ସାକ୍ଷୀଗୋପାଳ: ସତ୍ୟବାଦୀ ମଣ୍ଡଳ ଅନ୍ତର୍ଗତ କାଦୁଆ ପଞ୍ଚାୟତର ବରାଳ ଗ୍ରାମ ଆଜି ବ୍ଲକର ପ୍ରଥମ କଣ୍ଟେନମେଣ୍ଟ ଜୋନ ଘୋଷିତ ହୋଇଛି। ଗତକାଲି ସ୍ୱାସ୍ଥ୍ୟ ବିଭାଗ ତରଫରୁ ବରାଳ ପ୍ରାଥମିକ ବିଦ୍ୟାଳୟ ପରିସରରେ ଗ୍ରାମବାସୀମାନଙ୍କର କରୋନା ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ୪୫ ଜଣ କରୋନା ପରୀକ୍ଷା କରିଥିଲେ। ଏମାନଙ୍କ ମଧ୍ୟରୁ ୨୨ ଜଣ କରୋନା ସଂକ୍ରମିତ ବୋଲି ଜଣାପଡିଥିଲା। ଆଜି ସତ୍ୟବାଦୀ ପ୍ରଶାସନ ତରଫରୁ ଏହି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଗ୍ରାମର ଉଭୟ ମୁଣ୍ଡରେ ବାଉଁଶ ବନ୍ଧା ଯାଇ ଆବଦ୍ଧାଞ୍ଚଳ କରାଯାଇଛି। ପ୍ରଶାସନ ତରଫରୁ ଗ୍ରାମବାସୀମାନଙ୍କୁ ବାହାରକୁ ଯିବାଆସିବା ଓ ବାହାର ଅଞ୍ଚଳର ଜନସାଧାରଣଙ୍କୁ ଗ୍ରାମକୁ ଆସିବା ନିମନ୍ତେ ବାରଣ କରାଯାଇଛି।
Popular Categories



