ବଲାଙ୍ଗୀର : ବଲାଙ୍ଗୀର ଜିଲା ତୁରେକେଲା ବ୍ଲକ ରାଉତମୁଣ୍ଡା ଗାଁରେ ବାଣ ଫୁଟି ଭାଇଭଉଣୀ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ଆହତଦ୍ୱୟ ମୁନିରାମ ଛତିଆଙ୍କ ପୁଅ ଓ ଝିଅ। ଉଭୟଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମୁହଁ, ଗୋଡ଼ ଓ ହାତ ଅଧିକାଂଶ ପୋଡ଼ିଯାଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶୁକ୍ରବାର ମୁନିରାମ ଛତିଆଙ୍କ ପଡ଼ୋଶୀ ଘର ଝିଅର ବାହାଘର ଥିଲା। ବାହାଘରରେ ଆସିଥିବା ବରଯାତ୍ରୀ ଦଳ ବାଣ ଫୁଟାଇଥିଲେ। ମାତ୍ର କିଛି ବାଣ ଅଫୁଟା ହୋଇ ରହିଯାଇଥିଲା। ସେହି ଅଫୁଟା ବାଣକୁ କିଛି ପିଲା ଆଣି ମୁନିରାମ ଘର ପାଖରେ ଫୋପାଡ଼ି ଦେଇଥିଲେ। ସେଠାରେ ମୁନିରାମ ପୁଅ ଓ ଝିଅ ଖେଳୁଥିବା ସମୟରେ କିଛି ବାଣ ଫୁଟି ଯିବାରୁ ଏଭଳି ଅଘଟଣ ଘଟିଛି।
Popular Categories



