www.samajalive.in
Saturday, December 6, 2025
26.1 C
Bhubaneswar

ରାଣୀ ଏଲିଜାବେଥଙ୍କ ସହିିତ ସମ୍ପର୍କ ତୁଟାଇଲା ବାର୍ବାଡୋସ; ବିଶ୍ୱର ନବୀନତମ ଗଣତନ୍ତ୍ର ଘୋଷିତ

ବ୍ରିଜଟାଉନ: ବାର୍ବାଡୋସ ଶେଷରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସହିତ ସମ୍ପର୍କ ଛିନ୍ନ କରିଛି । ଏଥିସହିତ ଆନୁଷ୍ଠାନିକ ଭାବରେ ଏହା ବିଶ୍ୱର ନବୀନତମ ଗଣତନ୍ତ୍ର ଭାବରେ ନିଜକୁ ଘୋଷଣା କରିଛି । ଏହି ଅବସରରେ ରାଣୀଙ୍କ ପ୍ରତୀକ ଭାବରେ ବିବେଚିତ ରୟାଲ ଷ୍ଟାଣ୍ଡାର୍ଡ ଧ୍ୱଜାକୁ ଅବତରଣ କରାଯାଇଥିଲା ଏବଂ ବର୍ତ୍ତମାନର ଗଭର୍ଣ୍ଣର ଜେନେରାଲ ଡେମ ସାନ୍ଦ୍ରା ମାସନ ବାର୍ବାଡୋସର ପ୍ରଥମ ରାଷ୍ଟ୍ରପତି ଭାବରେ ଶପଥ ଗ୍ରହଣ କରିଥିଲେ । ମଙ୍ଗଳବାର ଆୟୋଜିତ ଉତ୍ସବରେ ଏହି ଦ୍ୱୀପ ରାଷ୍ଟ୍ର ନିଜକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଘୋଷଣା କରିବା ସମୟରେ ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପୁତ୍ର ଯୁବରାଜ ଚାର୍ଲସ ଉପସ୍ଥିତ ଥିଲେ । ଏହାଦ୍ୱାରା ବାର୍ବାଡୋସ ଉପରେ ବ୍ରିଟେନର ରହିଥିବା ନିୟନ୍ତ୍ରଣରେ ପୂର୍ଣ୍ଣଛେଦ ପଡିଛି । ସଂପ୍ରତି ବିଶ୍ୱରେ କରୋନା ମହାମାରୀ ଆତଙ୍କ ପରିପ୍ରେକ୍ଷୀରେ ବାର୍ବାଡୋସରେ ମଧ୍ୟ କଟକଣା ଜାରି କରାଯାଇଛି । ତେବେ ଏହି ଐତିହାସିକ ଦିବସକୁ ପାଳନ କରିବା ପାଇଁ ଜନସାଧାରଣଙ୍କୁ ସୁଯୋଗ ଦେବା ସକାଶେ କଟକଣାକୁ କୋହଳ କରାଯାଇଥିଲା । ଏହି ଅବସରରେ ସାମରିକ ପରେଡ ସହିତ ନୂଆ ରାଷ୍ଟ୍ରପତିଙ୍କୁ ଗାର୍ଡ ଅଫ ଅନର ପ୍ରଦାନ, ତୋପ ସଲାମି ପ୍ରଦାନ କରାଯାଇଥିଲା । ପ୍ରାୟ ୨ ଲକ୍ଷ ୮୫ ହଜାର ଲୋକ ବାସ କରୁଥିବା ବାର୍ବାଡୋସ ତାହାର ସୁନ୍ଦର ବେଳାଭୂମି ଏବଂ କ୍ରିକେଟ ପ୍ରତି ଆଦର ନିମନ୍ତେ ବିଶ୍ୱରେ ପରିଚିତି ହାସଲ କରିଛି । ଏହା ୧୯୬୬ରେ ବ୍ରିଟେନ ନିକଟରୁ ସ୍ୱାଧୀନତା ଲାଭ କରିଥିଲା । ଶେଷରେ ମଙ୍ଗଳବାର ଦିନ ଏହା ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଛି ।

Hot this week

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

ଇଣ୍ଡିଗୋ ବିମାନ ସଙ୍କଟ : ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

ନୂଆଦିଲ୍ଲୀ: ଇଣ୍ଡିଗୋ ବିମାନ ବାରମ୍ବାର ବାତିଲ ଯୋଗୁଁ ଯାତ୍ରୀ ମାନଙ୍କ ମଧ୍ୟରେ...

Related Articles

Popular Categories