ଭୁବନେଶ୍ୱର : ଶ୍ରାଦ୍ଧ ଦେବାକୁ ଆସି ଚାଲିଗଲା ଜୀବନ। ଲିଙ୍ଗରାଜ ମନ୍ଦିର ପାଖରେ ଦମ୍ପତିଙ୍କୁ ଏକ କାର୍ ଧକ୍କା ଦେବା ଫଳରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୟା ଶ୍ରାଦ୍ଧ ପାଇଁ ଦିଗପହଣ୍ଡି ଲିଙ୍ଗରାଜ ମନ୍ଦିର ଆସିଥିଲେ ଦମ୍ପତି। ଗାଡି ଚାଳକ ବ୍ୟାକ୍ ଗିୟର ପକାଇ ପଛକୁ ଆଣିବା ବେଳେ ଏହି ଦୁର୍ଘଟଣା ଘଟିଛି। ପୁଲିସ କାର୍କୁ ଜବତ କରିଛି। କାରରେ ଥିବା ସମସ୍ତେ ଫେରାର ହୋଇ ଯାଇଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।
Popular Categories



