ଭୁବନେଶ୍ବର: ଚକଲଗା ପଟାରେ ସଡ଼କ ଉପରେ ଜଣେ ମହିଳା ସକ୍ଷମଙ୍କ ଭଳି ସଡ଼କରେ ଯିବାଆସିବା କରନ୍ତି। ଦୈନିକ ଗୁଜରାଣ ପାଇଁ ସେ କଳ୍ପନା ଛକରେ ଭିକ୍ଷା ବୃତ୍ତି କରନ୍ତି। ଏକ ସଡ଼କ ଦୁର୍ଘଟଣାରେ ଚିକିତ୍ସା ଅଭାବରୁ ଦିବ୍ୟାଙ୍ଗ ହେବା ପରେ ଜୀବନ ଅତିବାହିତ କରିବା ପାଇଁ ଭିକ୍ଷାବୃତ୍ତିକୁ ସେ ଆପଣେଇ ନେଇଛନ୍ତି।
ଶନିବାର ଓ ରବିବାର ଦୁଇଦିନ ସଟ୍ଡାଉନ୍ ପରେ ଖୋଲିଲା ରାଜଧାନୀ। ସକାଳୁ ସକାଳୁ ଚାରିଆଡେ ଗାଡ଼ିମଟର ଯାତାୟତ କରବା ସହିତ ଜନଗହଳି ଆରମ୍ଭ ହେଲା। ଜନଗହଳିପୂର୍ଣ୍ଣ ରାଜଧାନୀରେ ଗାଡ଼ିମଟର ଯାତାୟତକୁ ଖାତିର ନ କରି ଜଣେ ମହିଳା ଦିବ୍ୟାଙ୍ଗ ଚକଲଗା ପଟା ଉପରେ ବସି ନିଜ ଗନ୍ତବ୍ୟସ୍ଥଳରେ ଯିବା ଦୃଶ୍ୟ ଅନେକଙ୍କୁ ବିସ୍ମିତ କରିଥିଲା। ମହିଳା ଦିବ୍ୟାଙ୍ଗ ଜଣକ ନିକଟ ଦେଇ ଅନେକ ଗାଡ଼ିମଟରରେ ଯାତାୟତ କରୁଥିଲେ ମଧ୍ୟ କରୁଥିଲେ ମଧ୍ୟ ତାଙ୍କୁ କେହି ସହାୟତା ପ୍ରଦାନ କରିନଥିଲେ। ସତେଯେମିତ ନିଜର ନିଷ୍ଠା ଓ ଆତ୍ମବିଶ୍ବାସ ବଳରେ ମହିଳା ଦିବ୍ୟଙ୍ଗ ଜଣକ ସକ୍ଷମ ବ୍ୟକ୍ତିଙ୍କ ଭଳି ସଡ଼କ ଉପରେ ଆଗକୁ ମାଡ଼ି ଚାଲିଥିଲେ।
ଏହି ଦିବ୍ୟାଙ୍ଗ ମହିଳା ଜଣକ ଏକ ଦୁର୍ଘଟଣାର ଶିକାର ହୋଇଥିଲେ। ଚିକିତ୍ସା ଅଭାବରୁ ସେ ଦିବ୍ୟାଙ୍ଗ ହୋଇଯାଇଥିବା ଜଣାପଡ଼ିଛି। ଏହି ଦିବ୍ୟାଙ୍ଗ ମହିଳାଙ୍କ ନାମ ମନୋରମା। ତାଙ୍କ ଘର ଭଦ୍ରକ ଜିଲାରେ। ସାଇ ମନ୍ଦିର ନିକଟସ୍ଥ ବୁଦ୍ଧେଶ୍ବରୀ କଲୋନୀରେ ରୁହନ୍ତି। ଭୁବନେଶ୍ବରର କଳ୍ପନା ଛକରେ ମନୋରମା ଭିକ୍ଷା ବୃତ୍ତି କରିବା ସାଙ୍ଗକୁ ଜୀବନ ଅତିବାହିତ କରୁଛନ୍ତି।
https://youtu.be/J2RD5atv9WA
ଆଡ ଆଖିରେ ଚାହିଁଲାନି ଦୁନିଆଁ : ସାହାରା ପାଲଟିଛି ଚକଲଗା ଖଣ୍ଡେ ପଟା, ଦେଖନ୍ତୁ ଭିଡିଓ…..
Popular Categories


