www.samajalive.in
Wednesday, December 10, 2025
18.1 C
Bhubaneswar

ପୁଲିସ ଦମ୍ପତିଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ଅଳଙ୍କାର ଚୋରି

ବୌଦ୍ଧ  : ବୌଦ୍ଧ ରାଜନପାଲି ଅଞ୍ଚଳରେ ରହୁଥିବା ଏକ ପୁଲିସ ଦମ୍ପତିଙ୍କ ଘରୁ ଲକ୍ଷାଧିକ ଟଙ୍କା ଓ ସୁନା ଅଳଙ୍କାର ଚୋରି ​‌ହେବା  ଘଟଣା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ପୁଲିସ ଘର ଧନସଂପତ୍ତି ଯଦି ସୁରକ୍ଷିତ ନୁହେଁ, ସାଧାରଣ ଲୋକଙ୍କ କେତେ ସୁରକ୍ଷିତ ହୋଇଥିବ ବୋଲି ଲୋକେ ପ୍ରଶ୍ନ କରୁଛନ୍ତି।

ବୌଦ୍ଧରେ ପୁଲିସ କନଷ୍ଟେବଳ ଭାବରେ କାର୍ଯ୍ୟରତ ସୁଶାନ୍ତ ନାଏକ ଓ ପ୍ରିୟଦର୍ଶିନୀ ରାଉତ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିବା ବେଳେ ଏହି ସୁଯୋଗରେ ଚୋର ବୁଧବାର ରାତିରେ ସେମାନଙ୍କ ଘରକୁ ପଶି ନଗଦ ୩ ଲକ୍ଷ ଟଙ୍କା, ପ୍ରାୟ ୭ ଭରି ଓଜନର ସୁନା ଅଳଙ୍କାର ଓ ଦାମୀକା ଶାଢ଼ୀ ଚୋରାଇ ​‌ନେଇଛନ୍ତି। ନାଏକ ପରିବାର ଗୁରୁୁବାର ସକାଳେ ଏଠାକୁ ଫେରି ଘର କବାଟରେ ଲାଗିଥିବା ତାଲା ଭଙ୍ଗା ଯାଇଥିବା ଦେଖିବାକୁ ପାଇଥିଲେ। ଚୋର ଆଲମାରୀ ଭାଙ୍ଗି ସବୁ ଅଳଙ୍କାର ଓ ଟଙ୍କା ପୋଛି ନେଇଥିବା ସୁଶାନ୍ତ ଅଭିଯୋଗ କରିଛନ୍ତି। ଘର ତିଆରି ଚାଲିଥିବାରୁ ସେ ଜିପିଏଫରୁ ଏହି ଟଙ୍କା କାଢ଼ି ଘରେ ରଖିଥିଲେ ବୋଲି ସେ କହିଛନ୍ତି। ପଡ଼ୋଶୀ ଶିକ୍ଷକ ପ୍ରଦୀପ୍ତ କୁମାର ସେଠୀଙ୍କ ପରିବାର ମନମୁଣ୍ଡା ଯାଇଥିବା ବେଳେ ସମାନ ରାତିରେ ତାଙ୍କ ଘରେ ମଧ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଛି। ତାଙ୍କ ଘରେ ଏକ କମ୍ବଳରେ ଗୁଡ଼ା ହୋଇଥିବା ୫୦ ହଜାର ଟଙ୍କା ଓ ପ୍ରାୟ ଦେଢ଼ ଭରି ଓଜନର ସୁନା ଅଳଙ୍କାର ଚୋରି ହୋଇଥିବା ସେ ଅଭିଯୋଗ କରିଛନ୍ତି। ଦୁହିଙ୍କ ଘରକୁ ଯା’ଆସ କରୁଥିବା କୌଣସି ପରିଚିତ ଲୋକ ଲହି ସବୁ ଚୋରିରେ ସଂପୃକ୍ତ ଥିବା ସେମାନେ ସନ୍ଦେହ କରୁଛନ୍ତି। ଉଭୟ ପରିବାର ପକ୍ଷରୁ ଥାନାରେ ହୋଇଥିବା ଚୋରି ଅଭିଯୋଗ ଆଧାରରେ ପୁଲିସ ଦୁଇଟି ମାମଲା ରୁଜୁ କରି ତଦନ୍ତ କରୁଛି।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories