www.samajalive.in
Wednesday, December 10, 2025
18.1 C
Bhubaneswar

ଗୋ ଚାଷୀଙ୍କ ଉପରେ କରୋନା ମାଡ: ଗାଈଙ୍କ ପାଇଁ ଦାନା ଚିନ୍ତା, ମାଗଣାରେ ଗାଈ ବାଣ୍ଟିଦେଲେ ଚାଷୀ

ବଲାଙ୍ଗିର : କରୋନା ମହାମାରୀ ଅନେକଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗି ଚୁରମାର କରିଦେଇଛି। ଛୋଟ ରୁ ବଡ ବ୍ୟବସାୟୀ ମାନଙ୍କ କାରବାରକୁ ମଧ୍ୟ ପ୍ରଭାବିତ କରିଛି। ଏହି ସଂକ୍ରମଣ ଚାଷୀ ପରିବାରକୁ ଅନ୍ଧାର ଭିତରକୁ ଠେଲିଦେଇଛି। ଧାନ ପରିବା ଚାଷ ଯେତିକି କ୍ଷତିଗ୍ରସ୍ତ ହୋଇଛନ୍ତି ତା ଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଛେଲି, ଗାଈ, କୁକୁଡା ଚାଷୀ ମାନେ। ବଲାଙ୍ଗିର ଜିଲା ସଦର ବ୍ଲକ ଶଙ୍କରଭୋଜି ଗାଁରେ ଜଣେ ଗାଈ ଚାଷୀଙ୍କୁ କରୋନା ଏକ ବଡ ଝଟକା ଦେଇଛି। କରୋନା ଯୋଗୁ ଗାଈ ପାଲିବାରେ ସମସ୍ୟା ହୋଇଥିବାରୁ ସେ ବାଧ୍ୟ ହୋଇ ପାଞ୍ଚୋଟି ଗାଈ ମାଗଣାରେ ଦେଇଥିବା ଜଣାପଡ଼ିଛି। ଏହି ଚାଷୀଙ୍କ ସମସ୍ୟା ବିଷୟରେ ଜାଣିଲେ କରୋନା ଦୁଃଖ କେତେ ସାଂଘାତିକ ତାହା ସହଜରେ ଅନୁମାନ କରାଯାଇପାରିବ।

ବଲାଙ୍ଗିର ଜିଲା ସଦର ବ୍ଲକ ଶଙ୍କରଭୋଜି ଗାଁର ଗାଈଚାଷୀ ପ୍ରେମରାଜ ରଣା। ପେଶାରେ ସେ ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାମ କରନ୍ତି କିନ୍ତୁ ଘରେ ସେ ଏକ ଛୋଟିଆ ଗାଈ ଫାର୍ମ କରିଥିଲେ। ତାଙ୍କ ଫାର୍ମରେ ୧୦ଟି ଗାଈ ରଖି ସେ ବେଶ ଲାଭବାନ ମଧ୍ୟ ହୋଇଥିଲେ। ଗୋରସ ବ୍ୟବସାୟ କରି ସେ ବର୍ଷକୁ ଲକ୍ଷାଧିକ ଟଙ୍କା ରୋଜଗାର କରି ପରିବାର ଚଲାଉଥିଲେ। ଏହି ଆୟ ତାଙ୍କ ପରିବାର ପାଇଁ ପର୍ଯ୍ୟାପ୍ତ ହୋଇଥିବା ବେଳେ ଏହାକୁ ମଧ୍ୟ ଏକ ବ୍ୟବସାୟ ଭାବେ ଗ୍ରହଣ କରିଥିଲେ। କିଛି ବର୍ଷ ଭଳ ଲାଭ ଅର୍ଜନ କରିଥିବା ଏହି ଗାଈ ଚାଷୀ କରୋନା ମାଡରେ ଘାଇଲା ହୋଇଛନ୍ତି। କରୋନା କଟକଣା ଯୋଗୁ ବହୁ ଆର୍ଥିିକ କ୍ଷତି ସହିଥିବା ପ୍ରେମରାଜ ପାଇଁ ଏତେ ସଂଖ୍ୟାରେ ଗାଈ ପୋଷିବା କାଠିକର ପାଠ ହୋଇଥିଲା। ପ୍ରତିଦିନ ସେମାନଙ୍କ ଦାନା ବ୍ୟବସ୍ଥା କରିବା ମଧ୍ୟ ସମ୍ଭବ ହୋଇନଥିଲା। ଏଭଳି ଏକ ସମୟରେ ନିଜର ଓ ପରିବାରର ପେଟ ପାଇଁ ଦାନା ବ୍ୟବସ୍ଥା କରିବା ଏକ ବଡ ସମସ୍ୟା ହୋଇଥିବା ବେଳେ ୧୦ ଟି ଗାଈ ସାଙ୍ଗକୁ ପୁଣି ବାଛୁରୀ ମାନଙ୍କ ପେଟ ଚିନ୍ତା ତାଙ୍କୁ ଅସୁବିଧାରେ ପକାଇଥିଲା। ପରେ ସେ ଅଧା ଗାଈ ବିକ୍ରୀ କରିଦେବେ ବୋଲି ଚିନ୍ତା କରିଥିଲେ। ଗାଈ ପାଇଁ ଗ୍ରାହକ ଖୋଜିଥିଲେ କିନ୍ତୁ ଏଭଳି ପରିସ୍ଥିତିରେ ଗାଈ କିଏ କିଣିବ ? ତେଣୁ ସେ ପାଞ୍ଚୋଟି ଗାଈ କ୍ଷତି ହେଲେ ହେଉ ପଛେ ମାଗଣାରେ କିଛି ଲୋକଙ୍କୁ ଦେଇଦେଇଥିବା ସେ କହିଛନ୍ତି। ବର୍ତ୍ତମାନ ତାଙ୍କ ପାଖରେ ଆଉ ପାଞ୍ଚୋଟି ଗାଈ ଥିବା ବେଳେ ଚାରୋଟି ବାଛୁରୀ ମଧ୍ୟ ରହିଛନ୍ତି। ପ୍ରତିଦିନ ସେମାନଙ୍କ ଦାନା ବ୍ୟବସ୍ଥା ଯେମିତି ହେଉ ହୋଇଯାଉଥିବା ବେଳେ ଏହି ଗାଈ ମାନଙ୍କ ପାଇଁ ମଧ୍ୟ ସମସ୍ୟା ହେଉଥିବା ସେ କହିଛନ୍ତି। ଗାଈ ପାଳିବାର ସଉକ ଛୋଟବେଳୁ ତାଙ୍କର ରହିଥିଲା। କିନ୍ତୁ କରୋନାରେ ସେମାନଙ୍କ ପାଇଁ ଖାଇବା ଦାନା ଯୋଗାଡରେ ସମସ୍ୟା ତାଙ୍କୁ ବେଶ ବ୍ୟଥିତ କରିଥିଲା। ଆଉ କାହା ପାଖକୁ ଗଲେ ହୁଏତ ଗାଈ ମାନଙ୍କର ଖାଇବା ବ୍ୟବସ୍ଥା ହୋଇପାରିବ ଭାବି ବିକ୍ରୀ ପାଇଁ ଚିନ୍ତା କରିଥିଲି କିନ୍ତୁ ବହୁ ଟଙ୍କାର କ୍ଷତି ସତ୍ୱେ ମାଗଣାରେ ଦେବାକୁ ବାଧ୍ୟ ହେଲି ବୋଲି ଗାଈ ଚାଷୀ ଶ୍ରୀ ରଣା ନିଜ ପ୍ରତିକ୍ରୀୟାରେ କହିଛନ୍ତି।

- Advertisement -

କେବଳ ପ୍ରେମରାଜ ରଣା ତ ଉଦାହରଣ ମାତ୍ର ଏହିଭଳି ବଲାଙ୍ଗିର ଜିଲାର ଅନେକ ଗୋ ଚାଷୀ ଏହିଭଳି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି। କୈାଣସି ପ୍ରକାର ସରକାରୀ ସହାୟତା ନଥିବାରୁ ବାଧ୍ୟ ହୋଇ ଦାନା ବ୍ୟବସ୍ଥା କରିନପାରି କିଏ ଗାଈ ମାଗଣା ବାଣ୍ଟିଦେଉଛି ତ ପୁଣି କିଏ ବାହାରେ ଛାଡିଦେଉଥିବା ଦେଖିବାକୁ ମିଲିଛି। ଏମିତିରେ ଗୋଚାଷୀ ମାନଙ୍କ ପାଇଁ ସରକାରୀ ସ୍ତରରେ ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି।

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories