www.samajalive.in
Sunday, November 16, 2025
15.1 C
Bhubaneswar

ଜଣେ ପିତାର ଆକୁଳ ନିବେଦନ, ସହାୟତା ଅପେକ୍ଷାରେ ମୋ ପୁଅ ବଂଚିଛି

ବରପାଲି: ସରକାରୀ କିମ୍ବା ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଅପେକ୍ଷାରେ ମୋ ପୁଅ ବଂଚିଛି ବୋଲି ବରପାଲି ବ୍ଲକ ବରମକେଲା ଜଗନ୍ନାଥ ମନ୍ଦିର ପଡ଼ାର ଶହଦେବ ସେଟ କାନ୍ଦକାନ୍ଦ କୋହଭରା କଣ୍ଠରେ କହିଥିଲେ। ଗତ ଛଅମାସ ପୁର୍ବରୁ ପୁଅ ପ୍ରମୋଦ ସେଟ(୨୩)ର ମୁହଁରେ ଘାଆ ଦେଖା ଦେବାରୁ ପ୍ରଥମେ ବରପାଲି ବରଗଡ଼ ହୋଇ ବୁର୍ଲା ପର୍ଯ୍ୟନ୍ତ ଚିକିତ୍ସା ନିମନ୍ତେ ନେଇଥିଲୁ। ସ୍ୱାସ୍ଥ୍ୟ ପରୀକ୍ଷା ଓ ବିଭିନ୍ନ ପରିକ୍ଷା କଲାପରେ ପୁଅର ମୁହଁରେ କର୍କଟ ରୋଗ ଆରମ୍ଭ ହେଉଥିବା ଡ଼ାକ୍ତର ମାନେ ସନେ୍ଧହ କରି କଟକ ନେବା ନିମନ୍ତେ ପରାମର୍ଶ ଦେଇଥିଲେ। ଆମେମାନେ ଦିନ ମଜୁରିଆ ଭାବରେ ପରଘରେ କାମ କରି ନିଜ ପରିବାର ଚଳାଉଛୁ। ସଦାବେଳେ ଆର୍ଥିକ ଅନାଟନ ଲାଗିରହିଥିବା ସମୟରେ ପୁଅର ରୋଗ ଆମକୁ ଏକ ଘୋର ସଙ୍କଟଜନିତ ଅବସ୍ଥାରେ ପକାଇଦେଲା। ଯାହାବି ହେଉ ଧାର ଉଧାର ସହ କିଛି ବଦାନ୍ୟ ବ୍ୟକ୍ତି ମାନଙ୍କ ସହାୟତାରେ କଟକ ନେଇ ଚିକିତ୍ସା ସେବା କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଆଜି ହୋଇ ପାରିବନାହିଁ ଆସନ୍ତା ସାତ ଦିନ ପରେ ଆସ ବୋଲି ଡ଼ାକ୍ତର ମାନେ କହିବାରୁ ଅକାରଣରେ ଘରକୁ ଫେରି ଆସୁଥିଲୁ।

ଏହିପରି ଭାବରେ ଚାରି ପାଞ୍ଚଥର ଡ଼ାକ୍ତରଙ୍କ ସହ ଯୋଗାଯୋଗ କଲାପରେ ଗତ ଏପ୍ରିଲ ୭ତାରିଖରେ ପୁଅର ସ୍ୱାସ୍ଥ୍ୟ ପରିକ୍ଷା ରିପୋର୍ଟକୁ ଦେଖି କଟକରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା। ପରେ ତାର ଅସ୍ତ୍ରପ୍ରଚାର କରାଗଲାପରେ କିଛିଦିନ ଡ଼ାକ୍ତରଖାନାରେ ରହିଲାପରେ ଡ଼ାକ୍ତରଙ୍କ ପରାମର୍ଶ ନେଇ ଘରକୁ ଫେରି ଆସିଥିଲୁ। ହେଲେ ଗତ ମାସରେ ସ୍ୱାସ୍ଥ୍ୟପରିକ୍ଷା ପାଇଁ ଆମକୁ ଯିବା କଥା କିନ୍ତୁ ଆର୍ଥିକ ଅଭାବି ଆମ ବାଟକୁ ଓଗାଳି ଦେଇଛି। ବହୁ ସ୍ଥାନରେ ଚେଷ୍ଟା କଲାପରେ ମଧ୍ୟ କୌଣଷି ବ୍ୟବସ୍ଥା ହୋଇ ନପାରିବାରୁ ସରକାରୀ କିମ୍ବା କୌଣଷି ବଦାନ୍ୟ ବ୍ୟକ୍ତିଙ୍କ ସହାୟତା ଆଶାରେ ପଡ଼ିରହିଛୁ ବୋଲି ଶହଦେବ କହିଥିଲେ। ବରମକେଲା ପଞ୍ଚାୟତ ଆଦିବାସି ସଂଘ ସଭାପତି ତ୍ରିଲୋଚନ ଭୁଏଙ୍କ ସମେତ ଗାଁର ଯୁବକ ମାନେ ଜିଲ୍ଲା ପ୍ରସାସନର ସହାୟତା ପାଇଁ ଦାବୀ ଜଣାଇଛନ୍ତି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories