www.samajalive.in
Sunday, December 7, 2025
15.1 C
Bhubaneswar

୫୪୫ କୋଟିର ଡିଲ ପଛରେ କିଏ? ପ୍ରଶ୍ନ ଉଠାଇଲେ ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡା

-ଦେଶର ସବୁଠୁ ପଛୁଆ ବ୍ୟାଙ୍କକୁ ଚୟନ କରାଯାଇଥିଲା

-ଜନଧନ ଯୋଜନାକୁ ହେୟଜ୍ଞାନ କରିଛି ୟେସ୍‍ ବ୍ୟାଙ୍କ

- Advertisement -

-ବ୍ୟାଙ୍କ ମିତ୍ର ସଂଖ୍ୟା ଶୂନ, ତଳୁ ଏକ ନମ୍ବର

ବଲାଙ୍ଗୀର : ଓଡିଶାର ଆରାଧ୍ୟ ଦେବତା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ୫୪୫ କୋଟି ଟଙ୍କାକୁ କୌଣସି ରାଷ୍ଟ୍ରାୟତ ବ୍ୟାଙ୍କରେ ଜମା କରା ନ ଯାଇନଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସବ୍‍କା ସାଥ ସବ୍‍କା ବିକାଶ ଆହ୍ୱାନକୁ ଆଦୌ ଗରୁତ୍ୱ ଦେଇ ନ ଥିବା ତଥା ଦେଶର ସାମାଜିକ ଉତ୍‍ଥାନ ପଇଁ କାର୍ଯ୍ୟ କରୁଥିବା ବ୍ୟାଙ୍କ ମାନଙ୍କ ମଧ୍ୟରେ ସବୁଠୁ ପଛୁଆ ୟେସ୍‍ ବ୍ୟାଙ୍କରେ ଅର୍ଥ ଜମା କରାଯିବା ପଛରେ ଅସାଧୁ ଉଦ୍ଦେଶ୍ୟ ରହିଥିବା ବିଶିଷ୍ଟ ସୂଚନା ଅଧିକାର କର୍ମି ହେମନ୍ତ କୁମାର ପଣ୍ଡା ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛନ୍ତି।

ଗତ ୨୦୧୯ ମସିହା ମାର୍ଚ୍ଚ ମାସରେ ପୁରୀ ଶ୍ରୀମନ୍ଦିର ପ୍ରଶାସନ ଟଙ୍କା ଜମା କରିବା ପାଇଁ ୧୨ଟି ସିଡ୍ୟୁଲ ବ୍ୟାବସାୟିକ ବ୍ୟାଙ୍କ ମାନଙ୍କ ମଧ୍ୟରେ ଟେଣ୍ଡର ଆହ୍ୱାନ କରିଥିଲା। ୟେସ୍‍ ବ୍ୟାଙ୍କ ୮.୬୧ ହାରରେ ସୁଧ ଦେବାକୁ ରାଜି ହୋଇଥିବାରୁ ଏହି ବ୍ୟାଙ୍କକୁ ଚୟନ କରାଗଲା ବୋଲି ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବିଧାନସଭାରେ କହିଥିଲେ। କିନ୍ତୁ ଏହି ବିପୁଳ ଟଙ୍କା ଜମା ପାଇଁ ବ୍ୟାଙ୍କ ଚୟନ ପ୍ରକ୍ରିୟା ସମୟରେ ବ୍ୟାଙ୍କ ମାନଙ୍କର ଅନ୍ୟାନ୍ୟ କ୍ଷେତ୍ରର ପାରଦର୍ଶିତା ଓ ଦକ୍ଷତାକୁ ରାଜ୍ୟ ସରକାର ଏବଂ ଶ୍ରୀମନ୍ଦିର ପ୍ରଶାସନ ଆଦୌ ବିଚାରକୁ ନେଇନଥିଲେ। ବରଂ ଅନ୍ଧ ଭାବରେ ଏଭଲି ପଦକ୍ଷେପ ଗ୍ରହଣ କରିଥିଲେ। ଦେଶର ଜନସାଧାରଣଙ୍କୁ ବ୍ୟାଙ୍କ ସହ ଯୋଡିବାପାଇଁ ତଥା କ୍ୟାସଲେସ୍‍ ଅର୍ଥନୀତି ପାଇଁ କେନ୍ଦ୍ର ସରକାରଙ୍କ ଫ୍ଲାଗସିପ୍‍ ତଥା ପ୍ରମୁଖ କାର୍ଯ୍ୟକ୍ରମ ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ସମଗ୍ର ଦେଶରେ ୨୦୧୮ ମସିହା ପର୍ଯନ୍ତ କାର୍ଯ୍ୟକାରୀ କରିବାରେ ୟେସ୍‍ ବ୍ୟାଙ୍କ ଦେଶର ସବୁଠୁ ପଛୁଆ ବ୍ୟାଙ୍କ ବୋଲି କେନ୍ଦ୍ର ଅର୍ଥ ବିଭାଗ ସ୍ପଷ୍ଟ କରିଛି।

ଏହି ତଥ୍ୟରୁ ଜଣା ପଡିଛି ଯେ, ପ୍ରଧାନମନ୍ତ୍ରୀ ଜନଧନ ଯୋଜନାରେ ୨୦୧୮ ମସିହା ସୁଦ୍ଧା ବ୍ୟାଙ୍କ ଆକାଉଣ୍ଟ ଖୋଲିବାରେ ଷ୍ଟେଟ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ସର୍ବୋଚ୍ଚ ସ୍ଥାନରେ ରହିଥିବା ବେଳେ ୟେସ୍‍ ବ୍ୟାଙ୍କ ସବୁଠୁ ପଛରେ ରହିଛି। ଏହି କାର୍ଯ୍ୟକ୍ରମକୁ ଚାଲୁ ରଖିଥିବା ଦେଶର ୩୪ଟି ବ୍ୟାଙ୍କର ତଥ୍ୟ କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ଯେ,ସବୁଠୁ ପଛରେ ତଥା ୩୪ ନମ୍ବରରେ ୟେସ୍‍ ବ୍ୟାଙ୍କ ରହିଛି। ଷ୍ଟେଟ ବ୍ୟାଙ୍କ ଅଫ୍‍ ଇଣ୍ଡିଆ ୨୦୧୮ ମସିହା ଜାନୁୟାରୀ ୧୭ ସୁଦ୍ଧା ୧୧ କୋଟି ୭୯ ଲକ୍ଷ ୬୨ ହଜାର ୧୧୬ ଲୋକଙ୍କୁ ଜନ ଧନ ଆକାଉଣ୍ଟଜରିଆରେ ବ୍ୟାଙ୍କ ସହ ଯୋଡିଥିବା ବେଳେ ୟେସ୍‍ ବ୍ୟାଙ୍କର ସଂଖ୍ୟା ମାତ୍ର ୧୨ ହଜାର ୧୬୭ ରହିଛି। ଏପରିକି ୩୩ ନମ୍ବର ସ୍ଥାନରେ ରହିଥିବା ସିଟି ୟୁନିଅନ ବ୍ୟାଙ୍କର ପ୍ରଦର୍ଶନ ମଧ୍ୟ ଏହା ଠାରୁ ୭ଗୁଣ ଅଧିକ। ଏହାର ଆକାଉଣ୍ଟ ସଂଖ୍ୟା ୮୪ ହଜାର ୪୯ ଟି ରହିଛି। ଏପରିକି ୨୦୧୭ ଡିସେମ୍ବର ପର୍ଯ୍ୟନ୍ତ ୟେସ ବ୍ୟାଙ୍କ ଦେଶର ଏକମାତ୍ର ବ୍ୟାଙ୍କ ଯେଉଁ ବ୍ୟାଙ୍କରେ ବ୍ୟାଙ୍କ ମିତ୍ର ଆଦୌ ନିଯୁକ୍ତି କରାଯାଇ ନାହିଁ। ଏହି ସମୟ ମଧ୍ୟରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆର ୩୮ ହଜାର ୪୮ ବ୍ୟାଙ୍କ ମିତ୍ରଙ୍କୁ ନିଯୁକ୍ତି ଦେଇସାରିଥିଲା। ମୋଦୀ ସରକାର କ୍ଷମତାକୁ ଆସିବା ପରେ ତଥା ୨୦୧୪ ମସିହାରେ ଯେଉଁ କେତେକ ବଡ କାର୍ଯ୍ୟକ୍ରମ ହାତକୁ ନେଇଥିଲେ ତାହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ଏକ ପ୍ରମୁଖ କାର୍ଯ୍ୟକ୍ରମ। ନିଜେ ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମର ସମୀକ୍ଷା କରୁଥିଲେ। ବିଭିନ୍ନ ସମୟରେ ବ୍ୟାଙ୍କ ମାନଙ୍କର ଏହି କାର୍ଯ୍ୟକ୍ରମକୁ ସଫଳତାର ସହ ଆଗେଇନେବା ପାଇଁ ଓ ଅଧିକରୁ ଅଧିକ ଲୋକଙ୍କୁ ବ୍ୟାଙ୍କ ସହ ଯୋଡିବାକୁ ସମସ୍ତ ବ୍ୟାଙ୍କକୁ ଅହ୍ୱାନ ଓ ପରାମର୍ଶ ଦେଇଛନ୍ତି। କିନ୍ତୁ ଏହାର କୌଣସି ପ୍ରଭାବ ୟେସ୍‍ ବ୍ୟାଙ୍କ ଉପରେ ପଡିନଥିବା ଶ୍ରୀ ପଣ୍ଡା ଅଭିଯୋଗ କରିଛନ୍ତି। ଦେଶର ସାମାଜିକ,ଅର୍ଥନୈତିକ ବିକାଶ ପାଇଁ ୟେସ ବ୍ୟାଙ୍କର ପ୍ରତିବଦ୍ଧତା ନଥିବା ଅର୍ଥ ବିଭାଗର ରିପୋର୍ଟ ହିଁ ସ୍ପଷ୍ଟ କରୁଛି।

ଶ୍ରୀଜଗନ୍ନାଥଙ୍କ ଏତେ ପରିମାଣରେ ଟଙ୍କା ଜମା ପାଇଁ ଏହି ବ୍ୟାଙ୍କ ଚୟନ କରାଯିବା, ଏହା ପଛରେ ଅସାଧୁ ଉଦ୍ଦେଶ୍ୟ ରହିଛି। ୫୪୫ କୋଟି ଟଙ୍କାର ଡିଲ ପଛରେ କିଏ ବୋଲି ବର୍ତ୍ତମାନ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ଘଟଣାରେ ସରକାର ବର୍ତ୍ତମାନ ସୁଦ୍ଧା କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହାନ୍ତି। ବରଂ ରାଜ୍ୟ ସରକାର ବିରୋଧୀ ଦଳ ମାନଙ୍କ ସହ ସଲା ସୁତୁରା କରି ଅପବାଦ ଭୟରେ ବିଧାନସଭାକୁ ମଧ୍ୟ ବନ୍ଦ କରିଦେଲେ ବୋଲି ଶ୍ରୀ ପଣ୍ଡା ଗୁରୁତର ଅଭିଯୋଗ ଆଣିଛନ୍ତି। ଯଥାଶୀଘ୍ର ଏହାର ବିଚାର ବିଭାଗୀୟ ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି ହୋଇଛି। ବଲାଙ୍ଗିର ସମ୍ବାଦିକ ଭବନ ଠାରେ ଅନୁଷ୍ଠିତ ଏହି ସମ୍ବାଦିକ ସମ୍ମିଳନୀରେ ସୂଚନା କର୍ମୀ ଶ୍ରୀ ପଣ୍ଡାଙ୍କ ସହ ପଶ୍ଚିମ ଓଡିଶାର ସଂସ୍କୃତି ଗବେଷକ ଗୁରୁଶ୍ରୀ ଡ. ଘାସିରାମ ମିଶ୍ର ଓ ବାବା ବିଭୂତି ଭୂଷଣ ଦାସ ଉପସ୍ଥିତ ଥିଲେ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories