www.samajalive.in
Tuesday, December 9, 2025
17.1 C
Bhubaneswar

ବାଲେଶ୍ବରରେ ଦୁର୍ଘଟଣା : ୧ ମୃତ, ୩ ଆହତ

ବାଲେଶ୍ବର : ବାଲେଶ୍ବର ଜିଲ୍ଲା ୧୬ନଂ ଜାତୀୟ ରାଜପଥ କଲେଜଛକ ନିକଟରେ ସୋମବାର  ଏକ ଟ୍ରକ ଅଟୋ ପଛରୁ ଧକା ଦେବା ଫଳ‌େରେ ‌ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ସୋର ଥାନା ଗୋପିନାଥପୁରରୁ ବେତଡା ମେଳଣ ପଡିଆକୁ ଦୋକାନ କରିବାକୁ ଯାଉଥିବା ସମୟରେ କଲେଜଛକ ନିକଟରେ ଏକ ଅଜଣା ଟ୍ରକ ପଛରୁ ଧକା ଦେଇଥିଲା ଫଳରେ ଅଜା, ଆଇ, ନାତି ସମେତ ଅଟୋ ଡ୍ରାଇଭର ଗୁରୁତର ଆହାତ ହୋଇଥିଲେ । ସ୍ଥାନୀୟ ଲୋକ ଆହାତମାନଙ୍କୁ ଉଦ୍ଧାର କରି ସୋର ଡାକ୍ତର ଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଜଣଙ୍କୁ ମୃତ ଘୋଷଣା କରିଥିଲେ। ମୃତକ ଜଣକ ହେଲେ ଅଜା ଗୋବିନ୍ଦ ବିନ୍ଧାଣି। ଆହତ ମାନେ ହେଲେ ଆଇ ଭାମା ବିନ୍ଧାଣି, ନାତି ଦେବାଶିଷ ଓଝା ଓ ଅଟୋ ଡ୍ରାଇଭର୍ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories