ଭୁବନେଶ୍ବର: ରାଜଧାନୀର ଅଧାରୁ ଅଧିକ ପାନଦୋକାନରେ ବେଆଇନ ଭାବେ ଗଞ୍ଜେଇ କାରବାର ଚାଲୁଛି। ଚନ୍ଦ୍ରଶେଖରପୁର ଥାନା ଅଧୀନ କାନନବିହାର ଅଞ୍ଚଳରେ ଥିବା ଏକ ପାନ ଦୋକାନରେ ସ୍ବତନ୍ତ୍ର ଅପରାଧ ଶାଖା(ଏସ୍ସିୟୁ)ଦଳ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ସିଗାରେଟ୍ ଜବତ କରିଛି। ଏଥିରେ ସମ୍ପୃକ୍ତ ରହିଥିବା ଦୋକାନୀକୁ ଗିରଫ କରାଯାଇଛି। ଗିରଫ ଅଭିଯୁକ୍ତ ରବୀନ୍ଦ୍ର ନାଥ ମିଶ୍ର। ବିପୁଳ ଗଞ୍ଜେଇ ମିଳିବା ପରେ ଉକ୍ତ ଦୋକାନକୁ ସିଲ୍ କରାଯାଇଛି। ଅନୁରୂପ ଭାବେ ସହରର ବିଭିନ୍ନ ସ୍ଥାନରେ ଅବକାରୀ ଦଳ ଚଢ଼ଉ କରି ବିପୁଳ ଗଞ୍ଜେଇ ଓ ମଦ ଜବତ କରିଛି। ଏଥିରେ ସମ୍ପୃକ୍ତ ରହିଥିବା ୧୧ଜଣଙ୍କୁ ଗିରଫ କରିଛି।
୫୦ ବର୍ଷ ପରେ ଚନ୍ଦ୍ରଗ୍ରହଣରେ ଶନିଙ୍କ ଓଲଟା ଚଳନକୁ ଗୁରୁ ଉଦୟ; ଏହି ୩ ରାଶିଙ୍କ ଖୋଲିବ ବନ୍ଦ ଭାଗ୍ୟର ତାଲା



