www.samajalive.in
Monday, December 8, 2025
20.1 C
Bhubaneswar

ଘରୁ ନଗଦ ଟଙ୍କା ସହ ସୁନା ଗହଣା ଚୋରି ଅଭିଯୋଗ

ବାସୁଦେବପୁର: ନଗଦ ୫୦ ହଜାର ଟଙ୍କା ସହିତ ସୁନା ଓ ରୁପା ଗହଣା ଚୋରିକୁ ନେଇ ରବିବାର ବାସୁଦେବପୁର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ବାସୁଦେବପୁର ଥାନା ଅଧିନ ଖରିଦା ବିନାୟକପୁର ପଞ୍ଚାୟତର ପରମାନନ୍ଦ ବାରିକ ନିକଟସ୍ଥ ପଡ଼ିଶା ଘରକୁ ଏକାଦଶାହ ଭୋଜନ ପାଇଁ ଯାଇଥିଲେ। ସେଠାରୁ ରାତି ପ୍ରାୟ ୧୧ଟା ବେଳକୁ ଫେରିବା ପରେ ନିଜ ଘର ତାଲା ଭାଙ୍ଗି ପଡିଥିବା ଦେଖିବାକୁ ପାଇଥିଲେ। ଘର ଭିତରକୁ ଯିବା ପରେ ନଗଦ ଅର୍ଥରାଶି ସହିତ ସୁନା ଓ ରୁପା ଗହଣା ଚୋରି ହୋଇଥିବା ଜାଣିବାକୁ ପାଇଥିଲେ। ଏହାପରେ ଆଜି ବାସୁଦେବପୁର ଥାନାରେ ଏନେଇ ଲିଖିତ ଅଭିଯୋଗ କରିଛନ୍ତି।

ଏଠାରେ ସୂଚନାଯୋଗ୍ୟ, ପରମାନନ୍ଦଙ୍କ ପତ୍ନୀ ବହୁ ବର୍ଷ ପୂର୍ବରୁ ଆରପାରିକୁ ଚାଲିଯାଇଥିବାବେଳେ ଚାରି ଝିଅଙ୍କ ବହାଘର ସରିଛି। ଘରେ ପରମାନନ୍ଦ ଏକୁଟିଆ ରହି ଆସୁଥିଲେ। ତେବେ ଲିଖିତ ଅଭିଯୋଗ ପାଇବା ପରେ ବାସୁଦେବପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories