ଓକିଲ ସଂଘ ନିର୍ବାଚନ, ସଭାପତି ପାଇଁ ୪ ପ୍ରାର୍ଥୀ

ଆଠଗଡ଼ : ରାଜ୍ୟର ସମସ୍ତ ଓକିଲ ସଂଘର ନିର୍ବାଚନ ମାର୍ଚ୍ଚ ୨୯ ତାରିଖରେ ଅନୁଷ୍ଠିତ ହେବ । ଏହି ପରିପ୍ରେକ୍ଷୀରେ ଆଜି (ଶୁକ୍ରବାର) ଥିଲା ନାମାଙ୍କନ ଦାଖଲର ଶେଷଦିନ । ଆଠଗଡ଼ ଓକିଲ ସଂଘ ସଭାପତି ପଦବୀ ନିମନ୍ତେ ବିନୟ କୁମାର ଶୁକ୍ଳା, ଜଗନାନନ୍ଦ ତ୍ରିପାଠୀ, ବିକ୍ରମ କେଶରୀ ଦାଶ ଓ ସତ୍ୟେନ ପଣ୍ଡା ନାମାଙ୍କନ ପତ୍ର ଦାଖଲ କରିଥିବା ବେଳେ ଉପସଭାପତି ପଦବୀ ନିମନ୍ତେ ସୁବାସ ଚନ୍ଦ୍ର ସାହୁ ଓ ସରୋଜ କୁମାର ପଟ୍ଟନାୟକ ନାମାଙ୍କନ ଦାଖଲ କରିଛନ୍ତି । ସେହିପରି ସଂପାଦକ ପଦବୀ ନିମନ୍ତେ ମନୋରଞ୍ଜନ ମହାନ୍ତି, ବନ ବିହାରୀ ସାହୁ, ଯୁଗ୍ମ ସଂପାଦକ ପଦବୀ ପାଇଁ ପ୍ରଥମେଶ ପ୍ରିୟଦର୍ଶୀ, ସହସଂପାଦକ ପାଇଁ ଶ୍ରୀନିବାସ ଦାସ ଓ କୋଷାଧକ୍ଷ ପଦବୀ ପାଇଁ ସୁଜିତ କୁମାର ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଆସନ୍ତା ୧୨ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ହୋଇପାରିବ ବୋଲି ନିର୍ବାଚନ ଅଧିକାରୀ ଅରୁଣ କୁମାର ମହାନ୍ତିଙ୍କ ସୂତ୍ରରୁ ପ୍ରକାଶ । ତାପରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ ଏବଂ କୋଉ ପଦବୀରେ କିଏ ନିର୍ଦ୍ୱନ୍ଦରେ ନିର୍ବାଚିତ ହେବେ ତାହା ଜଣାପଡିବ।
Comments are closed.