www.samajalive.in
Tuesday, December 9, 2025
17.1 C
Bhubaneswar

ଆଜିଠୁ ୩ ଦିନ ବ୍ୟାଙ୍କ ବନ୍ଦ

ସମାଜ ପୋର୍ଟାଲ ଡେସ୍କ: ଚଳିତ ସପ୍ତାହର ଶୁକ୍ରବାର ଅର୍ଥାତ୍‌ ଆଜିଠାରୁ କ୍ରମାଗତ ଭାବେ ତିନି ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ଫେବୃଆରୀ ୨୧ ଶୁକ୍ରବାର ମହାଶିବରାତ୍ରି ଏବଂ ଶନିବାର ମାସର ଚତୁର୍ଥ ଶନିବାର ଯୋଗୁ ବ୍ୟାଙ୍କ ଛୁଟି ରହୁଛି। ତେବେ ରବିବାର ସାଧାରଣ ଭାବେ ଛୁଟି ରହୁଥିବା ଯୋଗୁ କ୍ରମାଗତ ଭାବେ ବ୍ୟାଙ୍କ ତିନି ଦିନ ପାଇଁ ବନ୍ଦ ରହିବ। ଏହାପରେ ​ସୋମବାରଠାରୁ ବ୍ୟାଙ୍କ କାରବାର ସ୍ବାଭାବିକ ଭାବେ ଆରମ୍ଭ ହେବ। ଅନ୍ୟପକ୍ଷରେ ମାର୍ଚ୍ଚରେ ବ୍ୟାଙ୍କଗୁଡିକ ୫ ଦିନ ଧରି ବନ୍ଦ ରହିବ ବୋଲି ଜଣାଯାଇଛି। ବିଗତ ଦିନରେ ବ୍ୟାଙ୍କ କର୍ମଚାରୀ ଏବଂ ଅଧିକାରୀମାନେ ଦେଇଥିବା ଧର୍ମଘଟ ଡାକରାରେ ମାର୍ଚ୍ଚରେ କ୍ରମାଗତ ଭାବେ ୫ ଦିନ ଧରି ବ୍ୟାଙ୍କ ବନ୍ଦ ରହିବ। ମାର୍ଚ୍ଚ ୧୧ରୁ ୧୩ (ବୁଧବାର, ଗୁରୁବାର ଏବଂ ଶୁକ୍ରବାର) ତିନି ଦିନ ଧରି ଧର୍ମଘଟ ଯୋଗୁ ବ୍ୟାଙ୍କ ବନ୍ଦ ରହିବ।

ତେବେ ମାର୍ଚ୍ଚ ୧୪ରେ ମାସର ଦ୍ବିତୀୟ ଶନିବାର ପଡୁଛି ଏହି ଦିନ ମଧ୍ୟ ବ୍ୟାଙ୍କ ବନ୍ଦ ହେବ। ସେହି ମାସର ୧୫ ତାରିଖରେ ରବିିବାର ପଡୁଥିବାରୁ ସ୍ବାଭାବିକ ଭାବେ ବ୍ୟାଙ୍କ ବନ୍ଦ ରହିବ। ଫଳରେ ମାସରେ ୧୧ ତାରିଖରୁ ୧୫ ତାରିଖ ପର୍ୟ୍ୟନ୍ତ କ୍ରମାଗତ ଭାବେ ବ୍ୟାଙ୍କ ବନ୍ଦ ହେବ। ଏହାପୂର୍ବରୁ ଧର୍ମଘଟ ଯୋଗୁ ଜାନୁଆରୀ ୩୧ ଏବଂ ଚଳିତମାସ ପହିଲାରେ ବ୍ୟାଙ୍କ ବନ୍ଦ ରହିଥିଲା। ସୂଚନାଯୋଗ୍ୟ, ଯଦି ଦାବି ପୂରଣ ନ ହୁଏ ତେବେ ଏପ୍ରିଲ ପହିଲାଠାରୁ ବ୍ୟାଙ୍କ କର୍ମଚାରୀମାନେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧର୍ମଘଟ କରିବାକୁ ଧମକ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories