www.samajalive.in
Monday, December 8, 2025
20.1 C
Bhubaneswar

ଅସହାୟ ବୃଦ୍ଧା ମହିଳାଙ୍କୁ ମାହେଶ୍ବରୀ ସଂଗଠନ ପକ୍ଷରୁ ସ୍ୱାସ୍ଥ୍ୟସେବା ପ୍ରଦାନ

ଲୋଇସିଂହା:ଲୋଇସିଂହା ବ୍ଳକ ଅର୍ନ୍ତଗତ ବୁର୍ଡା ଗ୍ରାମପଞ୍ଚାୟତ ର ବୁର୍ଡା ଗ୍ରାମ ର ଅସହାୟ ୬୧ ବର୍ଷିୟା ମହିଳା ତାଙ୍କ ବୃଦ୍ଧା ମା ଙ୍କ ସହ ଅସୁସ୍ଥ ଅବସ୍ଥାରେ ରହିଥିବା ଏବଂ ତାଙ୍କର ଦେଖା ଶୁଣା ପାଇଁ କେହି ନ ଥିବା ଖବର ପାଇ ଲୋଇସିଂହା ସ୍ଥିତ ମାହେଶ୍ୱରୀ ସଂଗଠନ ସ୍ୱେଚ୍ଚାସେବୀ ଅନୁଷ୍ଠାନର କର୍ମକର୍ତ୍ତା ମାନଙ୍କୁ ସହଯୋଗ ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନା ଅନୁଯାୟୀ ଦୀର୍ଘ ୧୦ରୁ ୧୨ ଦିନ ହେଲା ଅସହାୟ ମହିଳା କଇଁଫୁଲଙ୍କର ବେକ ଏବଂ ମୁହଁ ଫୁଲି ଯାଇଥିବା ବେଳେ ମଧ୍ୟ ସ୍ୱାସ୍ଥ୍ୟ ସେବା ପାଇ ପାରୁ ନଥିଲେ। ଏହି ଖବର ପାଇ ମାହେଶ୍ୱରୀ ସଙ୍ଗଠନର ଅଧ୍ୟକ୍ଷ ଦେବାଶିଷ ବିଶୋୟୀ, ସୁମିତ ଧରୁଆ, ଆଲୋକ କୁମାର ସାହୁ, ମନୋଜ ମାହାଣା, ଯଶୋବନ୍ତ ମାହାଣା ପ୍ରମୁଖ ତାଙ୍କ ଘରକୁ ଯାଇ ଅବସ୍ତା ପଚାରି ବୁଝିଥିଲେ ଏବଂ ରୋଗ ଗ୍ରସ୍ତ ମହିଳା ଙ୍କୁ ବଲାଙ୍ଗିର ସ୍ୱାସ୍ଥ୍ୟ କେନ୍ଦ୍ର କୁ ନେଇ ଚିକିତ୍ସା କରାଇଥିଲେ। ଡାକ୍ତର ଙ୍କ ପରାମର୍ଶ କ୍ରମେ ତାଙ୍କୁ ଔଷଧ ପତ୍ର କିଣି ଆଣି ଘରେ ଛାଡି ଦେଇଥିଲେ। ବର୍ତ୍ତମାନ ତାର ସ୍ୱାସ୍ଥ୍ୟାବସ୍ଥା ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଉଥିବା ସଂଗଠନ ର ଅଧ୍ୟକ୍ଷ ଶ୍ରୀ ବିଶୋୟୀ ସୂଚନା ଦେଇଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories