www.samajalive.in
Sunday, December 7, 2025
13.1 C
Bhubaneswar

ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ଶତବାର୍ଷିକୀ ଉତ୍ସବ ଉଦ୍‌ଘାଟିତ

ବାଙ୍କୀ : ବୁଧବାର ଦିନ ବାଙ୍କୀ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଶତବାର୍ଷିକୀ ମହୋତ୍ସବ କୋଭିଡ୍ କଟକଣା ମଧ୍ୟରେ ନିରାଡମ୍ବର ଭାବରେ ଉଦ୍‌ଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ମୁଖ୍ୟ ଅତିଥି ଭାବରେ କଟକ ସାଂସଦ ଭତ୍ତୃହରୀ ମହତାପ ପ୍ରଦୀପ ଜାଳି ଉଦ୍ଦ୍ଘାଟନ କରିଥିଲା ବେଳେ ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇଥିଲେ। ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠକୁ ରାଜ୍ୟର ଏକ ମଡେଲ ସ୍କୁଲ ଭାବରେ ଗଢିତୋଳିବାକୁ ଶତବାର୍ଷିକ ଉତ୍ସବ ସମସ୍ତଙ୍କୁ ପ୍ରେରଣା ଓ ସହଯୋଗ ଦେଉ ବୋଲି ଆତ୍ମ ପ୍ରକାଶ ପାଇଛି। କୃଷି ପ୍ରଧାନ ବାଙ୍କୀ ଅଞ୍ଚଳର ବିକାଶ ପାଇଁ ପାଠପଢା ସହିତ କୃଷି ଉତ୍ପାଦିତ ଦ୍ରବ୍ୟକୁ ବିଶ୍ୱ ବଜାରରେ ଯୋଡିବାରେ ପୁରୁଣା ଓ ନୂଆ ଛାତ୍ରମାନେ ସମ୍ଭାବନାକୁ ଗ୍ରହଣ କରନ୍ତୁ ବୋଲି ମୁଖ୍ୟ ଅତିଥି ନିଜ ବକ୍ତବ୍ୟରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ଗ୍ୟାସ ଓ ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭର୍ଚ୍ଚୁଆଲ ମୋଡରେ ଉଦ୍‌ଘାଟନୀ ଭାଷଣ ପ୍ରଦାନ କରି ପ୍ରଥମେ ବାଙ୍କୀ ମାଟିକୁ ପ୍ରଣାମ କରିବା ସହିତ ୧୦୦ବର୍ଷ ଅତିକ୍ରମ କରିଥିବା ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠର ଐତିହ,ସଂସ୍କୃତି,ପରମ୍ପରା ଓ ବୌଧିକ ଚେତନାକୁ ଉଜ୍ଜିବୀତ କରିବାରେ ବିଦ୍ୟାଳୟର ପୂର୍ବତନ ଶିକ୍ଷକ ଓ ବର୍ତ୍ତମାନେ ଶିକ୍ଷକ ମାନଙ୍କୁ କୃତଜ୍ଞତା ଜଣାଇଥିଲେ। ବାଙ୍କୀ-ଡମପଡା ହାଇସ୍କୁଲ ନାମରେ ଜନ୍ମ ନେଇ ଆଲୋକ ବର୍ତ୍ତିକା ଜାଳିଥିବା ବିଦ୍ୟାଳୟଟି ପରବର୍ତ୍ତୀ ଅବସ୍ଥାରେ ବରେନ୍ଦ୍ରକୃଷ୍ଣ ବିଦ୍ୟାପୀଠ ନାମରେ ପରିଚିତ ହୋଇଥିବା ଉଦ୍‌ଘାଟନୀ ଭାଷଣରେ କହିଛନ୍ତି। ବାଙ୍କୀ ଅଞ୍ଚଳରେ ଜ୍ଞାନର ଆଲୋକ ୧୦୦ବର୍ଷ ତଳୁ ବିକିରଣ ହୋଇଥିବା ସମ୍ପର୍କରେ ମୁଖ୍ୟ ଅତିଥି ଅନୁରୂପ ଭାବରେ ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ। ଅତିଥି ମାନେ ବିରାରାଣୀ ଶୁକଦେଈଙ୍କ ଠାରୁ ଆରମ୍ଭ କରି ସମବାୟ ସମ୍ରାଟ ଯୋଗେଶ ଚନ୍ଦ୍ର ରାଉତଙ୍କ ଇତିହାସ ସମ୍ପର୍କରେ ମନେପକାଇଥିଲେ। ଶତବାର୍ଷିକୀ କମିଟିର ସଭାପତି ଭବାନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶତବାର୍ଷିକୀ ଉତ୍ସବରେ ମୁଖ୍ୟ ବକ୍ତା ଭାବରେ ବାଙ୍କୀ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ନିରଞ୍ଜନ ସିଅ,ଶତବାର୍ଷିକ ଉତ୍ସବର ଉପଦେଷ୍ଟା ତଥା ପ୍ରାକ୍ତନ ଛାତ୍ର ସୁଭ୍ରାଂଶୁ ମୋହନ ପାଢୀ ଓ ଡମପଡା ବ୍ଲକ ଶିକ୍ଷାଧିକାରୀ ପ୍ରିୟମ୍ବଦା ନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଶତବାର୍ଷିକୀ ଉତ୍ସବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତଥା ସମ୍ପାଦକ ଦେବାଶିଷ ହାଜରା ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ସହ ଉତ୍ସବର ବିବରଣୀ ପାଠ କରିଥିଲେ। ଏହି ଉତ୍ସବରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଭିଡିଓ ରେକଡିଂ ମାଧ୍ୟମରେ ଶତବାର୍ଷିକୀ ଉତ୍ସବର ଶୁଭେଚ୍ଛା ପ୍ରଦାନ କରି ଶିକ୍ଷା,ଶିକ୍ଷକ,ଛାତ୍ର,ପରମ୍ପରା ଓ ଆଦର୍ଶ ବିଦ୍ୟାଳୟ,ଆଦର୍ଶ ଛାତ୍ର ଓ ଆଦର୍ଶ ଶିକ୍ଷକ ହେବା ସମ୍ପର୍କରେ ସାରଗର୍ଭକ ବକ୍ତବ୍ୟ ରଖିଥିଲେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ଅନୁପସ୍ଥିତରେ ପଠାଇଥିବା ବେତାର ବାର୍ତ୍ତାକୁ ସଭାପତି ପାଠ କରିଥିଲେ। ଗତ ମ୍ୟାଟ୍ରିକ ପରୀକ୍ଷାରେ ବିଦ୍ୟାଳୟ ପାଇଁ କୃତୀତ୍ୱ ହାସଲ କରିଥିବା ସୁବ୍ରତ ସାହୁ,ଅଭିରାମ ମହାପାତ୍ର,ଆଶିଷ ପଣ୍ଡାଙ୍କୁ ମୁଖ୍ୟ ଅତିଥି ଟ୍ରଫି ପ୍ରଦାନ କରି ସସମ୍ମାନୀତ କରିଥିଲେ। ଅନ୍ୟତମ ଅତିଥି ଭାବରେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ଲକ୍ଷ୍ମୀପ୍ରିୟା ବେହେରା ଉପସ୍ଥିତ ଥିଲେ। ବିଦ୍ୟାଳୟର ସହକାରୀ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ତ୍ରିପାଠୀ,ନଗେନ୍ଦ୍ର କୁମାର ମହାପାତ୍ର ଉତ୍ସବ ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ। ଉଦ୍ଦ୍ୟାପନୀ ଶତବାର୍ଷିକୀ ଉତ୍ସବକୁ ସରସ ସୁନ୍ଦର ଓ ବର୍ଣ୍ଣାଢ୍ୟ କରିବା ସହିତ ବହୁ ସଂଖ୍ୟାରେ ପୁରାତନ ଛାତ୍ର ମାନଙ୍କର ସହଯୋଗ ଓ ସହଭାଗୀତା ନେଇ ଆଗାମୀ ପରିକଳ୍ପନା ଥିବା ସମ୍ପର୍କରେ ସଭାପତି ଘୋଷଣା କରିଛନ୍ତି। ମୋ ସ୍କୁଲର ସଭାପତି ବକ୍ସି ସୁଧାଂଶୁ ରଞ୍ଜନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories