଚଢଉ କରି ୫ଟି ସିମ୍‌‌ ବକ୍ସ ଜବତ କରିଛି। ଏଥିସହ ରୋଟର, ୩୦୦ରୁ ଅଧିକ ସିମ୍‌‌ କାର୍ଡ ଆଦି ପୁଲିସ ହାତରେ ଲାଗିଛି। ସ୍ଥାନୀୟ ଅଂଚଳର ଜଣେ ଯୁବକ ରାଜୁ ମଣ୍ଡଳ ସହିତ ସାମିଲ ଥିବା ଜଣାପଡିଛି। ଆଉ ଏକ ସିମ୍‌‌ ବକ୍ସ କେନ୍ଦ୍ର ପଶ୍ଚିମବଙ୍ଗରେ ଥିବା ସ୍ପେଶାଲ ସ୍କ୍ୱାଡ୍‌‌ ଜାଣିବାକୁ ପାଇଛି। ପଶ୍ଚିମବଙ୍ଗରେ ଚଢଉ କରି ଆନ୍ୟ ସିମ୍‌‌ ବକ୍ସ ଠାବ କରିବାକୁ ପୁଲିସ ଯୋଜନା କରୁଛି। ଏହି ଘଟଣାରେ ତନାଘନା ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା ରାଜଧାନୀରେ ପହଞ୍ଚିଛନ୍ତି। କାରବାରର କାର୍ପଟଦାର ବାଂଲାଦେଶର ଆଶାଦୂର ଜମାନକୁ ଧରିବା ଲାଗି ଇଣ୍ଟରପୋଲର ସହଯୋଗ ନିଆଯିବ ବୋଲି ପୁଲିସ ଆୟୁକ୍ତ ସଞ୍ଜୀବ ପଣ୍ଡା କହିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories