www.samajalive.in
Sunday, December 7, 2025
15.1 C
Bhubaneswar

ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି ବାଲିଆପାଳ

ବାଲିଆପାଳ: ବାଲିଆପାଳ ତହସିଲ ଅଧିନରେ ଥିବା ସୁବର୍ଣ୍ଣରେଖା ନଦୀ ଅବବାହିକା ବାଲି ମାଫିଆଙ୍କ ଭୂସ୍ୱର୍ଗ ପାଲଟିଛି । ଏହି ତହସିଲ ଅନ୍ତର୍ଗତ ଅସ୍ତି, ନିଖିରା, ବିଷ୍ଣୁପୁର, ଜାମକୁଣ୍ଡା, ବାଲିଆପାଳ ଆଦି ପଞ୍ଚାୟତର ୪୦ରୁ ଊର୍ଦ୍ଧ୍ୱ ସ୍ଥାନରେ ଦିନ ରାତି ବେଧଡକ ବାଲି ଚୋରା ଚାଲାଣ ହେଉଥିଲେ ମଧ୍ୟ ପ୍ରଶାସନର ନିଷ୍କ୍ରିୟତା ବାଲି ମାଫିଆଙ୍କୁ ଉତ୍ସାହିତ କରୁଛି । ପ୍ରଶାସନର ନିରବତା ବିରୋଧରେ ଗୁରୁବାର ବାଲିଆପାଳ କର୍ମଦ୍ଦା ମୁଖ୍ୟରାସ୍ତାର ଛୋଟଖାନପୁର ନିକଟରେ ଶତାଧିକ ମହିଳା ଟାୟାର ଜାଳି ରାସ୍ତା ରୋକ କରିଥିଲେ । ଏଠାରେ ସୂଚନା ଥାଉକି, ଅସ୍ତି ଗ୍ରାମପଞ୍ଚାୟତ ଅନ୍ତର୍ଗତ ଛୋଟଖାନପୁର ଗ୍ରାମରେ ବାଲି ମାଫିଆମାନେ ଦିନ ରାତି ଜେସିବି ମେସିନ ସାହାଯ୍ୟରେ ବାଲି ଉଠାଇ ପଶ୍ଚିମବଙ୍ଗକୁ ରପ୍ତାନୀ କରୁଥିଲେ ମଧ୍ୟ ପ୍ରଶାସନ ନିଦାବିଷ୍ଣୁ ସାଜିଛି । ବାଲି ଚୋରି ରୋକିବା ପାଇଁ ଗ୍ରାମବାସୀ ବିଭିନ୍ନ ସମୟରେ ସ୍ଥାନୀୟ ପ୍ରଶାସନଠାରୁ ଆରମ୍ଭ କରି ଜିଲାପାଳଙ୍କ ପର୍ଯ୍ୟନ୍ତ ଲିଖିତ ଅଭିଯୋଗ କରିଆସୁଥିଲେ ମଧ୍ୟ ବାଲି ମାଫିଆମାନେ କାହାକୁ ଭୃକ୍ଷେପ କରୁନାହାନ୍ତି ।

ଅପରପକ୍ଷେରେ ଅଭିଯୋଗ କରୁଥିବା ଗ୍ରାମବାସୀଙ୍କୁ ବାଲି ମାଫିଆମାନେ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି । ବାରମ୍ବାର ପ୍ରଶାସନକୁ ଗୁହାରୀ କରିବା ପରେ ମଧ୍ୟ ବାଲି ଚୋରିରେ ରୋକ ଲାଗି ପାରୁନାହିଁ । ଛୋଟଖାନପୁର ଗ୍ରାମର ସୁବର୍ଣ୍ଣରେଖା ନଦୀ ସଂଲଗ୍ନ ୫ ହେକ୍ଟରରୁ ଊର୍ଦ୍ଧ୍ବ ସରକାରୀ ଜାଗାରୁ ବେଧଡକ ବାଲି ଉତ୍ତୋଳନ ଯୋଗୁଁ ଗ୍ରାମ ପ୍ରତି ବିପଦ ସୃଷ୍ଟି ହେଲାଣି । ଯେଉଁଥିପାଇଁ ଗ୍ରାମର ଶତାଧିକ ମହିଳା ବାଲିଆପାଳ-କର୍ମଦ୍ଦା ମୁଖ୍ୟରାସ୍ତାରେ ଟାୟାର ଜାଳି ପ୍ରତିବାଦ କରିଥିଲେ । ଘଟଣା ସଂପର୍କରେ ଖବର ପାଇ ବାଲିଆପାଳ ଅତରିକ୍ତ ତହସିଲଦାର ସୁବ୍ରତ କୁମାର ପାତ୍ର, ବସ୍ତା ଏସଡିପିଓ ଅରୁଣ କୁମାର ସାହୁ, ବାଲିଆପାଳ ଥାନା ଅଧିକାରୀ ସଦାନନ୍ଦ ନାୟକ ପ୍ରମୁଖ ପହଞ୍ଚି ବାଲି ଚୋରି ରୋକିବାର ପ୍ରତିଶୃତି ଦେବା ପରେ ରାସ୍ତାରୋକ ହଟିଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories