ବନ୍ଦେ ଭାରତ ଏକ୍ସପ୍ରେସରେ ଓ୍ବେଟରଙ୍କୁ ଚାପୁଡା ମାରିଲେ ଯାତ୍ରୀ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ବନ୍ଦେ ଭାରତ ଟ୍ରେନ୍ ସମ୍ପର୍କିତ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଯାତ୍ରୀଙ୍କ ମଧ୍ୟରେ ଝଗଡା କିମ୍ବା ଅନ୍ୟ କୌଣସି ସମସ୍ୟାର ଦୃଶ୍ୟ ଭିଡିଓ ଇଣ୍ଟରନେଟରେ ଦେଖିବାକୁ ମିଳିଥାଏ । ଆଜି ବନ୍ଦେ ଭାରତ ଟ୍ରେନରେ ଆଉ ଏକ ଦୃଶ୍ୟ ଦେଖିବାକୁ ମିଳୁଛି । ଟ୍ରେନରେ ଜଣେ ଯାତ୍ରୀ ଓ୍ବେଟରଙ୍କୁ ନିରାମିଷ ବଦଳରେ ଆମିଷ ଭୋଜନ ଦେବାରୁ ଚାପୁଡା ମାରିଛନ୍ତି । ଏହି ଦୃଶ୍ୟର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
Kalesh b/w a Passenger and Waiter inside Vande Bharat over A person slapped a waiter for mistakenly serving him non-vegetarian food (Part-2)pic.twitter.com/4qvL0AvA6R https://t.co/2RB4wFcV9z
— Ghar Ke Kalesh (@gharkekalesh) July 29, 2024
ଭିଡିଓଟି ଭାଇରାଲ ହେବାରେ ଲାଗିଛି । କୁହାଯାଉଛି କି ଓ୍ବେଟର ନିରାମିଷ ବଦଳରେ ଆମିଷ ଭୋଜନ ଦେଇ ଦେବାରୁ ଯାତ୍ରୀଜଣକ ତାଙ୍କୁ ଚାପୁଡା ମାରିଥିଲେ । ଏହା ପରେ ଟ୍ରେନର ସମସ୍ତ କର୍ମଚାରୀ ଏକାଠି ହୋଇ ଯାତ୍ରୀଙ୍କୁ ବୁଝାଇବା ପାଇଁ ଚେଷ୍ଟା କରିଥିଲେ । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୩୦ ହଜାରରୁ ଅଧିକ ଲୋକ ସାମାଜିକ ଗଣମାଧ୍ୟମରେ ଦେଖିସାରିଲେଣି ।
Comments are closed.