www.samajalive.in
Wednesday, December 10, 2025
26.1 C
Bhubaneswar

ଓସ୍ତିଆ ପଞ୍ଚାୟତରେ ମନରେଗା ଯୋଜନାରେ ଜବ୍ କାର୍ଡଧାରୀଙ୍କୁ କାମ

ବାଙ୍କୀ: ବାଙ୍କୀ ବ୍ଲକ ଅଧିନ ଓସ୍ତିଆ ପଞ୍ଚାୟତରେ ଜବ୍ କାର୍ଡଧାରୀମାନଙ୍କୁ କାମ ଯୋଗାଇବା ପାଇଁ ମନରେଗା ଯୋଜନାରେ ମାଟି କାମ ଆରମ୍ଭ ହୋଇଛି। ସୂଚନା ଅନୁଯାୟୀ, ଓସ୍ତିଆ ପଞ୍ଚାୟତ ଅଧିନ ବିଷ୍ଣୁପୁର ଗ୍ରାମରେ ଅଂଶୁପା କୂଳ ସ୍ଥିତ ବାୟାଣିଗେଞ୍ଜ ରାସ୍ତା ନିର୍ମାଣ ପାଇଁ ୩୫ରୁ ୪୦ଜଣ ଜବ୍ କାର୍ଡଧାରୀ କାମ ଆରମ୍ଭ କରିଛନ୍ତି। ଗତ ରବିବାରଠାରୁ ଦୀର୍ଘ ୫ଦିନ ଧରି ସକାଳ ୬ ଘଟିକାରୁ ୧୦ଘଟିକା ପର୍ଯ୍ୟନ୍ତ କାର୍ଯ୍ୟ କରାଯାଉଛି। ବର୍ତ୍ତମାନ ସମୟରେ ପଞ୍ଚାୟତର ଶ୍ରମିକମାନଙ୍କ ପାଇଁ କାର୍ଯ୍ୟ ନଥିଲା ବେଳେ ଜବକାର୍ଡ ଜରିଆରେ ଏହି କାର୍ଯ୍ୟ ଶ୍ରମିକମାନଙ୍କୁ ରାହା ଦେଇଥିବା ଜଣାପଡ଼ିଛି। କନିଷ୍ଠ ଯନ୍ତ୍ରୀ ପ୍ରଦୀପ ସେନାପତିଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି କାର୍ଯ୍ୟ ଚାଲୁରହିଛି। ପ୍ରାୟ ୧୪୯୫ ଶ୍ରମ ଦିବସ ସୃଷ୍ଟି ହେବ ବୋଲି ଜଣାପଡ଼ିଛି। ଗ୍ରାମ ରୋଜଗାର ସାଥୀ ହୃଦାନନ୍ଦ ସାହୁ କାର୍ଯ୍ୟ ସ୍ଥଳରେ ଉପସ୍ଥିତ ରହିବା ସହିତ ଶ୍ରମିକମାନଙ୍କ ପାଇଁ ପାନୀୟଜଳ ବ୍ୟବସ୍ଥା କରିଛନ୍ତି। ନବ ନିର୍ବାଚିତ ସରପଞ୍ଚ ଆର୍ତ୍ତବନ୍ଧୁ ବେହେରା କାର୍ଯ୍ୟସ୍ଥଳ ପରିଦର୍ଶନ କରି ନିର୍ମାଣ ହେଉଥିବା ରାସ୍ତାଟି ଗ୍ରାମବାସୀଙ୍କ ଗାଧୁଆତୁଠ ରାସ୍ତା ଏବଂ ଆସୁଥିବା ପର୍ଯ୍ୟଟକମାନେ ବଣଭୋଜି ସମୟରେ ଏହି ରାସ୍ତାର ଉପକାର ପାଇବେ ବୋଲି କହିଛନ୍ତି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories