www.samajalive.in
Monday, December 8, 2025
27.1 C
Bhubaneswar

ବାତଜ୍ୱର ନିରାକରଣ ସଚେତନତା କାର୍ଯ୍ୟକ୍ରମ

ବାଙ୍କୀ: କଟକ ଜିଲା ସ୍ୱାସ୍ଥ୍ୟ ସମିତି ଆନୁକୂଲ୍ୟରେ ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିଚାଳନାରେ ବାତଜ୍ୱର ନିରାକରଣ ସଚେତନତା କାର୍ଯ୍ୟକ୍ରମ ଶୁକ୍ରବାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିନ କଦଳୀବାଡି ଓ କନ୍ତପହଁରା ପଞ୍ଚାୟତରେ ଅନୁଷ୍ଠିତ ହୋଇଯାଇଛି। ଦେଶରୁ ବାତଜ୍ୱର ସମ୍ପୂର୍ଣ୍ଣ ଦୂରକରିବା ପାଇଁ ଆବଶ୍ୟକ ପ୍ରତିଶେଧକ ବ୍ୟବସ୍ଥା ଏବଂ ଘର, ଗ୍ରାମରେ ନିଜର ପରିବେଶକୁ ନିର୍ମଳ, ସୁସ୍ଥ ଓ ପରିଷ୍କାର କରିବା ସହିତ ବାତଜ୍ୱର ବ୍ୟାପିବାର କାରଣ ସମ୍ପର୍କରେ ଲୋକମାନଙ୍କୁ ଅଧିକ ସଚେତନ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରୟାସ ଜାରି ରହିଛି। ଏହି ପରିପ୍ରେକ୍ଷୀରେ କଦଳୀବାଡି ପଞ୍ଚାୟତର ସ୍ୱାସ୍ଥ୍ୟ ଆରୋଗ୍ୟ କେନ୍ଦ୍ର ଠାରେ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକ୍ଷକ ଡାକ୍ତର ଅମରେଶ ସାହୁ ଉପସ୍ଥିତ ରହି ଲୋକମାନଙ୍କୁ ସଚେତନ କରିଥିଲେ। ସ୍ଥାନୀୟ ଆଶା, ଅଙ୍ଗନବାଡି କର୍ମୀ, ସ୍ୱାସ୍ଥ୍ୟକର୍ମୀ, ଗାଁ କଲ୍ୟାଣ ସମିତି ସଦସ୍ୟ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ ଉପସ୍ଥିତ ଥିଲେ। ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପ୍ରଦତ୍ତ ସ୍ୱତନ୍ତ୍ର କିଟ୍‍(ମଗ୍‍, ଟପ୍‍, ଟାୱେଲ, ସାବୁନ, ଅଏଣ୍ଟମଏଣ୍ଟ, ଗୋଡପୋଛା, ବ୍ୟାଣ୍ଡେଜ୍‍) ଚିହ୍ନଟ କରାଯାଇଥିବା ୨୧ଜଣ ବାତଜ୍ୱର ରୋଗୀଙ୍କୁ ବଣ୍ଟନ କରାଯାଇଛି। ସେହିପରି କନ୍ତପହଁରା ପଞ୍ଚାୟତର ଘୋଳପୁର ଅଙ୍ଗନବାଡି କେନ୍ଦ୍ରରେ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଦୀପ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ୩୧ଜଣ ଚିହ୍ନଟ ରୋଗୀଙ୍କୁ ଏହି କିଟ୍‍ ବଣ୍ଟନ କରାଯାଇ ବାତଜ୍ୱର ନିରାକରଣ ସମ୍ପର୍କରେ ଲୋକମାନଙ୍କୁ ସଚେତନ କରାଯାଇଛି। ସ୍ୱାସ୍ଥ୍ୟ ପରିଦର୍ଶକ ମାନଭଞ୍ଜନ ଦଳାଇ, ରତ୍ନମଣି ଶତପଥି, ଶାନ୍ତିଦେବୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ଉପସ୍ଥିତ ରହି ସହଯୋଗ କରିଥିଲେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories