www.samajalive.in
Friday, December 5, 2025
27.1 C
Bhubaneswar

ହାତୀ ଆକ୍ରମଣରେ ଯୁବକ ମୃତ

ବାଙ୍ଗିରିପୋଷି :  ହାତୀ ଆକ୍ରମଣରେ ଯୁବକଙ୍କ ମୃତ୍ୟୁ ଘଟିଛି।  ବାଙ୍ଗିରିପୋଷି ବନାଞ୍ଚଳ ଅଧିନସ୍ଥ ବଣକାଟି ଗ୍ରାମ ପଞ୍ଚାୟତର ଜାମଦାପାଳ ଗ୍ରାମର ସ୍ବର୍ଗତ ରାମ ବେହେରାଙ୍କ ପୁଅ ରଥ ବେହେରା (୩୦) ସକାଳ ସମୟରେ ଗ୍ରାମ ନିକଟରେ ଥିବା ବୁଢାବଳଙ୍ଗ ନଦୀକୁ ଶୌଚ ହେବାପାଇଁ ଯିବା ସମୟରେ ଏକ ଦନ୍ତାହାତୀ ଆକ୍ରମଣ କରିଥିଲା । ଘଟଣା ସ୍ଥଳରେ ସ୍ଥାନୀୟ ଲୋକେ ହାତୀକୁ ଘଉଡାଇବାକୁ ସକ୍ଷମ ହୋଇଥିବା ସହ ଗୁରୁତର ଅବସ୍ଥାରେ ପଡିଥିବା ରଥଙ୍କୁ ବାଙ୍ଗିରିପୋଷି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଆଣିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ବନ ବିଭାଗ ଓ ପୁଲିସ ପହଞ୍ଚି ତଦନ୍ତ ଚଳାଇ ଥିବା ବେଳେ ମୃତ ପରିବାରଙ୍କୁ ଯଥାଶୀଘ୍ର କ୍ଷତିପୂରଣ ଦେବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories