www.samajalive.in
Wednesday, December 10, 2025
18.1 C
Bhubaneswar

ବିଧାୟକଙ୍କ ଦ୍ୱାରା ସହରାଞ୍ଚଳ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ପ୍ରଦାନ

ବାଙ୍କୀ : ବସ୍ତି ବାସିନ୍ଦା ଭାଇ ଓ ଭଉଣୀ ମାନଙ୍କୁ ଓଡିଶା ସରକାରଙ୍କ ଯୁଗାନ୍ତକାରୀ ଜାଗା ମିଶନ ଜରିଆରେ ଭୂମି ଅଧିକାର ଦିଆଯିବା ଏକ ବିଶେଷ କାର୍ଯ୍ୟକ୍ରମ। ଏହି ଅବସରରେ ବାଙ୍କୀ ସହର ଅନ୍ତର୍ଗତ ଶ୍ରୀଚନ୍ଦନପୁର ଅଧିନ ଗୋଲେଇ ମାର୍କେଟ ନିକଟରେ ଥିବା ୪ଜଣ ବସ୍ତି ବାସିନ୍ଦାଙ୍କୁ ଭୂମି ଯୋଗ୍ୟତା ପ୍ରମାଣପତ୍ର ଗୁରୁବାର ଦିନ ଏନ.ଏ.ସି କାର୍ଯ୍ୟାଳୟର ସମ୍ମିଳନୀ ପ୍ରକୋଷ୍ଠରେ ପ୍ରଦାନ କରାଯାଇଛି। ବାଙ୍କୀ ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶ୍ରୀଚନନ୍ଦନପୁର ଗ୍ରାମର ଅବନ୍ତି ପ୍ରଧାନ,ଗହମ ବେଉଆ,ଗୋଲାପ ସେଠ ଓ ଆଶା ସେଠୀଙ୍କୁ ଯଥାକ୍ରମେ ଭୂମି ଯୋଗ୍ୟତା ପ୍ରମାଣପତ୍ର ବଣ୍ଟନ କରିଛନ୍ତି। ଏହି ସମୟରେ ବାଙ୍କୀ ଏନ.ଏ.ସି ପ୍ରଶାସନିକ ଅଧିକାରୀ ତଥା ଉପଜିଲ୍ଲାପାଳ ରଞ୍ଜନ କୁମାର ଜେନା,ନିର୍ବାହୀ ଅଧିକାରୀ ବିନୟ ରଞ୍ଜନ ମହାପାତ୍ର,ପ୍ରୀତିଲତା ଗିରି,ଭାଗୀରଥି ବିଶ୍ୱାଳ,ସୁବାଷ ପାଢୀ,ସନାତନ ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଉପସ୍ଥିତ ଥିଲେ। ସଂକ୍ଷିପ୍ତ କାର୍ଯ୍ୟକ୍ରମରେ ଗୋଷ୍ଠୀ ସଂଗଠିକା ମଧୁସ୍ମିତା ଦାସ ସହଯୋଗ କରିଥିଲା ବେଳେ ବସ୍ତ ବାସିନ୍ଦା ସଂଘ ସଭାପତି ସରସ୍ୱତୀ ଦାସ ଓ ସମ୍ପାଦିକା ପୂଜା ପ୍ରଧାନ ଉପସ୍ଥିତ ଥିଲେ।

ସେହିପରି ବିଧାୟକଙ୍କ ଦ୍ୱାରା ସ୍ୱଚ୍ଛ ସର୍ବେକ୍ଷଣ-୨୦୨୧ ନିମନ୍ତେ ସସଚେତନତା ପତ୍ର ଉନ୍ମୋଚିତ ହେବା ସହିତ ବାଙ୍କୀ ସହରକୁ ସ୍ୱଚ୍ଛ,ନିର୍ମଣ ଓ ପରିସ୍କାର ରଖି ସ୍ୱଚ୍ଛ ଓଡିଶା ସୁସ୍ଥ ଓଡିଶା ଗଠନ ଲାଗି ସମସ୍ତଙ୍କର ସହଯୋଗ କାମନା କରାଯାଇଥିଲା। ଏହି ଅବସରରେ ବାଙ୍କୀ ଏନ.ଏ.ସିର ସମସ୍ତ ୧୭ଟି ଓାର୍ଡରୁ ସଂଗ୍ରହ କରାଯାଉଥିବା ବର୍ଜ୍ୟବସ୍ତୁକୁ ଚର୍ଚ୍ଚିକା ଶ୍ମସାନ ନିକଟରେ ଥିବା ଅଣୁ ଜୈବସାର ପ୍ରକ୍ରୀୟା କରଣ କେନ୍ଦ୍ର ଠାରେ ପ୍ରସ୍ତୁତ କରାଯାଉଥିବା ମୋ ଖତ କାର୍ଯ୍ୟକ୍ରମ ଅନୁରୂପ ଭାବରେ ମୁଖ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇ ୫ଗୋଟି ପ୍ୟାକେଟକୁ ପ୍ରଦର୍ଶନ କରାଯାଇଛି। ଯେଉଁ ପ୍ୟାକେଟକି ସାଧାରଣ ଚାଷୀ ଓ ଲୋକମାନେ କ୍ରୟ କରି ଖତସାର ଭାବରେ ବାଡି ବଗିଚ ଓ ଫୁଲଚାରାରେ ପ୍ରୟୋଗ କରି ଉତ୍ପାଦନ ବୃଦ୍ଧିରେ ସକ୍ଷମ ହୋଇପାରିବେ ବୋଲି ସୂଚନା ପ୍ରଦାନ କରାଯାଇଛି। ଯାହାରକି ବଜାର ଦର ଧାର୍ଯ୍ୟ ସରକାରୀ ଦରରେ ୧୦୦ଟଙ୍କା ଥିବା କୁହାଯାଇଛି। ଏହି ଖତ ସଂଗୃହିତ ଓଦା ବଜ୍ୟବସ୍ତୁରୁହିଁ ପ୍ରସ୍ତୁତ ହୋଇଥିବା ନିର୍ବାହୀ ଅଧିକାରୀ କହିଛନ୍ତି। ଏହି କାର୍ଯ୍ୟକ୍ରମ ସଞ୍ଚାଳନରେ ସାନିଟଏସନ ଏକ୍ସପଟ୍‍ ଶୁଭରାଜ ସାମଲ ସଞ୍ଚାଳନ କରିଥିଲେ।

Hot this week

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

Related Articles

Popular Categories